Balangir Zilla Parishad Meeting: ଗୁରୁବାର ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ବୈଠକ ବେଳେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ବଲାଙ୍ଗୀର ଜିଲ୍ଲାପାଳ 
ଚଞ୍ଚଳ ରାଣା।  ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକ ବେଳେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣି ବର୍ଷିଛନ୍ତି କଣ୍ଟାବାଞ୍ଜି ବିଧାୟକ। ଏନେଇ କଣ୍ଟାବାଞ୍ଜି ବିଧାୟକ କହିଛନ୍ତି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ପାଣ୍ଠିକୁ କାଟି ଦେଇଥିବା ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଜାନୁଆରୀ ୧୨ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକ (Balangir Zilla Parishad Meeting)। ଏହି ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (District Rural Development Agency) ଡିଆରଡିଏ (DRDA) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଆୟୋଜିତ ହୋଇଥିବା ଜିଲ୍ଲା ପରିଷଦ ବୈଠକ ବେଳେ ବିକାଶ ପାଣ୍ଠିକୁ ନେଇ ମୁହାଁମୁହିଁ ହୋଇଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା (Kantabanji MLA Santosh Singh Saluja) ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା (Balangir Collector Chanchal Rana)। ଏହି ଘଟଣା ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।


ବୈଠକ ବେଳେ କ୍ରୋଧିତ ବିଧାୟକ ସନ୍ତୋଷ ସିଂହ ସାଲୁଜା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପଚାରିଥିଲେ ଯେ କାହିଁକି କଣ୍ଟାବାଞ୍ଜି (Kantabanji) ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ପାଣ୍ଠିକୁ କଟାଯାଉଛି। ଯଦିଓ ଏହି ପ୍ରଶ୍ନ ଶୁଣିବା ପରେ ଜିଲ୍ଲାପାଳ ବିଧାୟକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ହେଲେ ଏହା ବୃଥା ହୋଇଥିଲା। ବିଜୁ କେବିକେ ଯୋଜନା (Biju KBK Yojana) ଅଧିନରେ ୧୨୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ହେଲେ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ଏହି ପାଣ୍ଠିକୁ ବଲାଙ୍ଗୀର ଜିଲ୍ଲାର ଅନ୍ୟ ବ୍ଲକକୁ ପଠଯାଇଛି ବୋଲି କହିଛନ୍ତି କଣ୍ଟାବାଞ୍ଜି ବିଧାୟକ।