Son Return To Home: ଦୀର୍ଘ ୩୨ ବର୍ଷ ପରେ (After 32 Years) ଗାଁକୁ ଫେରିଛି ପୁଅ। ଏଥିପାଇଁ ଗାଁ (Village) ଦାଣ୍ଡରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପୁଅ ଫେରିବା ଖୁସିରେ ପୁରା ଅଞ୍ଚଳରେ ଖୁସିର (Happiness) ଲହରୀ ଖେଳିଯାଇଛି। ବାପାଙ୍କ ମାଡ଼ରେ ୧୪ ବର୍ଷ ବୟସରେ ଗାଁ ଛାଡିଥିବା ପୁଅ (Son) ଦୀର୍ଘ ୩୨ ବର୍ଷ ପରେ ଘରକୁ ଫେରିଆସିଛି (Return to Home) ସତ ହେଲେ ବାପା, ମା ତାର ଅରପାରିକୁ ଚାଲିଯାଇଛି। 


COMMERCIAL BREAK
SCROLL TO CONTINUE READING

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା (Bhadrak District) ଧାମନଗର ଏନଏସି ୩ ନମ୍ବର ୱାର୍ଡ ଜଇନଗର ଗ୍ରାମରେ (Jainagar Village)। ଜଇନଗର ବାସିନ୍ଦା ସ୍ବର୍ଗତ ନାରାୟଣ ପ୍ରଧାନ ଓ ମା ବିଜୁଳି ପ୍ରଧାନଙ୍କ ଦ୍ବିତୀୟ ପୁତ୍ର ହେଉଛନ୍ତି ରଘୁ ପ୍ରଧାନ। ବାପାଙ୍କ ମାଡରେ ଘର ଛାଡି ରଘୁ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ପହଞ୍ଚିଥିଲେ। ସେଠାରେ ସେ ପ୍ରଥମେ ଏକ ଗାଡିର ହେଲପର ଭାବେ କାର୍ଯ୍ୟ କରିଥିଲେ ଓ କିଛି ବର୍ଷ ପରେ ଗାଡି ଡ୍ରାଇଭର ମଧ୍ୟ ହୋଇଯାଇଥିଲେ। କିନ୍ତୁ, ଡ୍ରାଇଭର ଭାବେ ଟଙ୍କା ରୋଜଗାର କରିବା ଭିତରେ ରଘୁ ମାନସିକ ଭାରସାମ୍ୟ ହରାଇବା ସହ ନିଜ ଘର କଥା ଭୁଲି ଯାଇଥିଲେ।
 
ରଘୁ କାମ କରି ଯେତେବେଳେ ପାରିଶ୍ରମିକ ବାବଦ ଟଙ୍କା ମାଲିକଙ୍କୁ ମାଗନ୍ତି ସେବେ ମାଲିକ ପାଉଣା ଦେବା ପରିବର୍ତ୍ତେ ତାଙ୍କୁ ମରଣାନ୍ତକ ଭାବେ ମାଡ଼ ମାରିବା ସହ କାମ କରାନ୍ତି। ରଘୁ ଏହି ଅତ୍ୟାଚାରରେ ଅତିଷ୍ଠ ହୋଇ ଅନ୍ୟ ଏକ ମାଲିକଙ୍କ ପାଖରେ ଗାଡି ଚଳାଇବାକୁ କଥା କରିଥିଲା। ଏହି କଥା ଶୁଣିବା ପରେ ପୂର୍ବ ମାଲିକ ତାଙ୍କୁ ମାଡ ମାରି ବେହୋସ କରିବା ସହ ଗୋଦାବରୀ, ଶୁନ, ଗଙ୍ଗା ନଦୀର ମିଳନ ସ୍ଥଳରେ ଭସାଇ ଦେଇଥିଲେ। ଦୀର୍ଘ ୩ କିଲୋମିଟର ଭାସିଯିବା ପରେ କିଛି ନାଗାସାଧୁ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ସେମାନେ ସେଠାରୁ ରଘୁକୁ ଉଦ୍ଧାର କରି ଆଶ୍ରମ ନେଇଥିଲେ। 
ଧିରେ ଧିରେ ରଘୁର ଚେତା ଫେରିବା ପରେ ନାଗାସାଧୁଙ୍କୁ ସମସ୍ତ ବିଷୟରେ କହିଥିଲା। ନାଗାସାଧୁ ମାନେ ମଧ୍ୟ ତାଙ୍କର ଅଲୌକିକ ଶକ୍ତି ମାଧ୍ୟମରେ ରଘୁଙ୍କ ଘର, ଠିକଣା ବିଷୟରେ ଅନେକ କଥା ଜଣିପାରିଥିଲେ। ଏହା ପରେ ନାଗା ସାଧୁ ମାନେ ରଘୁଙ୍କୁ କିଛି ରକ୍ଷା କବଜ ଓ ହାତରେ ଏକ ରୁପାର ବଳା ଦେଇଥିଲେ। କିଛିଦିନ ସେଠାରେ ନାଗାସାଧୁଙ୍କ ସହ ରଘୁ ରହିଥିଲା। ନାଗା ସାଧୁ ମାନେ ପୁରୀର ଏକ ମେଳାରେ ଯୋଗ ଦେବା ପାଇଁ ଆସିଥିବା ବେଳେ ସାଥିରେ ରଘୁଙ୍କୁ ଆଣି ଭଦ୍ରକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ପରେ ରଘୁ ସେଠାରୁ ନଜିର ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରି ଘରେ ପହଞ୍ଚିଥିଲେ।



ରଘୁ ଘରକୁ ଫେରିଆସିଥିଲେ ସତ କିନ୍ତୁ, ତାଙ୍କୁ ଗ୍ରାମବାସୀ କିମ୍ବା ତାଙ୍କ ଘର ଲୋକ ତଥା ତାଙ୍କ ତିନି ଭାଇ କେହି ଚିହ୍ନିପାରୁ ନଥିଲେ। ହେଲ ରଘୁ ସମସ୍ତଙ୍କୁ ଚିହ୍ନି ପାରୁଥିଲା। ରଘୁ ପିଲାଦିନର ଯେତେ କାହାଣୀ କହୁଥିଲେ ମଧ୍ୟ କେହି ବିଶ୍ବସ କରିପାରୁନଥିଲେ। ହେଲେ ରଘୁଙ୍କ ହାତରେ ପିଲାଦିନେ ତାଙ୍କ ମା କୁଟାଇଥିବା ଚିତାକୁ ଦେଖି ଚିହ୍ନିପାରିଥିଲେ ସେଠାରେ ଥିବା ଗ୍ରାମବାସୀ। ସେହି ଚିତା (ଟାଟୁ)ରୁ ରଘୁଙ୍କର ପରିଚୟ ମିଳିଥିଲା। ପରେ ସମସ୍ତେ ଜାଣିବାକୁ ପାଇଥଲେ ଯେ ସେ ଯାହା କହୁଛିନ୍ତି ସତ। ଆଉ ଇଏ ହେଉଛି ସେହି ରଘୁ ପ୍ରଧାନ ଯିଏ ୩୨ ବର୍ଷ ତଳେ ବାପାଙ୍କ ମାଡରେ ଘର ଛାଡି ପଳାଇଯାଇଥିଲା। ଏହା ପରେ ରଘୁଙ୍କ ତିନି ଭାଇ ଖୁସିବ୍ୟକ୍ତ କରିଥିଲେ। ଏହି କଥା ଚାରିଆଡେ ପ୍ରଚାର ହେବା ପରେ ତାଙ୍କ ଘର ବର୍ତ୍ତମାନ ପିକନିକ୍ ହବ ପାଲଟିଛି। ଅସଂଖ୍ୟ ଲୋକ ରଘୁଙ୍କୁ ଦେଖିବା ପାଇଁ ତାଙ୍କ ଘରକୁ ଆସୁଛନ୍ତି।