ବୌଦ୍ଧ: ଯୁଗ ବଦଳିଛି। ଆଉ ସମୟ ସହ ଅଧୁନିକତାର ଛାପରେ ମଣିଷ ସବୁ କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରୁଛି। ପ୍ରତ୍ୟେକ କାମକୁ ସହଜ ତଥା ଶୀଘ୍ର କରିବାକୁ ମଣିଷ ସବୁ କାମରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବାକୁ ପଛାଉନାହିଁ। ହେଲେ ବର୍ତ୍ତମାନ ଗାଁ ଗହଳିରେ ଏଭଳି ଦେଶୀ ଯୁଗାଡ ଦେଖିବାକୁ ମିଳୁଛି ଯେଉଁଠି ଆଧୁନିକ ଯନ୍ତ୍ରପାତି ମଧ୍ୟ ଫେଲ ମାରିଛି। ସହଜ, ଶିଘ୍ର ଏବଂ କମ ଖର୍ଚ୍ଚରେ କାମ କରିବାକୁ ବର୍ତ୍ତମାନ ସମୟରେ ଗାଁ ଗଣ୍ଡାରେ ଦେଶୀ ଯୁଗାଡ କରୁଛନ୍ତି ଲୋକେ। 


COMMERCIAL BREAK
SCROLL TO CONTINUE READING

କୂଅ ଭିତରୁ ମାଟି,ପଙ୍କ ଓ ପାଣି ସହଜରେ କାଢିବାକୁ ବ୍ୟବହାର ହୋଇଛି ଏହି ଦେଶି ଯୁଗାଡ ଯନ୍ତ୍ର। ସ୍ୱଳ୍ପ ଖର୍ଚ୍ଚରେ ଘରେ ଥିବା ଗୋଟିଏ ଶଗଡ ଗାଡିର ଚକ, ଗୋଟିଏ ଦଣ୍ଡା,ଅଖ,କଣ୍ଠି, ଦୁଇଟି ଦଉଡି, ଗୋଟିଏ ଡଲା ଏବଂ ଗୋଟିଏ ଟିଣର ବ୍ୟବହାର କରି ତିଆରି ହୋଇଛି ଏହି ଯନ୍ତ୍ର। ଏହାକୁ ଥରେ ବୁଲାଇଲେ ଏହା କୂଅ ଭିତରେ ରହିଥିବା ପଙ୍କକୁ ଡଲା ସାହାଯ୍ୟରେ କୂଅ ଭିତରୁ ଉପରକୁ ଆଣୁଥିବା ବେଳେ ଅନ୍ୟପଟେ ବାହାରେ ଥିବା ଟିଣ ଭିତରକୁ ଯାଉଛି। ସେହିଭଳି ଆଉଥରେ ଘୁରାଇଲେ ବାହାରେ ଥିବା ଖାଲି ଡଲା କୂଅ ଭିତରକୁ ଯାଉଥିବାବେଳେ ଭିତରେ ଥିବା ଟିଣରେ ପାଣି ବାହାରକୁ ଆସୁଛି। ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତର କନପା ଗ୍ରାମରେ ଏକ କୂଅର ପଙ୍କ ଉଦ୍ଧାର ସମୟରେ ଏହି ଦେଶୀ ଯୁଗାଡ଼ ଯନ୍ତ୍ର ବ୍ୟବହାର ଦେଖିବାକୁ ମିଳିଛି।