ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ଆଉ ୪,୨୧୯ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୮୫,୭୦୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପ୍ରତି ୧୬ ସେକେଣ୍ଡରେ ଜଣଙ୍କର ଜୀବନ ନେଉଛି କୋରୋନା


ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୨୮ ଜଣ, କଟକରୁ ୪୯୪ ଜଣ, ପୁରୀରୁ ୨୬୪ ଜଣ, ଝାରସୁଗୁଡାରୁ ୨୩୨ ଜଣ, ଅନୁଗୋଳରୁ ୨୦୯ ଜଣ, ଜଗତସିଂହପୁରରୁ ୧୬୩ ଜଣ, କେନ୍ଦ୍ରାପଡ଼ାରୁ ୧୬୧ ଜଣ, ମୟୂରଭଞ୍ଜରୁ ୧୫୩ ଜଣ, ରାୟଗଡ଼ାରୁ ୧୩୨ ଜଣ, ଯାଜପୁରରୁ ୧୨୯ ଜଣ, ବଲାଙ୍ଗୀରରୁ ୧୨୩ ଜଣ, ବାଲେଶ୍ୱରରୁ ୧୧୯ ଜଣ, ଭଦ୍ରକରୁ ୧୧୪ ଜଣ, ସମ୍ୱଲପୁରରୁ ୧୧୩ ଜଣ, ବରଗଡ଼ରୁ ୧୧୨ ଜଣ, କନ୍ଧମାଳରୁ ୮୭ ଜଣ, ଢେଙ୍କାନାଳରୁ ୮୫ ଜଣ, କେନ୍ଦୁଝରରୁ ୮୩ ଜଣ, ସୁବର୍ଣ୍ଣପୁରରୁ ୭୯ ଜଣ, ନବରଙ୍ଗପୁରରୁ ୭୫ ଜଣ, କୋରାପୁଟରୁ ୭୨ ଜଣ, ଗଞ୍ଜାମରୁ ୬୧ ଜଣ, ନୂଆପଡ଼ାରୁ ୬୦ ଜଣ, ମାଲକାନଗିରିରୁ ୫୬ ଜଣ, ସୁନ୍ଦରଗଡ଼ରୁ ୫୫ ଜଣ, ନୟାଗଡ଼ାରୁ ୫୪ ଜଣ, ବୌଦ୍ଧରୁ ୪୯ ଜଣ, ଗଜପତିରୁ ୩୯ ଜଣ, କଳାହାଣ୍ଡିରୁ ୩୫ ଜଣ, ଦେଓଗଡ଼ରୁ ୨୧ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।




ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୧୯,୧୧୯ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮୪୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୮୧,୪୮୧ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ  ୩୬,୭୪୩ ସକ୍ରିୟ ସଂକ୍ରମିତ ମାମଲା ରହିଛି ।