ଗଞ୍ଜାମ: ଜିଲ୍ଲାର ଧରାକୋଟ ବ୍ଲକ ବାଖରପଟା ଗ୍ରାମରେ ଗତ ୫ ତାରିଖରେ ଗାଁରେ ହୋଇଥିବା ଦଣ୍ଡ ନାଚ ଭୋଗ ଓ ପାଣା ପିଇ ଡାଇରୀୟାରେ ଆକ୍ରାନ୍ତ ହୋଇଥିଲେ ଗ୍ରାମବାସୀ। ସ୍ଥିତି ଏତେ ଭୟାବହ ହୋଇଥିଲା ଯେ ଏହା କବଳରୁ ଗ୍ରାମବାସୀ ବର୍ତ୍ତି ପାରିନଥିବେ ବେଳେ ଏହି ରୋଗରେ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ମେଡିକାଲ ଟିମ ୪ ଦିନ ଧରି ଗ୍ରାମରେ ଏକ ଅସ୍ଥାୟୀ ଶିବିର ଗଠନ କରି ଲୋକଙ୍କୁ ଚିକିତ୍ସା କରିବା ପରେ ଏବେ ଗ୍ରାମର ଅଵସ୍ଥା ସ୍ବଭାବିକ ହୋଇଛି।  ହେଲେ ଅନ୍ୟପଟେ ପଡୋଶୀ ବାହାରପୁର,ଓଳମ୍ବା ଗ୍ରାମର ଲୋକ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲେ। 


COMMERCIAL BREAK
SCROLL TO CONTINUE READING

ଗତ ୮ ତାରିଖରୁ ପୁଣି ଏହି ଡାଇରୀୟା ଝରପାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଡୁଳା ଗ୍ରାମରେ ଏବେ ବ୍ୟାପିବା ରେ ଲାଗିଛି। ଗ୍ରାମର ୨୭ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣକ ଅଵସ୍ଥା ଅଧିକ ଗୁରୁତର ହେବାରୁ ଆସିକା ଏବଂ ପରେ ସେମାନଙ୍କ ମଧ୍ୟରୁ ଜଣକୁ ବ୍ରହ୍ମପୁର ମେଡିକାଲ  ପଠାଯାଇଛି। ଏପଟେ ଏହାକୁ ଦୃଷ୍ଟିରେ ରଖି ବାଡୁଳା ଠାରେ ଏକ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆ ଯାଉଛି ଏବଂ ବାଖରକଟା,ବାହାରପୁର,ଓଳମ୍ବା ଗ୍ରାମରେ ଏବେ ଅଙ୍ଗନବାଡି ତଥା ଆଶାକର୍ମୀଙ୍କୁ ସଜାଗ ରଖାଯାଇଛି ବୋଲି କହିଛନ୍ତି ମେଡ଼ିକାଲ ଇଚାର୍ଜ।


ବାଡୁଳା ଗ୍ରାମରେ ଡାଇରୀୟା ବ୍ୟାପିବା ପରେ ଲୋକେ ପ୍ରଥମେ ଆଶା ଓ ଅଙ୍ଗନବାଡି ମଧ୍ୟରେ ମେଡ଼ିକାଲ ଟିମକୁ ଖବର ଦେଇଥିଲେ। ଖବର ପାଇ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚି ତୁରନ୍ତ ଆକ୍ରାନ୍ତଙ୍କୁ ପ୍ରଥମେ ବାଲିସିରା ପ୍ରାଥମିକ ଚିକିତ୍ସାଳୟକୁ ପଠାଇଥିଲା। ଗ୍ରାମର ପ୍ରତେକ କୂଅ ପୋଖରୀକୁ ବିଶୁଦ୍ଧ କରିବା ଲାଗି ବ୍ଲିଚିଂ ପାଉଡର ପକାଇଥିଲା। ଡାଇରୀୟ ବାବଦରେ ସଚେତନତା କରାଯାଇଥିବାରୁ ଏବେ ଗ୍ରାମରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଗ୍ରାମବାସୀ।


ବର୍ତ୍ତମାନ ଧରାକୋଟ ଅଞ୍ଚଳର ଜାନିବିଲି, ଦସମାଇଲି ଆଦି ଗ୍ରାମରେ ମଧ୍ୟ ଡାଇରୀୟା ଏବେ ବ୍ୟାପିଥିବାର  ଖବର ମିଳିଥିବା ବେଳେ ମେଡ଼ିକାଲ ଟିମ ପକ୍ଷ ରୁ ଗାଁ ଗାଁ ରେ ବ୍ୟାନର ପୋଷ୍ଟର ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ଲେଖି ଲୋକଙ୍କୁ ବୁଝାଇବାକୁ ପ୍ରୟାସ ଜାରିରହିଛି। ଏପରିକି ଘର ଘରକୁ ବୁଲି ଆଶା, ଅଙ୍ଗନାବାଡି କର୍ମୀ, ANM କଣ୍ଟ୍ରାକ୍ଟ ଡୋଜ, ହାଲୋଜିନ ଟାଵଲେଟ ଏବଂ ORS ବଣ୍ଟନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି।