BYOFF INTERNATIONAL FILM FESTIVAL: ପୁରୀ ବେଳାଭୂମିରେ ମଙ୍ଗଳବାର ଦିନ ୨୦ତମ ବାଇଅଫ୍ ଫିଲ୍ମ ଫେଷ୍ଟିଭାଲର(BYOFF INTERNATIONAL FILM FESTIVAL) ଶୁଭାରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ଆସନ୍ତା ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବାଇଅଫ୍ ଅର୍ଥାତ୍ ବ୍ରିଙ୍ଗ ୟୋର ଓୋନ୍ । ବଙ୍ଗୀୟ ଅଭିନେତ୍ରୀ କୋମୋଲିକା ବାନାର୍ଜୀ ଓ ଚଳଚ୍ଚିତ୍ର ପ୍ରେମୀ ୟୁନିକା ପୃଷ୍ଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତେବେ କାର୍ଯକ୍ରମର ପ୍ରଥମ ଦିନରେ ୫ଟି ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥି ମଧ୍ଯରୁ ଫିଲ୍ମ ଜଗତର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ସ୍ବର୍ଗତ ସତ୍ୟଜିତ ରାଏଙ୍କ ଫିଲ୍ମ ‘ଜଲ୍ ସାଗର’, ଓଡି଼ଆ ଫିଲ୍ମ ନିର୍ଦ୍ଦେଶକ ପୃଥୀରାଜଙ୍କ ‘ଏଡା ଦ ଅବସିଟିନେଟ’, ରଣଜିତ ମହାନ୍ତିଙ୍କ ‘ଦସ୍ୟୁ ରଞ୍ଜନ, ‘ଟନେଲ୍’ ଓ ‘କାଲୀର’ ସ୍କ୍ରିନିଂ କରାଯାଇଛି। ଅନ୍ୟପଟେ ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର, କପିଳାସ ଭୂୟାଁ, ଫିଲ୍ମ ନିର୍ମାତା ରବିନ୍ ଇଣ୍ଡିପେଣ୍ଡଣ୍ଟ ନିଜ ଫିଲ୍ମର ସ୍କ୍ରିନିଂ କରିବା ନେଇ ଆସିଥିଲେ ।


COMMERCIAL BREAK
SCROLL TO CONTINUE READING

ଏହି ୫ ଦିନିଆ କାର୍ଯ୍ୟକ୍ରମରେ ପ୍ରାୟତଃ ୬୦ଟି ଚଳଚ୍ଚିତ୍ର ସ୍କ୍ରିନିଂ ହେବାର କାର୍ଯ୍ୟକ୍ରମ ରହିଛି। ସବୁଠୁ ବଡ଼ କଥା ଏଥିରେ ସିଲେକ୍ସନ କିମ୍ବା ପୁରସ୍କାର ବ୍ଯବସ୍ଥା ରଖାଯାଇନାହିଁ। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ତିନିଶହ ପ୍ରତିନିଧି ଯୋଗଦେଇଛନ୍ତି। ତେବେ ଚଳଚ୍ଚିତ୍ର ସ୍କ୍ରିନିଂ ସହ ଅନ୍ୟ କ୍ରିଏଟିଭ ଆର୍ଟ ଯଥା ଫିଲ୍ମର ପୃଷ୍ଠଭୂମି,  ଗୀତ, ନୃତ୍ୟ,  ଚିତ୍ର, ମୂର୍ତ୍ତି ଓ ଫଟୋଗ୍ରାଫ୍( Photographs) ପ୍ରଦର୍ଶନ କରିପାରିବେ। BYOFF ଏହାର ସାମ୍ପ୍ରତିକ ସଂସ୍କରଣରେ ଯୁବକମାନେ ନିଜ ପ୍ରୋଜେକ୍ଟ ପ୍ରଦର୍ଶନ କରିପାରିବେ। ତେବେ ଚଳଚ୍ଚିତ୍ର ନିର୍ମାତା ମାନେ AAO ଓ OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ସ୍କ୍ରିନିଂ କରିପାରିବେ। ଏଥିପାଇଁ ଏହି ସଂସ୍ଥା ବାଇଅଫ୍ ସହ ଅନୁବନ୍ଧିତ ହୋଇଛନ୍ତି। ଏଠାରେ ଏକ କର୍ମଶାଳା ମାଧ୍ୟମରେ ଚଳଚ୍ଚିତ୍ର ପ୍ରଶିକ୍ଷଣ ମଧ୍ଯ ଦିଆଯିବ । BYOFFର ଅତୀତ ସଂସ୍କରଣରେ ଦଶ ହଜାରରୁ ଅଧିକ ପ୍ରତିନିଧି ଓ ୩୫୦୦ ଚଳଚ୍ଚିତ୍ର ନିର୍ମାତା ଅଂଶଗ୍ରହଣ କରିଥିବାବେଳେ ଏଥର ପ୍ରାୟ ୪୦୦ ପ୍ରତିନିଧି ଏହି ଉତ୍ସବରେ ଯୋଗଦେବାକୁ ଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ତେବେ ପୁରୀ ଚକ୍ରତୀର୍ଥ ରୋଡ଼ରେ ଥିବା ପିଙ୍କ ହାଉସ ବେଳାଭୂମୀରେ ଅନୁଷ୍ଠିତ ଏହି ଫିଲ୍ମ ଫେଷ୍ଟିଭାଲରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସାମିଲ ହୋଇଛନ୍ତି।


କୋଭିଡ଼ କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ ଚଳଚ୍ଚିତ୍ର ନିର୍ମାତା ମାନେ ଭର୍ଚୁଆଲ ମାଧ୍ୟମରେ ବାଇଅଫ୍ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ। ତେବେ ବାଇଅଫ୍ ପ୍ଲାଟଫର୍ମ ଦ୍ୱାରା ଅନେକ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ୱନ୍ଦରେ ନିଜ ଚଳଚ୍ଚିତ୍ର ସ୍କ୍ରିନିଂ କରିପାରୁଛନ୍ତି। କୋଭିଡ଼ ପୂର୍ବରୁ ଅର୍ଥାତ୍, ୨୦୧୯ରେ ଓଡି଼ଶା ସମେତ ପଶ୍ଚିମବଙ୍ଗ, ମିଜୋରାମ, ଛତିଶଗଡ଼ ଆଦି ଅନେକ ରାଜ୍ଯର ଫିଲ୍ମ ଏଠାରେ ଭାଗନେଇଥିଲେ। ସେହିଭଳି ଇଣ୍ଡୋନେସିଆ, ପେରୁ, କାନାଡା଼, ଆର୍ଜେଣ୍ଟିନା, ମାଲେସିଆ,ଇକୁଆଡର ଆଦି ଦେଶର ଫିଲ୍ମ ମେକର ମାନେ ମଧ୍ଯ ପୂର୍ବରୁ ଏଥିରେ ସାମିଲ ହୋଇଥିବା ଆୟୋଜକ ସୂଚନା ଦେଇଛନ୍ତି।