NIA Action In Mao poster Putting Case At Bus Stand: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଚାଣ୍ଟିକୁ ଗିରଫ କରିବାରେ ସଫଳ ହୋଇଛି ଏନଆଇଏ। ମାଲକାନଗିରି ଜିଲ୍ଲାର ପେପରମେଟଲା ଥାନା ଅନ୍ତର୍ଗତ କାଡାଗୁମ୍ମା ଗ୍ରାମର ଖିଲ ରଞ୍ଜୁ ଓରଫ ଚାଣ୍ଟି ଦୀର୍ଘ ଦିନ ଧରି ପୋଲିସ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା। ପୋଲିସ ତାକୁ ଧରିବାରେ ବିଫଳ ହେବାରୁ କିଛି ଦିନ ହେବ କୋରାପୁଟ, ମାଲକାନଗିରି ଜିଲ୍ଲାରେ ଡେରା ପକାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା। ଡେରା ପକାଇବା ବେଳେ କିଛି ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ପୋଷ୍ଟର କୋରାପୁଟ ବସଷ୍ଟାଣ୍ଡ ଠାରେ ଲଗାଇଥିଲା। 


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନ ଧରି ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଟ୍ରାପ୍ କରିବାରେ ପୋଲିସ ବିଫଳ ହେବାରୁ ମାଓ ପୋଷ୍ଟର ଜାରି କରାଯାଇଥିଲା। ବସଷ୍ଟାଣ୍ଡ ଠାରେ ମରାଯାଇଥିବା ମାଓ ପୋଷ୍ଟରରେ ରହିଥିବା ବ୍ୟକ୍ତିଙ୍କୁ ଧରାଇଦେଲେ ପାଞ୍ଚରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବା ସହିତ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। କୋରାପୁଟ ବସ ଷ୍ଟାଣ୍ଡ (Koraput Bus Stand) ଠାରେ ଲଗା ଯାଇଥିବା ମାଓ ପୋଷ୍ଟରରେ ଆନ୍ଧ୍ର ପ୍ରଦେଶ (Andhra Pradesh) ପୂର୍ବ ଗୋଦାବରୀ ଜିଲ୍ଲାର (East Godavari District) ଜାଲମୁରି ଶ୍ରୀନୁ ବାବୁଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ତେଲେଙ୍ଗାନା (Telangana) ୱାରଙ୍ଗଲ ଜିଲ୍ଲାର (Warangal District) ଗଜରଲା ରବି ଓରଫ ଗଣେଶଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ , ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର (Srikakulam District of Andhra Pradesh) ମେଟରୁ ଜଗାରାଓ ଓରଫ ଶଙ୍କର ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବାବଦରେ ଉଲ୍ଲେଖ କରାଯାଇଥିଲା। 


ଏହା ବ୍ୟତୀତ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଚାଣ୍ଟି ଓରଫ ଖିଲ ରଞ୍ଜୁର ଫୋଟ ମଧ୍ୟ ଲଗା ଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏନଆଇଏ (NIA) ମାଲକାନଗିର ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ (Swabhiman Anchal of Malkangiri District) ସେମାନଙ୍କ ମଧ୍ୟରୁ ଚାଣ୍ଟିକୁ ଗିରଫ କରିବାରେ ସଫଳ ହୋଇଛି।  ଲଗା ଯାଇଥିବା ୪ ମାଓବାଦୀଙ୍କ ପୋଷ୍ଟର ମଧ୍ୟରୁ ଜଣେ ମାଲକାନଗିରି ଜିଲ୍ଲାର (Malkangiri District) ରହିଥିଲା। ଯାହାକୁ ଏନଆଇଏ ଟିମ ଧରିବାରେ ସଫଳ ହୋଇଛି। ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ଆନ୍ଧ୍ର ପ୍ରଦେଶର ହୋଇଥିବା ଅନ୍ୟ ଜଣେ ତେଲେଙ୍ଗାନାର ବୋଲି ସ୍ପଷ୍ଟ ହୋଇଛି। ସେମାନଙ୍କୁ ଧରିବା ପାଇଁ ଏନଆଇଏ ସମ୍ପୃକ୍ତ ରାଜ୍ୟ ଗସ୍ତ କରିବେ ବୋଲି ଆଶା କରାଯାଉଛି।