Gajapati Bus Accident: ବସ୍ ଓଲଟି ଯିବା  କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ସୀମାନ୍ତ କାନକଟା ନିକଟସ୍ଥ ମାଣିଆବସା 
ଘାଟିରେ ଘଟିଯାଇଛି ଏଭଳି ଅଘଟଣ। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣା ସ୍ଥଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ବସ୍ ଓଲଟି ଯିବା ଘଟଣାରେ ୧୫ ଜଣରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମୃତକ ୨ ମହିଳାଙ୍କ ପରିଚୟ ମିଳିଛି। ମୃତକ ମହିଳା ଦ୍ୱୟ ହେଉଛନ୍ତି ସରସ୍ୱତୀ ଶବର (୧୬) ଏବଂ ସୁମତି ରଇତ (୨୮)।  ମୃତକ ସରସ୍ୱତୀଙ୍କ ଘର ମୋହନା ବ୍ଲକ୍‌ ଶିକୁଳିପଦର ପଞ୍ଚାୟତ କାମ୍ପଗୁଡା ଗ୍ରାମରେ ହୋଇଥିବା ବେଳେ ସୁମତିଙ୍କ ଘର ଗଞ୍ଜାମ ଜିଲ୍ଲା ତୁରୁବୁଡି ନିକଟସ୍ଥ ଅରଖପଦା ଗ୍ରାମର ବୋଲି ଜଣାପଡ଼ିଛି। ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ଗଜପତି ଜିଲ୍ଲା ରାୟଗଡରୁ ଗଞ୍ଜାମ ପାତ୍ରପୁର ବୁରତାଲ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଯାତ୍ରା କରିବା ବେଳେ ଏହି ବସ୍ ଶିଆଳିଲଟି କାନକଟା ନିକଟସ୍ଥ ମାଣିଆବସା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏନେଇ ଖବର ପାଇବା ପରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏହି ବସ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ସମ୍ପର୍କରେ ଜଣା ପଡ଼ିନାହିଁ।