Weather Update: ରାଜ୍ୟରେ ପଶ୍ଚିମା ଝଡ଼ (Westerly storm) ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ସହ କେତେକ ଲୋକେ ମୃତାହତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ପଶ୍ଚିମା ଝଡ଼ର ତାଣ୍ତବ ନ କମୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ର ଆଗମନ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବା ନେଇ ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ(Bhubaneswar Metrology Department)ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭବନା ରହିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଗତକିଛି ଦିନ ହେବ ରାଜ୍ୟବାସୀଙ୍କୁ ଟାଇଁ ଟାଇଁ ଖରା ଓ ପ୍ରବଳ ଗରମରୁ ମିଳିଛି ଆଶ୍ବସ୍ତି । ଗତ ଦୁଇଦିନ ମଧ୍ଯରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ସହ ଝଡ଼ ତୋଫାନ ଓ କୁଆପଥର ବର୍ଷା ହୋଇଛି । ଏଥିରେ କେତେକ ଲୋକେ ମୃତାହତ ହୋଇଥିବା ବେଳେ  କେତେକ ଜାଗାରେ ଛାଳ ଛପର ଏମିତି କି ଆଜବେଷ୍ଟସ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ କୁଆପଥର ବର୍ଷା ଯୋଗୁଁ ଚାଷ ଉପରେ ଏହାର ପ୍ରଭାବ ପଡ଼ିଛି ।  କିଛି ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ତରେ ହାତ ଦେଇ ବସିଛନ୍ତି ।


ସେହିପରି ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ବର୍ଷାର ତାଣ୍ତବ । ପ୍ରବଳ ବର୍ଷା ଫଳରେ ତାପମାତ୍ର ୩୩.୬ ଡ଼ିଗ୍ରୀରୁ ହଠାତ୍ ୨୦.୦୮ ଡି଼ଗ୍ରୀକୁ ଖସିଯାଇଥିଲା । ଅନ୍ୟପଟେ ଖୋର୍ଦ୍ଧା, କଟକ, କେନ୍ଦ୍ରପଡ଼, ପୁରୀ, ବାଲେଶ୍ବର, ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲ୍ଲାରେ କୁଆପଥର ବର୍ଷା ହୋଇଥିଲା । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବୋହିଥିଲା । ଏହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।




ଏହାମଧ୍ଯ ପଢନ୍ତୁ- Odisha News: ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ, ବାହାରେ ମଳତ୍ୟାଗ କଲେ ଏତିକି ଟଙ୍କାର ଜରିମାନା ଗଣିବେ ମାଲିକ


ଏହାମଧ୍ଯ ପଢନ୍ତୁ- Selfie Death: ସେଲ୍ଫି ହେଲା କାଳ, ଫଟୋ ଉଠାଇବା ବେଳେ ପାଣିରେ ବୁଡ଼ି ୨ ଭାଇ ସମେତ ୪ ମୃତ


ସେପଟେ ଆସନ୍ତକାଲି ଉତ୍ତର- ପଶ୍ଚିମ ଭାରତରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବ ଅନୁଭୂତ ହେବାକୁ ଥିବାବେଳେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବ । ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିବ । ଆସନ୍ତା ୪ରୁ ୫ ଦିନ ପରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ।