Odisha News: ଓଡିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଉଛନ୍ତି, ରୁଷ ଜାହାଜର ଚିଫ୍ ଇଂଜିନିୟର ମିଲ ୟାକୁବ ସର୍ଜଇ (Mil Yakub Sarjai) । ପାରାଦୀପରେ ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ପୂର୍ଵରୁ ୨ ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁ ରହିଥିବାବେଳେ,ଏ ହେଉଚ୍ଛନ୍ତି ତୃତୀୟ ରୁଷୀୟ ନାଗରିକ । ଆଜି ଭୋରରୁ ଏହି ଘଟଣା ଘଟିଥିବା ବେଳେ ମୃତଦେହଟି ଜାହାଜରେ ଥିବା ଜଣାଯାଇଛି।   ମିଲ ୟାକୁବଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ହୃଦଘାତ ହେତୁ ତାଙ୍କ ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ସେପଟେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ତଦନ୍ତ କରିବା ପରେ ମୃତ୍ୟୁର କାରଣ ଜଣାପଡିବ । ପୋଲିସ୍‌ ଉପସ୍ଥିତିରେ ମୃତଦେହକୁ ଜାହଜରୁ ପାରାଦୀପ ପୋର୍ଟ ହସ୍ପିଟାଲକୁ ଅଣାଯିବ । ଏହାପରେ ସେଠାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING


ଉଲ୍ଲେଖଯୋଗ୍ୟ, ରାୟଗଡ଼ାରେ ପୂର୍ବରୁ ଦୁଇଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଯାହା କେବଳ ରାଜ୍ୟରେ ନୁହେଁ ବରଂ ଜାତୀୟ ସ୍ତରରେ ବି ଆଲୋଡ଼ନ ଖେଳାଇ ଦେଇଥିଲା। ଗତ ୨୨ ତାରିଖରେ ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ ପର୍ଯ୍ୟଟକ ବ୍ଲାଦ୍‌ମିର୍ ବିଦାନୋଭାଙ୍କ ପରଲୋକ ଘଟିଥିଲା।  ସଂଧ୍ୟାରେ ବ୍ଲାଦ୍‌ମିରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ଶେଷକୃତ୍ୟ ପାଇଁ ରୁଷ ରାଷ୍ଟ୍ରଦୂତଙ୍କ ସହ ରାୟଗଡ଼ା ପୁଲିସ୍ ଓ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲା। ତେବେ ବ୍ଲାଦ୍‌ମିରଙ୍କ ପୁଅ ଭାରତ ଆସିବା ସମ୍ଭବ ନଥିବାରୁ ରାଷ୍ଟ୍ରଦୂତଙ୍କ ଜରିଆରେ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ସମ୍ମତି ପ୍ରଦାନ କରିଥିଲେ। ପ୍ରାଥମିକ ତଦନ୍ତରୁ ହୃଦ୍‌ଘାତରେ ହିଁ ବ୍ଲାଦ୍‌ମିର ପ୍ରାଣ ହରାଇଥିବା ପୋଲିସ କହିଛି।ଏହାପରେ  ଅସୁସ୍ଥତା କାରଣରୁ ୨୪ ତାରିଖରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। 


ଏହାବି ପଢନ୍ତୁ : Savitribai Phule: ଦେଶର ପ୍ରଥମ ମହିଳା ଭାବରେ କରିଥିଲେ ଶିକ୍ଷକତା, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା


ଏହାବି ପଢନ୍ତୁ : Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୪ ଗୁରୁତର


ମୃତକ ହେଲେ ୬୫ବର୍ଷୀୟ ପାୱେଲ୍‌ ଆନ୍ଥେମ। କିଛି ଘଣ୍ଟା ପୂର୍ବରୁ ବନ୍ଧୁ ବ୍ଲାଦ୍‌ମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ତାରିଖ ସଂଧ୍ୟାରେ ପାୱେଲ୍ ଆନ୍ଥେମଙ୍କ ମୃତ୍ୟୁ ଜିଲ୍ଲା ପୋଲିସ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି। ଦୁଇ ବନ୍ଧୁ ଏକାଠି ଭାରତ ଆସିଥିଲେ। କିଛି ଦିନ ତଳେ ଓଡ଼ିଶା ପରିଭ୍ରମଣରେ ଆସି ବୁଧବାର ରାୟଗଡ଼ାରେ ପହଞ୍ଚିଥିଲେ। ଏପଟେ ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ରୁଷ ନାଗରିକ ରୁଷ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା କହି ପୋଷ୍ଟର ଧରି ଭିକ୍ଷାବୃତ୍ତି କରୁଥିଲେ । ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ପୁରୀ ସ୍ଥିତ ଭଡାଘରେ ନେଇ ଛାଡି ଦେଇଛି । ଏପରି ସ୍ଥିତିରେ ପାରାଦୀପେ ବନ୍ଦରରେ ପୁଣି ଜଣେ ରୁଷ ନାଗରିକଙ୍କ ମୃତ୍ୟୁ ଖବରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।