ଝାରସୁଗୁଡ଼ା: ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ । ଭିଲାଇର ଗୋଟିଏ ହସ୍ପିଟାଲରେ ଜଣେ ୱାର୍ଡ ବୟ ଭାବରେ କାର୍ଯ୍ୟ ଅଭିଜ୍ଞତା । ହେଲେ ଆଜି ସିଏ  ଝାରସୁଗୁଡା ଜିଲ୍ଲା ବେଳାପାହାଡ଼ର ଜଣେ MBBS (MD) ଥିବା ଶିଶୁ ରୋଗ ବିଶେଷଜ୍ଞ । ଚାକିରି କରିବା ସମୟରେ ହସ୍ପିଟାଲକୁ ଆବେଦନ କରିବାକୁ ଆସିଥିବା ଡାକ୍ତର ମାନଙ୍କର ବାୟୋଡାଟାକୁ ନେଇ ନିଜେ ପ୍ରସ୍ତୁତ କଲେ ଗୋଟିଏ ମେଡିକାଲ ଡିଗ୍ରୀ । ଗୋଟିଏ ବା ଦୁଇଟି ନୁହଁ,  PTRS ୟୁନିଭର୍ସିଟି ରାୟପୁରରୁ ଶିଶୁ ସ୍ୱାସ୍ଥ୍ୟ ବିଷୟରେ ଡିପ୍ଲୋମା, MBBS ର ନକଲି ଡିଗ୍ରୀ, ମାର୍କ ଶୀଟ, ପଣ୍ଡିତ JNM ମେଡିକାଲ କଲେଜରୁ MBBS ସାର୍ଟିଫିକେଟ ଏବଂ ମଧ୍ୟପ୍ରଦେଶର ନକଲି ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏତିକି ନିଜେ ପ୍ରସ୍ତୁତ କଲେ ସ୍ୱଘୋଷିତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ବ୍ଲାକ୍ ଫଙ୍ଗସଠୁ ଅଧିକ ବିପଦଜ୍ଜନକ ହ୍ୱାଇଟ୍ ଫଙ୍ଗସ୍, ଜାଣନ୍ତୁ ଏହା ଶରୀର ଉପରେ କିପରି କରେ ଆକ୍ରମଣ


ଆଜି (ରବିବାର) ଏହି ନକଲି ଡିଗ୍ରିଧାରୀ ଡାକ୍ତରକୁ ଦେଖି ସ୍ଥାନୀୟ ଲୋକଙ୍କର ହୋଶ ଉଡ଼ି ଯାଇଛି । ଆଜ୍ଞା ହଁ, ଝାରସୁଗୁଡା ବେଲପାହାଡ଼ରେ ଜଣେ ନକଲି ଡାକ୍ତରକୁ ପୋଲିସ ଆଜି  ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ୱଘୋଷିତ MBBS,MD ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୋଲି ପରିଚୟ ଦେଇ ବେଲପାହାଡ଼ ଷ୍ଟେସନ ପଡ଼ା ନିକଟରେ ଥିବା ସୋନୁ ଔଷଧ ଦୋକାନ ନିକଟରେ ଏକ କ୍ଲିନିକ୍ ଖୋଲି ଶିଶୁ ମାନଙ୍କ ଚିକିତ୍ସା କରୁଥିଲେ ନକଲି ଡାକ୍ତର ରମେଶ ଚନ୍ଦ୍ର ସାହୁ । 


ଅଧିକ ପଢ଼ନ୍ତୁ:-ମାଡ଼ି ଆସୁଛି ବାତ୍ୟା 'ୟାସ୍', ମୁକାବିଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ


