Mayurbhanj News: ଦିନକୁ ଦିନ ବଢି ଚାଲିଛି ବନ୍ୟପ୍ରାଣୀର ଶୀକାର । ଶୀକାରିମାନେ ନୀରିହ ଜନ୍ତୁକୁ ମାରି ରାଜ୍ୟ ବାହାରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(Similipal Tiger Reserve)ର ଦକ୍ଷିଣ ଉପ ନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀ(Forest Department)ଙ୍କ ମିଳିତ ଚଢ଼ାଉ କରି ଶିମିଳିପାଳ ଅଭୟାରଣ୍ୟରେ ଜଡିତ ୫ ବନ୍ୟପ୍ରାଣୀ ତସ୍କରଙ୍କୁ ବାରିପଦା ସଦର ଥାନା ଅଧିନ ପାଇକବସା ଗାଁରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ରାଇରଙ୍ଗପୁରର କରକଚିଆ ଗାଁର ସୁନ୍ଦର ମୋହନ,ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁର ରାମ ବିନ୍ଧାଣି,ବାରିପଦା ସଦର ଥାନା ଅନ୍ତର୍ଗତ ଲାଲଗଞ୍ଜର ବୁଦ୍ଧିରାମ ସିଂ ଓ ଜିତେନ ଶ୍ୟାମ ସିଂ ଏବଂ ପାଇକବସା ଗ୍ରାମର ସୁନାରାମ ବାରିକ ଅଟନ୍ତି। ଏହି ଅଭିଯୁକ୍ତ ମାନଙ୍କ ପାଖରୁ ମୃତ ହାତୀର ହାଡ଼ କଇଁଛ ଖୋଳପା ଓ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ହାଡ଼ ସହିତ ଦୁଇ ଗୋଟି ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଝାରପୋଖରୀଆ ଥାନା ଅନ୍ତର୍ଗତ ଜଳଡିଙ୍ଗାର ଟାୱାର ଢ଼ାବାରୁ କିଛି ଦିନ ପୂର୍ବରୁ କଲରାପତରିଆ ବାଘର ଛାଲ ଜବତ ଘଟଣା ଓ ଜେନାବିଲ ରେଞ୍ଜର ଗୋରାଣ୍ଡି ବିଟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବା ଘଟଣା ହୋଇଥିଲା। ଉକ୍ତ ଦୁଇ ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ମିଳିଥିବା ଲିଙ୍କ ଅନୁଯାୟୀ ବନ ବିଭାଗ ତଦନ୍ତ କରିଥିଲା। ଲିଙ୍କ ଅନୁଯାୟୀ ସୁନାରାମଙ୍କ ଘରେ ଏ ଗୁଡିକକୁ ଚୋରା ବ୍ୟବସାୟୀ ପାଇଁ ମୂଳଚାଲ ଚାଲିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉଭୟ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।  ସମସ୍ତ ୫ଜଣଙ୍କ ନାମରେ ବନ୍ୟାପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୩୧/୨୦୨୨-୨୩ କ୍ରମେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଉକ୍ତ ତସ୍କର ମାନେ ସମାନ ଘଟଣାରେ ସଂପୃକ୍ତ ଥାଇ ଜେଲ ଯାଇଥିଲେ। ଏନେଇ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Also Read : Crime News: ଲଜ୍ଜ୍ୟା, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ଏମିତି ହତ୍ୟା କଲା ନାବାଳକ


Also Read :Kendrapada: ଧାନବିକ୍ରି ନାଁରେ ଚାଷୀକୁ କରଯାଉଛି ହରିଲୁଟ୍!


ନିକଟରେ,ମାଲକାନଗିରି ବନଖଣ୍ଡରୁ କଲରା ପତରିଆ ବାଘର ଚମଡା ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରାଯାଇଛି । ତଥ୍ୟ ମୁତାବକ ବିଶେଷ ସୁତ୍ରରୁ ଖବର ପାଇ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲ୍ଲୀଙ୍କ ନିର୍ଦେଶ କ୍ରମେ ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଂଚଳର ପୋଟେରୁ କେନାଲ ଠାରେ ଗୋଟିଏ କଲରା ପତରିଆ ବାଘର ଚମଡା ଥିବା ଖବର ପାଇ ଉକ୍ତ ଅଂଚଳରେ ଚଢାଉ କରି କଲରା ପତରିଆ ବାଘର ଚମଡା ଜବତ କରିଥିଲା ।


ଉକ୍ତ ଚମଡାର ଲମ୍ବ ପ୍ରାୟ ୧.୧୩ ମିଟର ରହିଥିବା ବେଳେ ଏଥିସହ ଗୋଟିଏ ମୋଟର ସାଇକେଲକୁ ମଧ୍ୟ ଜବତ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ଏଥିରେ ସମ୍ପୃକ୍ତ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା ଗିରଫ ବ୍ୟକ୍ତି ମାନେ ହେଲେ ମୁକେଶ ମାଡକାମି, ପେଂଟା ମାଡକାମି, ଦୁଲା ମାଡକାମି । ଏହି ତିନିଜଣ ମୋଟୁ ତହସିଲ ଏବଂ ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ଗ୍ରାମ ପଂଚାୟତର ମାଙ୍ଗିପାଲୀ ଗ୍ରାମର ବୋଲି ଜଣାପଡିଛି । ତେବେ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ବନାଂଚଳ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କ ସହ ସମସ୍ତ ବନାଂଚଳ ଅଧିକାରୀ ଓ ବନରକ୍ଷୀ ଉପସ୍ଥିତ ଥିଲୋ ତେବେ ଏହି ଘଟଣାର ମୂଳରେ ପହଂଚିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ବନଖଣ୍ଡ ଅଧିକାରୀ ସୁଚନା ଦେଇଛନ୍ତି ।


ମୟୂରଭଞ୍ଜରୁ ପ୍ରିୟବ୍ରତ ମିଶ୍ର, ଜି ଓଡିଶା ନ୍ୟୁଜ୍