Odisha Politics: ବିଜେପି (BJP) ପରେ ଏବେ କଂଗ୍ରେସ ନବୀନଙ୍କୁ ଟାର୍ଗେଟ (Congress Target Naveen) କରିବାକୁ ପହଞ୍ଚିଗଲାଣି। ୨୦୨୪ ସାଧାରାଣ ନିର୍ବାଚନକୁ ଆଖିରେ ରଖି ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ଦଳ (Cental Party) ନବୀନଙ୍କୁ ଟାର୍ଗେଟ କରିବା ପାଇଁ ଆସି ପହଞ୍ଚିଯାଉଛନ୍ତି। ୨୨ ବର୍ଷ ଧରି ନିଜ ଗଡକୁ ଜଗି ବିସିଥିବା ନବୀନ ପଟ୍ଟନାୟକଙ୍କୁ କୈଣସି ଦଳର ଟାର୍ଗେଟ କିଛି କାମ କରୁନଥିବା ବେଳେ ବିଜେପି ପରେ ଏବେ କଂଗ୍ରେସ ତାଙ୍କ ସେନାପତି ମାନଙ୍କୁ ଓଡିଶା ପଠାଉଛି। ତେବେ କଂଗ୍ରେସର କଂଗ୍ରେସର ଦିଗ୍ଗଜ ନେତା ଶ୍ରୀ ଦିଗବିଜୟ ସିଂ (Digvijaya Singh) ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶନିବାର ନବିନଙ୍କୁ ଟାର୍ଗେଟ କରିବା ପାଇଁ ଆସି ଭୁବନେଶ୍ବର (Bhubaneswar)ରେ ପହଞ୍ଚି ଯାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାଭାରତ ଯୁଦ୍ଧ ହେଲା ଭଳି ଗୋଟିଏ ପରେ ଗୋଟିଏ ସେନାପତି ନବୀନ ଗଡ ଦଖଲ କରିବା ପାଇଁ ଲାଗିପଡିଛନ୍ତି। ଅନ୍ୟପକ୍ଷରେ ନବୀନଙ୍କର ୨୨ ବର୍ଷର ଗଡ ସମୟାନୁକ୍ରମେ ଅଧିକ ମଜବୁତ ହେବାରେ ଲାଗିଛି। ଏଠାରେ କହିରଖିବାକୁ ଚାହୁଁ, ୨୦୨୨ର ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ପୌର ନିର୍ବାଚନ, ଏଥିରେ ବଜେଡିର ଯେଉଁଭଳି ଭାବେ ନିଜର ପତିଆରାକୁ ପ୍ରପାଦନ କରିଥିଲା ତାହା କୌଣସି ଇତିହାସ ଠାରୁ କମ ନଥିଲା। ୨୨ ବର୍ଷ ଶାସନ କାଳରେ ସବୁଠାରୁ ଉତ୍ତମ ପ୍ରଦର୍ଶନ କରି ଏକ ଇତିହାସ ସୃଷ୍ଟି କରିଥିଲା। ନିକଟରେ ନବୀନ ପାଇଥିବା ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପରିପ୍ରେକ୍ଷିରେ ବିଜେଡି କର୍ମୀ ମାନଙ୍କର ଉତ୍ସାହ ସାରା ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ଥିଲା। ମୁଖ୍ୟତଃ ଗୋଟିଏ କଥା ନବୀନ ପଟ୍ଟନାୟକଙ୍କର ରାଜନୈତିକ ଷ୍ଟ୍ରାଟେଜି ଓ  ଲେକାଭିମୁଖୀ ଯୋଜନା ନବୀନଙ୍କୁ ବେଶ ଉର୍ଦ୍ଧ୍ବେରେ ରଖିପାରିଛି । ଯେଉଁଥିରେ ମିଶନ ଶକ୍ତି ଦ୍ବାରା ଗ୍ରାମାଞ୍ଚଳ ନାରୀଙ୍କୁ ଏକତ୍ର କରି ଏକ କ୍ୟାଡର ତିଆରି କରିପାରିଛି ତାହାକୁ ବିରୋଧି ମାନଙ୍କର ବାଣ ଭେଦ କରିବା ଅସମ୍ଭବ ପରି ମନେ ହେଉଛି।


ଗତ କିଛି ଦନ ତଳେ ବିଜେପିର ରାଷ୍ଟ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓଡିଶା ଆସି କର୍ମୀ ମାନଙ୍କୁ ସବଳ କରିବା ପାଇଁ କିଛି ମନ୍ତ୍ର ଫୁଙ୍କିଥିଲେ। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାତ ଜଣ ମନ୍ତ୍ରୀ ଓଡିଶାର ବିଭିନ୍ନ ଜିଲ୍ଲା ବୁଲି ଏକ ପରିବର୍ତ୍ତନର ମାହୋଲ ତିଆରି କରିବାକୁ ଚେଷ୍ଟା କରିଥିଲେ। ଏହି ମର୍ମରେ ଶନିବାର କଂଗ୍ରେସର ସେନାପତି ଦିଗବିଜୟ ସିଂ ଓଡିଶାରେ ରହଞ୍ଚି ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିବା ସହ 'ଭାରତ ଯୋଡୋ ଯାତ୍ରା ଓଡିଶା' ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନା ଯୋଗ୍ୟ, ରବିବାର ୧୨ଟା ସମୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଓଡିଶାର ଆଗାମି ରାଜନୈତିକ କାର୍ଯ୍ୟସୂଚୀ ସମ୍ପର୍କରେ ନିଜର ମତ ରଖିବେ।