ସମ୍ବଲପୁର: ଜିଲ୍ଲା ଓକିଲ ସଂଘର ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆଗାମୀ କାର୍ଯ୍ୟପନ୍ଥା ନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠି ଅନୁସାରେ ମୁଖ୍ୟମନ୍ତ୍ରୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଜୁନ ୩୦ ତାରିଖ ଭିତରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଅନ୍ତୁ।


COMMERCIAL BREAK
SCROLL TO CONTINUE READING

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ ରହିଲେ ଅଥବା କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ଜୁଲାଇ ୧୮ ତାରିଖରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଧିନସ୍ଥ ବିଭିନ୍ନ ବାର ଆସୋସିଏସନ ପକ୍ଷରୁ ସଂକଳ୍ପ ଦିବସ ପାଳନ କରାଯିବା ସହ  ରାଜ୍ୟପାଳଙ୍କ ଜରିଆରେ ଏକ ଦାବିପତ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ଏହା ସହ ପଶ୍ଚିମ-ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ କରିବାକୁ ହାଇକୋର୍ଟ ଓକିଲ ସଂଘ ଯେଉଁ ପ୍ରସ୍ତାବ ଗ୍ରହଣ କରିଛି ତାହାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଏନେଇ ପୁନର୍ବିଚାର କରିବାକୁ ନିବେଦନ କରାଯାଇଛି। 


ଏହା ବ୍ୟତୀତ ସମ୍ବଲପୁର ଲାଲା ଲଜପତ ରାଏ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ, ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅଧିନକୁ ଅଣା ଯାଉ ବୋଲି ଦାବି କରିଛି କମିଟି। ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି।