Heavy Rain At Jaleswar ଜଳେଶ୍ୱର(ଦିଲ୍ଲୀପ ଦାସ): ବାଲିଆପାଳ ବ୍ଲକରେ ଲଘୁଚାପ ଜନିତ ବର୍ଷା ଓ ପବନରେ ଖଗଡା ପାଳ ଗ୍ରାମରେ ଘରେ ଶୋଇଥିବା ବେଳେ କାନ୍ଥ ପଡ଼ି ସାବିନା ଖାତୂନ ନାମକ ଜଣେ  ଚାରି ବର୍ଷର ଶିଶୁ କନ୍ୟାର ମ୍ରୁତ୍ଯୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀଲେ ଆଉ ଦୁଇ ଶିଶୁ। ଗୁରୁତର ଶିଶୁଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ରେ ଲଘୁଚାପ ଜନିତ ବର୍ଷା ଓ ପବନ ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ରାତି ବଢିବା ସହିତ ବର୍ଷା ଓ ପବନର ବେଗ ମଧ୍ୟ ବଢିଥିଲା। ମଧ୍ୟ ରାତ୍ରିରେ ବ୍ଲକର ମଧୂପୂରା ପଞ୍ଚାୟତର ଖଗଡାପାଳ ବସ୍ତିରେ ଥିବା ଏକ ପୁରୁଣା ବଡ଼ ଗଛ ହଠାତ ଭାଙ୍ଗିଯାଇ ଅନସାର ଅଲି ଘର ଉପରେ ପଡ଼ିଥିଲା। ଫଳରେ ଘରର କାନ୍ଥ ଓ ପାଚେରୀ ଭାଙ୍ଗି ଯାଇଥିଲା। ଭଙ୍ଗା କାନ୍ଥ ତଳେ ଅନସାର ଅଲି ର ଦୁଇ ଝିଅ ଓ ଜଣେ ପୁଅ ଚାପି ହୋଇ ଯାଇଥିଲେ।ତୁରନ୍ତ ଖବର ପାଇଁ ସ୍ଥାନୀୟ ସମାଜସେବୀ ରବୀନ୍ଦ୍ର ନାଥ ଅଣ୍ଡିଆ, ମଧୂପୂରା ଓ ବାଲିଆପାଳ  ସରପଞ୍ଚ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ତିନି ଗୁରୁତରକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।


ମାତ୍ର ଚାରି ବର୍ଷର ସାମୀନା ଖାତୂନ ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଓ ପରେ କଟକ ନେଇ ଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଦୁଇ ଗୁରୁତର ଶେଖ ଆରାମ ଓ ଆମୀନା ଖାତୂନ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଛୋଟ ଶିଶୁଟିର ମ୍ରୂତ୍ଯୂ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜନ ପ୍ରତିନିଧି ମାନଙ୍କ ସାହାର୍ଯ୍ୟ ପାଇଁ ଦୁଇଟି ଅମୂଲ୍ୟ ଜୀବନ ବଂଚିଗଲା।


ସେପଟେ ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ଅବପାତ ଘନୀଭୂତ (Low presure) ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟାରେ ବାଲେଶ୍ୱର (Balasore) ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ। ଫଳରେ ୪ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲାରେ ଅକସ୍ମାତ ବନ୍ୟା, ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ଆଉ ୧୨ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।


ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ,ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୋଟାମୋଟି ଭାବେ ବର୍ଷାର ପ୍ରଭାବ ସାରା ରାଜ୍ୟରେ ରହିବ ।


ସେପଟେ ଉପକୂଳରେ ୬୦ରୁ ୬୫ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି। ବଡ଼ଧରଣର ବାତ୍ୟା ଆଶଙ୍କା ନାହିଁ। ପବନ ମାଡ଼ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ ରୁ ୩୫ କିଲୋମିଟର ବେଗରେ ପବନ ବହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଲଘୁଚାପ ବାତ୍ୟାର ରୂପ ନେବନାହିଁ। କିନ୍ତୁ ଗଭୀର ଭାବେ ଅବପାତର ରୂପ ନେବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ।  ଅବପାତଟି ଏବେ ଦୀଘାରୁ ୧୪୦, ବାଲେଶ୍ୱରରୁ ୨୦୦ କିମି ଦୂରରେ ରହିଛି। ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ରୂପାନ୍ତର ହେବ। ସେହି ଅବସ୍ଥାରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସୂଚନା ପ୍ରଦାନ କରିଛନ୍ତି। 


ଅନ୍ୟପଟେ ପୁରୀ ମଙ୍ଗଳାଘାଟ ବାଇପାସ୍ ରାସ୍ତାର ମଙ୍ଗରାଜପୁରରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଭାର୍ଗବୀ ନଦୀ ଓ ମଙ୍ଗଳା ନଈର ପାଣିରେ ଉବୁଟୁବୁ ହୋଇଛି ପୂରା ଅଞ୍ଚଳ । ଆଣ୍ଠୁଏ ଉଚ୍ଚର ପାଣିରେ ରହିଯାଇଥିବା ଲୋକମାନଙ୍କୁ ଅଗ୍ନିଶମ କର୍ମଚାରୀ ମାନେ ପାୱାର ବୋଟରେ ବାଇପାସ୍ ରୋଡକୁ ଆଣିଛନ୍ତି ।