CM Odisha Return: କାଲି ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। ସବୁଥର ଭଳି ଏଥର ଖାଲି ହାତରେ ଫେରୁ ନାହାନ୍ତି। ଏଥର କିନ୍ତୁ, ଓଡିଶା ଫେରିବେ ଏକ ନିଆରା ଢଙ୍ଗରେ ଏବଂ ପାଖାପାଖି ଏକ ଲକ୍ଷ ବିଜେଡି କର୍ମୀ (BJD Worker) ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବେ। କାହିଁକି ନା ମୁଖ୍ୟମନ୍ତ୍ରୀ ଏଥର ପାଇଛନ୍ତି ଏକ ନିଆରା ଆଓ୍ବାର୍ଡ। ଆଓ୍ବାର୍ଡଟି ହେଲା କ୍ୟାପିଟା ଫାଉଣ୍ଡେଶନର 'ଲାଇଫ୍ ଟାଇମ୍ ଆଚିଭମେଣ୍ଟ' (Life Time Achievement) ଆଓ୍ବାର୍ଡ । ତେଣୁ, ଏହାକୁ ନେଇ ବିଜେଡି ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା ଶୋଭାର ଆୟୋଜନ କରାଯାଉଛି। ଜଣାପଡିଛି ଭୁବନେଶ୍ବର ବିମାନ ବନ୍ଦର (Airport) ଠାରୁ ଆରମ୍ଭ କରି ପୂରା ରାଜଧାନୀ (Capital)ରେ ଶୋଭାଯାତ୍ରା (Rally)ର ଆଯୋଜନ ହେଉଛି। ପୂର୍ବରୁ ଆମେ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ଗଣମାଧ୍ୟ ଦ୍ବାରା ଏକ ନମ୍ବର ମୁଖ୍ୟମନ୍ତ୍ରୀ ପଦ ସହିତ ଭିନ୍ନ ଭିନ୍ନ ଆଓ୍ବାର୍ଡ ମଧ୍ୟ ଦିଆଯାଇଛି । ଯାହାକୁ ନେଇ ଦଳ ପକ୍ଷରୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି। କିନ୍ତୁ, ସମ୍ପ୍ରିତି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଆଓ୍ବାର୍ଡ ମିଳିଛି, ତାକୁ ନେଇ ଦଳ ପକ୍ଷରୁ ଅତି ଉତ୍ସାହିତ ହେବା ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପ୍ରାୟ ଅପରାହ୍ନ ୪ଟା ବେଳେ ଏବି ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବାକୁ ଯଉଥିବା ବେଳେ ଏଥିପାଇଁ ବିଜେଡି କ୍ୟାମ୍ପରେ ଏକ ବଡ ଆୟୋଜନ କରାଯାଇଛି। ତେବେ ଏତେ କର୍ମୀଙ୍କର ସମାଗମକୁ ଦେଖି ଭୁବନେଶ୍ବର କମିଶନରେଟ ପୋଲିସ (Bhubaneswar Commissionerate Police) ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଆଗମନ ସମୟରେ କିପରି ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନା କରିହେବ ଏଥିନେଇ ଭୁବନେଶ୍ବର ଡିସିପି (Bhubaneswar DCP) ମଧ୍ୟ ଏକ ସମୀକ୍ଷା କରିଛନ୍ତି। ଏହି ବ୍ୟବସ୍ଥା ମୂତାବକ ଭୁବନେଶ୍ବର କିଶନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ମୂତୟନ କରାଯିବ। ଏଥିସହିତ ବିଭିନ୍ନ ସ୍ଥାନରେ ଚାରୋଟି ଅତିରିକ୍ତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯିବ। ଆବଶ୍ୟ ପଡିଲେ ଟ୍ରାଫିକ ଡାଇଭର୍ସନ ଏବଂ ବ୍ୟାରିକେଡ୍ କରାଯିବ ବୋଲି ସୂଚନା ରହିଛି। 


ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ବର ଆଗମନ ସମୟରେ ବିମାନବନ୍ଦରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି। ପୂର୍ବରୁ ନିର୍ଦ୍ଧାରିତ ବିମାନ ଯାତ୍ରୀ ମାନଙ୍କୁ ସୁରୁଖୁରୁରେ ଯାତ୍ରା କରିବା ପାଇଁ ଭୁବନେଶ୍ବର କମିଶନେରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି। ତେବେ ସୂଚନା ମୂତାବକ, ବିମାନ ଯାତ୍ରୀଙ୍କୁ ଯାତ୍ରାର ନିର୍ଦ୍ଦିଷ୍ଟ ତିନି ଘଣ୍ଟା ପୂର୍ବୁରୁ ବିମାନବନ୍ଦରରେ ପହଞ୍ଚିବାକୁ କୁହାଯାଇଛି। ଯାତ୍ରୀ ମାନଙ୍କର ଗମନାଗମନ ପାଇଁ କୌଣସି ବାଧା ନଉପୁଯିବା ପାଇଁ କମିଶନରେଟ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା ସହିତ କଡା ନଜର ରଖିଛି। 


ଅନ୍ୟପକ୍ଷରେ ରାଜ୍ୟର ବିରୋଧି ଦଳ (Oposition Party) ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଲାଇଫ୍ ଟାଇମ୍ ଆଚିଭମେଣ୍ଟକୁ (Life Time Achievement) ଏକ ମାର୍କେଟିଂ ବୋଲି କହୁଛି। ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହା ଏକ ନିର୍ବାଚନୀ ପ୍ଲାନ୍ ବୋଲି କହୁଛନ୍ତି ବିରୋଧି ଦଳ ନେତେମାନେ। ସୁତରାଂ ଏହି ପରିପ୍ରେକ୍ଷୀରେ ସରକାର ଓ ବିରୋଧି ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ବିଜେଡି କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହୁଁନଥିବା ଜଣାପଡିଛି। ତେବେ ପ୍ରକୃତରେ ଏହି ଲାଇଫ୍ ଟାଇମ୍ ଆଚିଭମେଣ୍ଟ କଣ? ଏହାର ଏହାର ଗୁରୁତ୍ବ କେତେ? ଯାହା ଓଡିଶା ବୁଦ୍ଧିଯିବି ମହଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି, ତାହା ସବୁଠି ବଡ ପ୍ରଶ୍ନ।