ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ। ରବିବାର ସକାଳ ସାଢେ ୫ଟା ସୁଦ୍ଧା ନେବ ବାତ୍ୟାର ରୂପ ନେବ। ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ।  ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ବାତ୍ୟା। ଯାହାର ପ୍ରଭାବରେ ୧୦୫-୧୧୫ କିମି ବେଗରେ ପବନ ବହିବ। ପୁରୀ ଠାରୁ ୧୧୮୦ କିଲୋମିଟର ଉତ୍ତର-ଉତ୍ତର ପୂର୍ବ ଦିଗରେ ରହିଛି ବାତ୍ୟା। ସେହିପରି ବିଶାଖାପଟ୍ଟନମ୍ ଠାରୁ ୧୧୪୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୁତ ହୋଇରହିଛି। ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ଏବେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି ବାତ୍ୟା। ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ। ବାତ୍ୟା ସ୍ଥଳଭାଗ କରିବ ନାହିଁ। ସମାନ୍ତରାଳ ଭାବେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ। ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା। ରିକର୍ଭ କରିବା ପରେ ଗତିପଥ ପରିବର୍ତ୍ତନ ହେବ। ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ। ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମେ ୯-୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଦିଆଯାଇଛି ପରାମର୍ଶ।