Bijay Shankar Das: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମକା ସୋମାଲିକାକୁ ନ୍ୟାୟ ଦେବା ସହିତ  ବିଧାୟକଙ୍କୁ ଗିରଫ  ଦାବିରେ ଜଗତସିଂହପୁର ଜିଲ୍ଲା ବିଜେପି  ପକ୍ଷରୁ ଜଗତସିଂହପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  ଦାବିପତ୍ର ପ୍ରଦାନ କରାଯାଇଛି। ଜଗତସିଂହପୁର ପୋଲିସ ସୋମଲିକାଙ୍କୁ ବାରମ୍ବାର ଥାନାକୁ ଡ଼ାକି ପଚରା ଉଚରା କରୁଥିବା ବେଳେ ବିଧାୟକ ବିଜୟ ଶଙ୍କରଙ୍କୁ ଜେରା କରିବା ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଏସପିଙ୍କ ନିକଟରେ ଦାବି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA) ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଘଟଣାରେ  ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ବାନ୍ଧବୀ ଦେଇଥିବା ଏତଲା ଅନୁଯାୟୀ ଆଇପିସି ର ଦଫା- ୩୭୬,୩୧୩,୫୦୬,୩୪ ଅନୁସାରେ ଜଗତସିଂହପୁର ଥାନାରେ ୯୫/୨୦୨୩ ମାମଲା ରୁଜୁ ହୋଇଛି। ସମସ୍ତ ଧାରାଗୁଡିକ ଅତ୍ୟନ୍ତ ଗୁରୁତର ଓ ସଙ୍ଗୀନ ଅପରାଧ ହୋଇଥିବା ବେଳେ ବିଧାୟକ ଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।


ଶାସକ ଦଳର ଜଣେ ଯୁବ ବିଧାୟକଙ୍କ (bjd mla Bijay Shankar Das) ଏ ଭଳି କାର୍ଯ୍ୟକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯିବା ସହିତ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଗତ କିଛିଦିନ ତଳେ ବିଧାୟକଙ୍କୁ ଗିରଫ ଦାବି କରି ବର୍ଷିଥିଲା ବିଜେପି । ସୂଚନାନୁୟାୟୀ, ପୂର୍ବ ଏତଲାକୁ ଭିତ୍ତି କରି ଗୋଟିଏ କେସ ରୁଜୁ ହୋଇଥିବା ବେଳେ ସୋମାଲିକାଙ୍କୁ ପୁନର୍ବାର ଥାନାକୁ ଡକାଯାଇ ଅଧିକ ତଦନ୍ତ କରାଯାଇଛି। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନାହିଁ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das) ଓ ତାଙ୍କ ପ୍ରେମିକା ସୋମାଲିକା ଦାସ ବିବାହ ବିବାଦକୁ ନେଇ ଆଗକୁ ବାହାରିଛି ଜିଲ୍ଲା ବିଜେପି । ବିଜୟ ଶଙ୍କରଙ୍କ ନାଁରେ ସୋମାଲିକା ଜଗତସିଂହପୁର ଥାନାରେ  ସଙ୍ଗିନ ଅଭିଯୋଗ କରିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ କ'ଣ ପାଇଁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । 


Also Read: Smriti Irani: ଝିଅର ବିବାହ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁକ କଲେ ୫୦୦ ବର୍ଷ ପୁରୁଣା ମହଲ, ଦାମ ଶୁଣିଲେ ଉଡ଼ିଯିବ ହୋସ୍


Also Read: Propose Day: ପ୍ରପୋଜ ଡେ'ରେ ପ୍ରେମିକକୁ ଭେଟିବାକୁ ଯାଇ ପ୍ରେମିକା ହଟହଟା, ଯୁବତୀଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ


Also Read: Gas Exploration: ପୁରୀରେ ବାହାରିବ ପେଟ୍ରୋଲ ଓ ଗ୍ୟାସ! ଆରମ୍ଭ ହେଲା ଖନନ କାର୍ଯ୍ୟ