ଏହି ନକଲି ଡାକ୍ତର (Fake Doctor) ବିଷୟରେ ପୋଲିସ ଖବର ପାଇବା ପରେ କ୍ଲିନିକରେ ଚଢାଉ କରିଥିଲା । ପୋଲିସ ସମସ୍ତ କାଗଜପତ୍ର ଜବତ କରି CDMO ଙ୍କ ପାଖକୁ ତଦନ୍ତ କରିବା ପଠାଇଥିବା ବେଳେ ଏହା ନକଲି ହୋଇଥିବା CDMO ତାଙ୍କ ରିପୋର୍ଟ ରେ ଦର୍ଶାଇଥିଲେ । ଏହି ସ୍ୱଘୋଷିତ MBBS (MD) ଶିଶୁ ବିଶେଷଜ୍ଞ ଡାକ୍ତର CDMO ପାଖରେ ଜେରା ସମୟରେ PTRS ୟୁନିଭର୍ସିଟି ରାୟପୁରରୁ ଶିଶୁ ସ୍ୱାସ୍ଥ୍ୟ ବିଷୟରେ ଡିପ୍ଲୋମା, MBBS ର ନକଲି ଡିଗ୍ରୀ, ମାର୍କ ଶୀଟ, ପଣ୍ଡିତ JNM ମେଡିକାଲ କଲେଜ ରୁ MBBS ସାର୍ଟିଫିକେଟ ଏବଂ ମଧ୍ୟପ୍ରଦେଶର ନକଲି ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଦେଖାଇଥିଲେ । ଏବଂ ନିଜର ଷ୍ଟେଟମେଣ୍ଟରେ ଲେଖିଥିଲେ ଯେ ତାଙ୍କ ପକ୍ଷରୁ ଜାରି କରାଯାଇଥିବା ସବୁ ସାର୍ଟିଫିକେଟ ନକଲି ଏବଂ ଭୁଲ ।  


ଅଧିକ ପଢ଼ନ୍ତୁ:-କୋହଲିଙ୍କ ଯୋଗୁଁ ହୋଇଥିଲା ରୋହିତଙ୍କ ବ୍ରେକଅପ୍, ଦେଖନ୍ତୁ ହିଟମ୍ୟାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଫଟୋ


ଏହି ସବୁ ରିପୋର୍ଟକୁ ଆଧାର କରି ବେଲପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ନକଲି ଡାକ୍ତର ରମେଶ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ସମସ୍ତ ନକଲି ସାର୍ଟିଫିକେଟ ଓ ନକଲି ପ୍ରେସକ୍ରିପସନ୍ ପେଡ , ନମୁନା ଔଷଧ ,ଡାକ୍ତରୀ ଉପକରଣ ପ୍ରଭୁତି ଜବତ କରିଥିବା ବ୍ରଜରାଜନଗର SDPO ଦିଲୀପ ଦାସ କହିଛନ୍ତି । ତେବେ ବେଲପାହାଡ଼ ସହରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ସମୟ ଧରି ଚିକିତ୍ସା କରୁଥିବା ଜଣାପଡିଛି । ନକଲି  ଡାକ୍ତରଙ୍କର ପ୍ରକୃତ ଘର ଛତିଶଗଡ଼ର ଦୁର୍ଗ ଜିଲ୍ଲାର ପଟନ ଥାନା ଅନ୍ତର୍ଗତ ଭାଁସୁଲି ଗାଁ ବୋଲି ପୋଲିସ ସୂଚନା ଦେଇଛି ।


ଡାକ୍ତରୀ ପେଶା ଏକ ମହତ କାର୍ଯ୍ୟ । ତେବେ ଜିଲ୍ଲା କିଛି ନକଲି ମେଡିକାଲ ଡିଗ୍ରିଧାରୀ ଡାକ୍ତର ନିରୀହ ଲୋକଙ୍କୁ ଆରାମରେ ଠକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଚାଲୁଛନ୍ତି । ଏମାନଙ୍କୁ ରୋକିବା ଜିଲ୍ଲା ପ୍ରଶାସନ ପାଇଁ ନିଶ୍ଚୟ ଗୋଟିଏ ବଡ଼ ଚ୍ୟାଲେଞ୍ଜ ।