ଭଞ୍ଜନଗର: ବାଚସ୍ପତି (Speaker) ବିକ୍ରମ ଆରୁଖଙ୍କ (Bikram Arukh) ଭାଇ ବିରେନ୍ଦ୍ର ଆରୁଖଙ୍କୁ (Birendra Arukh) ଏକ ବଡ଼ ଝଟକା ଲାଗିଛି। ସମବାୟ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବିରେନ୍ଦ୍ରଙ୍କ (Birendra Arukh) ନାମାଙ୍କନ ଖାରଜ ହୋଇଯାଇଛି। ତାଙ୍କ ବିରୋଧରେ ୩୦ ଲକ୍ଷ ଟଙ୍କା ଋଣ ଖିଲାପି ପୂର୍ବରୁ ଅଭିଯୋଗ ହୋଇଥିଲା ଯାହାର ପ୍ରମାଣ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଥିଲା। ଏଠାରେ କହି ରଖୁ କି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (Central Co-Oparative Bank) ନିର୍ବାଚନ ପାଇଁ ବିରେନ୍ଦ୍ର ୧୧ ନମ୍ବର ଜୋନରୁ ନିର୍ଦ୍ଦେଶକ ପଦ (Director Post) ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଆସିକା ତହସିଲଦାର ସଂଜୟ କୁମାର ସାମନ୍ତରାଙ୍କ ଦସ୍ତଖତ ସମ୍ଭଳିତ ଏକ ତାଲିକା ନୋଟିସ ବୋର୍ଡରେ ଲଗା ଯାଇଥିବା ତଥ୍ୟ ଅନୁଯାୟୀ ମୋଟ ୧୫ଟି ଜୋନ ପାଇଁ ୩୪ ଜଣଙ୍କ ପ୍ରାର୍ଥିପାତ୍ର କାଏମ ରହିଛି। ତାହା ମଧ୍ୟରୁ ୫ଟି ଜୋନରେ ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ୧୧ ନମ୍ବର ଜୋନ ରେ ବିରେନ୍ଦ୍ର ଆରୁଖ ଏକାକୀ ନାମାଙ୍କନ ଦାଖଲ କରିଥିଲେ। ସେପଟେ ତାଙ୍କର ନାମାଙ୍କନ ଖାରଜ କରିବା ପାଇଁ ପିଟିସନ ଦାଖଲ ହୋଇଥିଲା।


ଦାଖଲ ପିଟିସନର ଶୁଣାଣି କରି  ପ୍ରାର୍ଥିପତ୍ରକୁ ନାକଚ କରିଛନ୍ତି ନିର୍ବାଚନ ଅଧିକାରୀ ଶ୍ରୀ ସାମନ୍ତରା। ଅନୁରୂପ ୧ ଓ ୨ ନମ୍ବର ଜୋନର ପ୍ରାର୍ଥିଙ୍କ ବିରୋଧୀରେ ନାମାଙ୍କନ ରଦ୍ଦ ପାଇଁ ପିଟିସନ ହୋଇଥିଲେ ମଧ୍ୟ ତଥ୍ୟ ଆଧାରରେ ଏହାକୁ ଗ୍ରହଣ କରିନଥିଲେ ନିର୍ବାଚନ ଅଧିକାରୀ। ସୂଚନା ପ୍ରକାରେ ଆସନ୍ତା ୧୫ ତାରିଖ ଦିନ ପ୍ରାର୍ଥି ତାଲିକା ଓ ସଂକେତ ସମ୍ବଳିତ ତାଲିକା ପ୍ରକାଶ ପାଇବ ଓ ଡିସେମ୍ବର ୩୦ରେ ଭୋଟ ଗ୍ରହଣ ହେବ।


ଗଞ୍ଜାମ ଜିଲ୍ଲାରେ ରହିଥିବା ଦୁଇଟି ସମବାୟ କେନ୍ଦ୍ର ମଧ୍ୟରୁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ୭ଟି ନିର୍ବାଚନ ମଣ୍ଡଳୀରେ ୧୫ଟି ଶାଖା ୧୯୧ଟି ସୋସାଇଟି ମାଧ୍ୟମରେ କାରବାର କରେ। ଏହି ଦୃଷ୍ଟିରୁ ଏହି ଆସିକା ସମବାୟ ବ୍ୟାଙ୍କର ବିଶେଷ ଗୁରୁତ୍ୱ ରହିଥିବାରୁ ଏହାର ପରିଚାଳନା ଦାୟିତ୍ବ ଯିବା ପ୍ରତ୍ୟେକ ଦଳ ପାଇଁ ମଯ୍ୟାଦା ଜନକ ଅଟେ। ସେହି କ୍ରମରେ ଶାସକ ଦଳ ଏହାକୁ ଗମ୍ଭୀରତା ସହ ଗ୍ରହଣ କରି ପ୍ରାର୍ଥୀମାନଙ୍କୁ ଅବତୀର୍ଣ୍ଣ କରାଇଛି। ଏହି ଦୌଡ଼ରେ ମାନ୍ୟବର ବାଚସ୍ପତିଙ୍କ ଭାଇ ବିରେନ୍ଦ୍ର ଆରୁଖ ୧୧ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଥିଲେ।


ହେଲେ ତାଙ୍କର ନାମାଙ୍କନ ରଦ୍ଦ ହେବା ପରେ ଏବେ ସଭାପତି ପଦବି ପାଇଁ ରୋଚକ ମୋଡ଼କୁ ଯାଇଛି। କିନ୍ତୁ ଏହି ପ୍ରାର୍ଥିପତ୍ର ନାକଚ, ଆଉ ଋଣ ଖିଲାପ କାରଣରୁ ବିରେନ୍ଦ୍ର ଉତକ୍ଷିପ୍ତ ହୋଇ ବ୍ୟାଙ୍କ କର୍ମଚାରୀଙ୍କୁ ମାରପିଟ କରିଥିବା ନେଇ ଆସିକା ଥାନାରେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଅନୁରୂପ ବିରେନ୍ଦ୍ର ଆରୁଖ ୧୧ ତାରିଖ ଦିନ ଅଭିଯୋଗ ଶୁଣାଣି ଦିନ ବ୍ୟାଙ୍କ କର୍ମଚାରୀମାନେ ବିରେନ୍ଦ୍ରକୁ କୁଆଡେ ଗାଳି ଗୁଲଜ ଧମକ ଚମକ ଦେଇଥିବା ଆସିକା ଥାନାରେ ଅଭିଯୋଗ କରିଥିଲେ। ଏପଟେ ଥାନରେ ଉଭୟ ପକ୍ଷ ମାମଲା ରୁଜୁ ହୋଇଛି।


ଅଧିକ ପଢନ୍ତୁ: ତୃତୀୟ ବିଶ୍ୱଯୁଦ୍ଧର ବିଗୁଲ ବଜାଇଲା କି ଋଷ


ଅଧିକ ପଢନ୍ତୁ: ଆସିଲା ଖଣ୍ଡିତ ରାୟ, CJI ଙ୍କ ପାଖକୁ ପଠଗଲା ମାମଲା