ସମ୍ବଲପୁର: ଲକଡାଉନ ସଟଡାଉନ ଯୋଗୁ ପରିବା ଚାଷୀ ଙ୍କ ଅଧିକା କ୍ଷତି ହେଉଛି । ପରିବା ଚାଷୀ ହେଉଛନ୍ତି ହନ୍ତସନ୍ତ। ଉପଯୁକ୍ତ ବଜାର ନ ମିଳିବାରୁ ହଜାର ହଜାର ଟଙ୍କାର ପରିବା ନଷ୍ଟ ହେଉଥିବା କାରଣରୁ  ଗାଈ ଗୋରୁଙ୍କୁ ଖୁଆଉ ଥିବାର ଦେଖିବାକୁ ମିଳୁଛି।ପରିବା ଚାଷୀ ବଜାରକୁ ଯାଉଛି ହେଲେ ବିକ୍ରି ନହେବାରୁ ନିରାଷ ହୋଇ ଘରକୁ ଫେରୁଛି । 


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ସନାତନପାଲି ମନଵୋଧ ବାରିକ ନାମକ ଜଣେ ଚାଷୀ ବଜାରରୁ ୨ ରୁ ୩ ବସ୍ତ‍ା ଭେଣ୍ତି ନେଇଥିଲେ । ତେଵେ ଗୋଟିଏ ବସ୍ତା ଭେଣ୍ତି ବିକ୍ରି ହୋଇଥିବା ବେଲେ ଆଉ ୨ ବସ୍ତା ରହିଯାଇଥଲା ।ଫଲରେ ନିରାଶ ହୋଇ ଭେଣ୍ତି ଘରକୁ  ଫେରାଇ ଆଣି ଗାଇ ଗୋରୁ ଙ୍କ ଖୁଆଇ ଦେଲେ । ହେଲେ ଜଣେ ଚାଷୀ ଙ୍କର ଏଭଲି ଅବସ୍ଥା ନୁହେ ଜିଲ୍ଲ‍ାର ଆହୁରି ‍ଅନେକ ଚାଷୀ ଙ୍କର ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଥିବା ଜଣାପଡିଛି ।


କୋରୋନା ସଂକ୍ରମଣ ଏବଂ କଟକଣା ପାଇଁ ବଜାର ମାନ୍ଦା ହେଉଥିବାର ଅଭିଯୋଗ ହୋଇଥିବା ବେଳେ ସରକାର ପରିବା ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।ସେହିଭଳି ଭାବରେ  ବାଇଗଣ,  ଛତି, ଭେଣ୍ତି ଟମାଟର ଝୁଡଙ୍ଗ ଏଭଲି ଅନେକ ପନିପରିବା ଫିଙ୍ଗି ଦେଉଛନ୍ତି ଚାଷୀ ।