(ରିପୋର୍ଟ -ହିମାଂଶୁ ଶେଖର୍ ସାହୁ)
ବୌଦ୍ଧ :-ଦୀର୍ଘ ଦିନ ହେବ ଫେରାର ଥିବା ବୌଦ୍ଧ ଜିଲା ବିଜେଡି କୃଷକ ମୋର୍ଚ୍ଚା ର ଜିଲା ସଭାପତି ଶାନ୍ତନୁ ଥାଟି ଙ୍କୁ ଗିରଫ କରିଛି କଣ୍ଟାମାଳ ପୋଲିସ । 
ସୁଚନାମତେ ଗତ ମାର୍ଚ୍ଚ ୧୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୌଦ୍ଧ ଜିଲା ବିଜେଡିର ବାହୁବଳୀ ନେତା ଶାନ୍ତନୁ ଥାଟି। କୌଣସି ଏକ କାରଣକୁ କେନ୍ଦ୍ର କରି ଯନ୍ତ୍ରୀଙ୍କ ବାସଭବନକୁ ଯାଇ ମରଣାନ୍ତକ ଆକ୍ରମଣ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାକୁ କେନ୍ଦ୍ର କରି ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ମାମଲା ହେବା ପରେ ବାହୁବଳୀ ବିଜେଡି ନେତା ଫେରାର ମାରିଥିଲେ। ତେବେ ଥାଟି ଙ୍କୁ ତୁରନ୍ତ ଗିରଫ କରିବା ସହିତ ଯନ୍ତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜିଲାର କଣ୍ଟାମାଳ,ବୌଦ୍ଧ ଏବଂ ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏପରିକି କଲମ ଛାଡ଼ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବୌଦ୍ଧ ଜିଲାପାଳ ଆନ୍ଦୋଳନ ରତ ଯନ୍ତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା । ତେବେ ଘାଗଣାର ଦୀର୍ଘ ଦିନ ପରେ ଶାନ୍ତନୁ ଥାଟି ଙ୍କୁ ବରଗୋଛା ସ୍ଥିତ ନିଜ ବାସଭାନରୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି କଣ୍ଟାମାଳ ଥାନା ଅଧିକାରୀ ତପସ୍ୱିନୀ କହଁର ସୂଚନା ଦେବା ସହିତ ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ।