କନ୍ଧମାଳ: ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ ବେପାରୀଙ୍କ ପ୍ରଭାବ। ବିଭିନ୍ନ ଉପାୟ ଅବଲମ୍ବନ କରି ପୋଲିସ ଆଖିରେ ଧୂଳି ଦେଇ ଜିଲ୍ଲା ବାହାରକୁ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରୟାସ କରୁଛନ୍ତି ମାଫିଆ। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଏବଂ ଅବକାରୀ ବିଭାଗ ଗୁପ୍ତ ସୂଚନଦାତାଙ୍କ ସହାୟତାରେ ଗଞ୍ଜେଇ ମାଫିଆଙ୍କୁ ଗିରଫ କରୁଛି।  


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ଅବକାରୀ ବିଭାଗର ଏକ ସ୍କ୍ୱାର୍ଡ ଚଢାଉ କରି ୧୦୮ କେଜି ଗଞ୍ଜେଇ ଚୋରାଚାଲାଣ ହେବା ବେଳେ ଜବତ କରିଛି। ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଭୋର ୫ଟା ବେଳେ ଫୁଲବାଣୀ ସହର ଗୂଦାରୀ ନିକଟସ୍ଥ ସାଧନ ଛକ ଠାରେ ଅବକାରୀ ବିଭାଗ ଟିମ୍ ଛକି ରହିଥିଲେ। ଫିରିଙ୍ଗିଆ ଠାରୁ ଗୋଟିଏ ବୋଲେରୋ ପିକଅପ୍ ବନ୍ଧା କୋବି ବୋଝେଇ ଗାଡିରେ ଚତୁରତାର ସହ ଗଞ୍ଜେଇକୁ ଭୁବେନଶ୍ବର ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ସ୍କ୍ୱାର୍ଡ ଦ୍ରୁତ ଗତିରେ ଆସୁଥିବା ସେହି ପିକଅପ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା।


Also Read: ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୪ ଗିରଫ


ଏହି ଗାଡିରୁ ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇକୁ ଜବତ କରିବା ସହ ୩ ଜଣ ଚାଲାଣକାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ବିଭାଗୀୟ ସୁପେରିଟେଣ୍ଡେଣ୍ଟଙ୍କ ନିର୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଅବକାରୀ ବିଭାଗ ଚୋରା ଗଞ୍ଜେଇ ଚାଲାଣ ରୋକିବା ସହ ଏହି କାମରେ ଜଡିତ ମାଫିଆଙ୍କୁ ସାବାଡ କରିବାରେ ଅନେକାଂଶରେ ସଫଳ ହୋଇଛି।