ଭୁବନେଶ୍ୱର: Coronavirus in Odisha: ସାରା ଓଡ଼ିଶାରେ ଦିନକୁ ଦିନ କୋରୋନା (Coronavirus) ସଙ୍କଟ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ମଙ୍ଗଳବାର ରାଜ୍ୟରେ ପୁଣି ୩,୮୩୪ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୫୩,୨୧୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସାବଧାନ ! ବିନା OTPରେ ହିଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ରକ୍ଷା ପାଇବାର ଅଛି ତ କରନ୍ତୁ ଏହି କାମ


ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୫ ଜଣ, କଟକରୁ ୩୮୯ ଜଣ, ପୁରୀରୁ ୨୭୪ ଜଣ, ଅନୁଗୋଳରୁ ୨୧୦ ଜଣ, ବରଗଡ଼ରୁ ୧୯୦ ଜଣ, ବାଲେଶ୍ୱରରୁ ୧୮୫ ଜଣ, ବଲାଙ୍ଗୀରରୁ ୧୮୩ ଜଣ, କେନ୍ଦ୍ରାପଡ଼ାରୁ ୧୫୬ ଜଣ, କଳାହାଣ୍ଡିରୁ ୧୫୦ ଜଣ, ସମ୍ୱଲପୁରରୁ ୧୩୮ ଜଣ, ଜଗତସିଂହପୁରରୁ ୧୨୩ ଜଣ, ମୟୂରଭଞ୍ଜ ୧୨୨ ଜଣ, ଯାଜପୁରରୁ ୧୧୮ ଜଣ, କନ୍ଧମାଳରୁ ୧୧୦ ଜଣ, ସୁନ୍ଦରଗଡ଼ରୁ ୧୧୦, ନବରଙ୍ଗପୁରରୁ ୯୭ ଜଣ, ସୁବର୍ଣ୍ଣପୁରରୁ ୯୩ ଜଣ, ନୂଆପଡ଼ାରୁ ୯୧ ଜଣ, କୋରାପୁଟରୁ ୭୪ ଜଣ, ଝାରସୁଗୁଡ଼ାରୁ ୭୦ ଜଣ, କେନ୍ଦୁଝରରୁ ୫୫ ଜଣ, ନୟାଗଡ଼ାରୁ ୫୫ ଜଣ, ଭଦ୍ରକରୁ ୫୩ ଜଣ, ମାଲକାନଗିରିରୁ ୨୭ ଜଣ, ରାୟଗଡ଼ାରୁ ୨୨ ଜଣ, ଦେଓଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୧୭ ଜଣ, ଗଞ୍ଜାମରୁ ୧୭ ଜଣ, ଗଜପତିରୁ ଏବଂ ଷ୍ଟେଟ୍ ପୁଲ ୧୦୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।




ଅଧିକ ପଢ଼ନ୍ତୁ:-ସ୍କୁଲ-କଲେଜର ସମସ୍ତ ଛାତ୍ରଙ୍କୁ ଫିସ୍ ଭରିବାକୁ ୧୧,୦୦୦ ଟଙ୍କା ଦେଉଛନ୍ତି ମୋଦି ସରକାର ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୮୮,୩୧୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୨୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୪୯,୩୭୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୮,୧୫୮ ସକ୍ରିୟ ସଂକ୍ରମିତ ମାମଲା ରହିଛି ।