Old Man Rescued: ମଣିଷ ଏମିତି ବେଳେ ବେଳେ ଫଶି ଯାଇଥାଏ ଯେ, ଭାବିନିଏ ମୃତ୍ୟୁ (Death) ସୁନିଶ୍ଚିତ । ଆଉ ସେଥିରୁ ନିଜକୁ ଉଦ୍ଧାର (Rescue) କରିବା ପାଇଁ ଭଗବାନ (God)ଙ୍କୁ ଡାକିଥାଏ । ଆଉ ସେ ସମୟରେ ଯିଏ ଉଦ୍ଧାର କରିଥାଏ, ସେ ବି କୌଣସି ଭଗବାନଙ୍କ ଠୁ କମ ନୁହନ୍ତି । ଏପରି ଏକ ଘଟଣା ବୌଦ୍ଧ ଜିଲ୍ଲା (Boudh District) ହରଭଙ୍ଗା ଥାନା ସାକୁସିଙ୍ଗା ଗ୍ରାମ (Sakusinga Village)ର ଘଟିଛି। ଗ୍ରାମର ୬୨ ବର୍ଷୀୟ ବୃଦ୍ଧ ଶିବ ବେହେରା ସକାଳୁ ସକାଳୁ ପ୍ରତିଦିନ ପରି ଆଜି ବି ଶୌଚ ହେବା ପାଇଁ ନିକଟସ୍ଥ ନାଳକୁ ଯାଇଥିଲେ । ନାଳରେ ଶୌଚ ହେବା ସହ ନାଳରେ ବୋହି ଯାଉଥିବା ପାଣିକୁ ହାତରେ ଆଞ୍ଜୁଳା କରି ସୂର୍ଯ୍ୟ ଦେବକୁ ଜଳ ଅର୍ପଣ କରିବେ । ଏମିତି ଭାବି ସେ ଶୌଚ କାମ ଆରମ୍ଭ କରିଥିଲେ । ହେଲେ କଣ ହେଲା କେଜାଣି, ହଠାତ୍ ବୃଦ୍ଧ ଜଣକ ତଳକୁ ତଳ ଖସିବାକୁ ଲାଗିଲେ । ଜାଣି ପାରୁନଥିଲେ ସେ କଣ ହେଉଛି ? 


COMMERCIAL BREAK
SCROLL TO CONTINUE READING


ଏଭଳି ଏକ ହୃଦୟ ଥରାଇଲା ଭଳି ଘଟଣା ଘଟିଛି ସାକୁସିଙ୍ଗା ନାଳରେ । ବୃଦ୍ଧ ଶିବ ବେହେରା ଗାଧୋଇ ସାରିବା ପରେ ନାଳ ଖଣ୍ଡିରେ ଥିବା ପଙ୍କରେ ଠିଆ ହୋଇ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ପଙ୍କ କାଦୁଆରେ ଫସିବା ଆରମ୍ଭ କରିଥିଲେ । ପ୍ରଥମେ ତାଙ୍କର ପାଦ ଦୁଇଟି ଫଶିଯାଇଥିଲା । ତା'ପରେ ଆଣ୍ଠୁ ଯାଏଁ ଫଶିଗଲେ । ପରିଣତ ବୟଷରେ ଦେହରେ ସେତିକି ବଳ ନଥିଲା। ତଥାପି ସେ ପାରୁ ପର୍ଯ୍ୟନ୍ତ ସେଠାରୁ ମୁକୁଳିବା ପାଇଁ ନିଜ ସହ କସରତ କରୁଥିଲେ। ପଙ୍କ କାଦୁଆରୁ ନିଜକୁ ଯେତିକି କାଢ଼ିବାକୁ ଚେଷ୍ଟା କରିଥିଲେ ସେତିକି ସେ ପଙ୍କ ଭିତରେ ଫଶି ଫଶି ଯାଉଥିଲେ । ସ୍ଥିତି ଏପରି ହେଲା ଯେ, ପଙ୍କରେ ସେ ଛାତିଏ ଯାଏଁ ଫଶି ଯାଇ ନିଜ ଜୀବନକୁ ଉଦ୍ଧାର କରିବା ପାଇଁ କେବଳ ଭଗବାନ କୁ ହିଁ ଡାକୁଥିଲେ । ପାଖରେ କେହି ବି ନଥିଲେ, ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ । ସେ ଆଣନିଶ୍ୱାସୀ ହୋଇପଡିବା ସହ ଭାବିନେଇଥିଲେ ଯେ ଆଜି ତାଙ୍କର ମୃତ୍ୟୁ ସୁନିଶ୍ଚିତ।



କଥାରେ ଅଛି ''ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ'? ଏହି ସମୟରେ ନିକଟସ୍ଥ ରାଉତପଡ଼ାର ଯୁବକ ବାବୁଲି ଦୀପ ସେହିବାଟ ଦୋଇ ଯାଉଥିଲେ। ହଠାତ୍ ତାଙ୍କ ନଜର ବୃଦ୍ଧଙ୍କ ପଡିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଯୁବକ ଜଣକ ବୃଦ୍ଧ ପାଖକୁ ଗଲେ । ଦେଖିଲେ ବୃଦ୍ଧ ଜଣଙ୍କ ପଙ୍କରେ ଫଶି ରହିଛନ୍ତି, ଉଦ୍ଧାର କରିବା କାଠିକର ପାଠ । ଏମିତି ପାଖରେ ବି କେହି ନାହାନ୍ତି, ହାତରେ ଫୋନ ମଧ୍ୟ ନାହିଁ, କାହାକୁ ଡାକିବ ସାହାଯ୍ୟ ପାଇଁ।  ଏମିତି ବାବୁ ଭାବୁ ଶେଷରେ ନିଜ ଜୀବନକୁ ବାଜିରେ ଲଗାଇବାକୁ ଚିନ୍ତା କଲେ ଯୁବକ । ପଙ୍କ ଭିତରକୁ ପଶି ବୃଦ୍ଧଙ୍କୁ ପ୍ରାୟ ୨ ଘଣ୍ଟା ଧରି ପରିଶ୍ରମ କରି ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏହାପରେ ଲୋକମାନେ ରୁଣ୍ଡ ହେବାକୁ ଲାଗିଲେ । ଉଦ୍ଧାର ବୃଦ୍ଧକୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତର ଖାନାକୁ ପଠାଇଦେଲେ । ଡାକ୍ତରଖାନାରେ ବୃଦ୍ଧଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ବୃଦ୍ଧ ସୁସ୍ଥ ଥିବା ଜଣାପଡିଛି । ଏହି ଉଦ୍ଧାର କାର୍ଯ୍ୟରେ ବିପଦ ଥିବା ଜାଣି ବି ନିଜ ଜୀବନକୁ ବାଜିରେ ଲଗାଇ ରାଉତପଡ଼ା ଗ୍ରାମର ଯୁବକ ବାବୁଲି ଦୀପ ବୃଦ୍ଧଙ୍କୁ ପଙ୍କରୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି । ବାବୁଲିଙ୍କ ଏଭଳି କାର୍ଯ୍ୟ ଏବେ ସମଗ୍ର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବୃଦ୍ଧ ଶିବ ବେହେରା ଉଦ୍ଧାର ହେବା ପରେ ''ବାବୁଲି ମୋ ପାଇଁ ଭଗବାନଙ୍କ ଦୂତ'' ବୋଲି କହିବା ସହ ତାଙ୍କ ପାଇଁ ନୂଆ ଜୀବନ ପାଇଥିବା କହିଛନ୍ତି।