ଭଦ୍ରକ: ରାତି ଅଧରେ ପ୍ରେମିକାକୁ ଦେଖା କରିବା ମହଙ୍ଗା ପଡିଛି। ମିଛ ବରଯାତ୍ରୀ ହୋଇ ଆସିଥିଲେ ଶେଷରେ ନିଜେ ସତ ବର ପାଲଟିଗଲେ। ଦୁଇ ଭଉଣୀଙ୍କୁ ଭେଟିବା ପାଇଁ ଦୁଇ ଯୁବକ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିବାହିତ ଥିଲେ। ଏଭଳି ଏକ ଘଟଣା ଏବେ ଭଦ୍ରକ କାଉପୁର ପଞ୍ଚାୟତର ଶିରପୁର ଗାଁରେ ଘଟିଛି। ଯାହାକୁ ନେଇ ଏବେ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଚାଲିଛି। 


COMMERCIAL BREAK
SCROLL TO CONTINUE READING

ଦୁଇ ଭଉଣୀଙ୍କ ଦୁଇ ପ୍ରେମିକକୁ ବାନ୍ଧିଲେ ଗାଁ ଲୋକେ। ପ୍ରେମିକା ସହ ଗୋଟିଏ ଘରେ ରାତିରେ ରହିବା ବେଳେ ଦୁଇ ପ୍ରେମିକୁ ବାନ୍ଧି ଗାଁ ଲୋକେ କ୍ଲବ୍ ଘରେ ପୂରାଇଲେ। ଶେଷରେ ସ୍ଥିତି ଏମିତି ହେଲା, ମିଛ ବରଯାତ୍ରୀ ସାଜିଥିବା ପ୍ରେମିକଙ୍କୁ ସତ ବର ସାଜିବାକୁ ପଡିଲା। କିନ୍ତୁ ଏଥିରୁ ଜଣେ ପ୍ରେମିକ ବର୍ତ୍ତି ଯାଇଛନ୍ତି। ତାଙ୍କ ପ୍ରଥମ ପତ୍ନୀ ଏହି ବିବାହରେ ରାଜି ନ ହେବାରୁ, ଜରିମାନାରେ ମାମଲାର ରଖାଦଫ କରାଯାଇଥିବା ସୂଚନା ମିଳିଛି।


Also Read: ଆପଣଙ୍କୁ କୁବେର କରିବ Facebook! ଏହି ଫିଚର୍ ବ୍ୟବହାର କରି ମାସକୁ ରୋଜୋଗାର କରିପାରିବେ ୪ ଲକ୍ଷ


ମିଳିଥିବା ଖବର ଅନୁସାରେ, ପ୍ରେମିକାଙ୍କ ପଡ଼ିଶା ଘରେ ବାହାଘର ଚାଲିଥିଲା। ଏହାର ମଉକା ନେଇ ନିଜ ପ୍ରେମିକଙ୍କୁ ଭେଟିବାକୁ ଦୁଇ ଭଉଣୀ ମନ ବଳାଇଥିଲେ। ସେମାନେ ଫୋନ କରି  ଦୁଇ ପ୍ରେମିକକୁ ଡାକିଥିଲେ। ଆଉ ଚତୁର ପ୍ରେମିକମାନେ ମିଛ ବରଯାତ୍ରୀ ସାଜି ପ୍ରେମିକାର ଗାଁକୁ ମଧ୍ୟ ଆସିଥିଲେ। ବାହାଘର କୋଳାହଳର ସୁଯୋଗ ନେଇ ଦୁଇ ଭଉଣୀଙ୍କ ସହ ଦୁଇ ଜଣ ଯୁବକ ରାତି କାଟିଥିଲେ। କିନ୍ତୁ ଏତିକି ବେଳେ କୌଣସି ପ୍ରକାରେ ଖବର ପାଇ ପ୍ରେମୀ ଯୁଗଳଙ୍କୁ ଗ୍ରାମବାସୀ ମାଡିବସିଥିଲେ।


ଦୁଇ ଯୁବକଙ୍କୁ କ୍ଲବ୍ ଘରେ ପୂରାଇ ଦେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଶେଷରେ ଗାଁ ଲୋକ ଓ ଉଭୟ ପରିବାରର ନିଷ୍ପତ୍ତି କ୍ରମେ ବଡ଼ ଭଉଣୀର ବାହାଘର ଭଣ୍ଡାରିପୋଖରୀର ପ୍ରେମିକ ସତ୍ୟରଞ୍ଜନ ଜେନାଙ୍କ ସହ ହୋଇଥିଲା। କିନ୍ତୁ ସାନ ଭଉଣୀର ବିବାହ ହୋଇ ପାରିଲା ନାହିଁ। ସାନ ଭଉଣୀର ପ୍ରେମିକ ମାନସ ପୂର୍ବରୁ ବିବାହିତ ଥିଲା। ଖଇରା ରଟିଣା ଗାଁର ମାନସ ନାୟକ ପୂର୍ବରୁ ପ୍ରେମ ବିବାହ କରିଥିଲା। ଆଉ ରଙ୍ଗ ନମ୍ବରରୁ ଏହି ଯୁବତୀଙ୍କୁ ଭଲପାଇ ବସିଥିଲା। 


Also Read: OSSSC Recruitment 2022: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ୪,୦୭୦ ପଦବୀ ଖାଲି


ମାନସଙ୍କ ସହ ସାନ ଭଉଣୀର ବିବାହ କରିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। କିନ୍ତୁ ମାନସଙ୍କ ପତ୍ନୀ ଏଥିରେ ରାଜି ହୋଇନଥିଲେ। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଜୋରିମାନା ଦେଇ ମାନସ ମୁକୁଳିଥିବା ସୂଚନା ମିଳିଛି। ଏବେ ଏଇ ଘଟଣା ପ୍ରଘଟ ପରେ ବର କନ୍ୟାଙ୍କୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମୁଛି।