ସନ୍ଦିପ୍ତ ରାୟ, ଯାଜପୁର: କଥା ଦେଇ କଥା ରଖିଲେ ବିଧାୟିକା । ନିଜେ ଡାକ୍ତରଖାନାରେ ଭର୍ତି ହୋଇ ମଧ୍ୟ ନିଜର ପ୍ରତିଶୃତିକୁ ସେ ପାଳନ କରିଛନ୍ତି । ଆମେ କହୁଛୁ ଯାଜପୁର ଜିଲା ବରୀ ବିଧାୟିକା ସୁନନ୍ଦା ଦାସଙ୍କ କଥା। ଅଗ୍ନିବିପନ୍ନ ପରିବାର କନ୍ୟାର ବିବାହ କରାଇ ମହାନତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ବିଧାୟିକା ସୁନନ୍ଦା ଦାସ। ନିଜ ସ୍ୱାମୀ ଏବଂ କର୍ମୀଙ୍କ ସହାୟତାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ରାଜରାସ୍ତାରେ ଯୌନକର୍ମୀ, ଚେଇଁ ଉଠିଲା ଆଇନ ବିଭାଗ


ମିଳିଥିବା ସୂଚନା ମୁତାବକ ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଥିବା ପରିବାରକୁ ସହାୟତା କରିବା ପାଇଁ ଦେଇଥିବା ପ୍ରତିଶୃତିକୁ ପାଳନ କରିବାକୁ ଯାଇ ଚର୍ଚ୍ଚାରେ ବିଧାୟିକା । ଗତ ୪ତାରିଖ ରାତିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇଁଶିରିଆ ପଂଚାୟତର ହରିସ୍ଥାନ ସାହିରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ। ଏଥିରେ ସାହିର ୯ଟି ପରିବାର ସର୍ବସ୍ୱାନ୍ତ ହୋଇଥିଲେ। ବାସଗୃହ ସମେତ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା। 


ଆଉ ଏହି ଅଗ୍ନିକାଣ୍ଡରେ ଟିକନ ମଲିକଙ୍କ ସ୍ୱପ୍ନ ଧୂଳିସାତ ହୋଇଥିଲା। କାରଣ ଝିଅ ବାହାଘର ପାଇଁ ଟିକନ ରଖିଥିବା ଟଙ୍କା, ସୁନାଗହଣା ସହ ସମସ୍ତ ଆସବାବପତ୍ର ନିଆଁର ଆଁରେ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡ ଖବର ପାଇ ସାହିରେ ପହଞ୍ଚିଥିଲେ ବରୀ ବିଧାୟିକା ସୁନନ୍ଦା ଦାସ। ଅଧୈର୍ଯ୍ୟ ହୋଇପଡିଥିବା ଟିକନକୁ ଭେଟି ସାନ୍ତ୍ୱନା ଦେଇଥିଲେ । ଏହି ସମୟରେ ଟିକନ ବିବାହ କାର୍ଯ୍ୟରେ ସହାୟତା ଯୋଗାଇଦେବା ପାଇଁ ବିଧାୟିକାଙ୍କୁ ଗୁହାରୀ କରିଥିଲେ। ଏହାଶୁଣି ବିଧାୟିକା ବିବାହ ବନ୍ଦ ନରଖି ପ୍ରସ୍ତୁତି କର ଏବଂ ସମସ୍ତ ସାହାଯ୍ୟ ସେ ଯେଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।


ଅଧିକ ପଢନ୍ତୁ: ପରୀକୁ ହତ୍ୟା ପୂର୍ବରୁ କରାଯାଇଥିଲା ଦୁଷ୍କର୍ମ !


ଗତକାଲି ଅଗ୍ନି ବିପନ୍ନ ଟିକନ ମଲିକଙ୍କ ଝିଅ ବାହାଘରରେ ସହାୟତା ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ । ନିଜେ ବିଧାୟିକା ଅସୁସ୍ଥ ଥାଇ ମଧ୍ୟ ସେ ନିଜର ପ୍ରତିଶ୍ରୁତିକୁ ଭୁଲି ନଥିଲେ । ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସଙ୍କ ସମେତ ସହଯୋଗୀଙ୍କୁ ପଠାଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବିବାହ ପାଇଁ ଆବଶ୍ୟକ ସମସ୍ତ ଅର୍ଥ ଓ ସାମଗ୍ରୀ ବିଧାୟିକା ଯୋଗାଇ ଦେଇଥିଲେ। ବିଧାୟିକାଙ୍କ ସହଯୋଗ ଯୋଗୁ ଝିଅର ବିବାହ ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ଉଭୟ ବର ଓ କନ୍ୟା ପକ୍ଷ। ଏନେଇ ସେମାନେ ବିଧାୟିକାଙ୍କୁ କୃତଜ୍ଞତା ଜଣାଇଛନ୍ତି।  ଏହି ବିବାହକୁ ନେଇ ଗ୍ରାମବାସୀ ଖୁସି ଜାହିର କରିଥିବା ବେଳେ ଅସୁସ୍ଥ ଥିବା ବିଧାୟିକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।