Kalia Scheme Irregularity: କାଳିଆ ଟଙ୍କା ହେଲା ଗୋଳିଆ, ନା`କୁ କରିଦେଲେ ମଳିଆ
କୋଷାଗୁମୁଡା ବ୍ଲକ ଏକୋରୀ ପଞ୍ଚାୟତର ଅଲେଖଗୁଡା ଗ୍ରାମର ଚାଷୀମାନେ ୨୦୧୯ ମସିହା ପର୍ଯ୍ୟନ୍ତ କାଳିଆ ଟଙ୍କା ଉଠାଇଥିଲେ। ଚାଷୀମାନେ କାଳିଆ ଟଙ୍କା ପାଇବା ପାଇଁ ଏସବିଆଇ କିଓସ୍କ ବ୍ୟାଙ୍କରେ ଏକାଉଣ୍ଟ ଖୋଲିଥିଲେ।
Kalia Scheme Irregularity: ନବରଙ୍ଗପୁର (ରାମଚନ୍ଦ୍ର ଦଳେଇ): କାଳିଆ ଯୋଜନା ସହାୟତାରେ ବଡ ଧରଣର ଚଞ୍ଚକତା ଅଭିଯୋଗ। ଜାଲ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ନିରୀହ ଆଦିବାସୀ ଲୋକଙ୍କ ଅସହାୟତାର ସୁଯୋଗ ନେଇ ଚାଲିଛି ଠକେଇ। ଲୋକଙ୍କ ଅଜଣାତରେ ବ୍ୟାଙ୍କ ଏକାଉଣ୍ଟ ଖୋଲି ଏକାଉଣ୍ଟକୁ ଚଞ୍ଚକତା କରି ଠକିଚାଲିଛି। ଏପରି ଠକାମିର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଏକୋରୀ ପଞ୍ଚାୟତର ଅଲେଖଗୁଡା ଗ୍ରାମରେ। କାଳିଆ ଟଙ୍କା ୩ ବର୍ଷ ଧରି ଠକି ଚାଲିଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏବଂ କିଏ ଏହି ଠକେଇରେ କାହାର ସମ୍ପୃକ୍ତି ରହିଛି ଏବଂ ଅନ୍ୟ କିଏ କିଏ ଏଥିରେ ସାମିଲ ଅଛନ୍ତି ତାହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ କୋଷାଗୁମୁଡା ବ୍ଲକ ଏକୋରୀ ପଞ୍ଚାୟତର ଅଲେଖଗୁଡା ଗ୍ରାମର ଚାଷୀମାନେ ୨୦୧୯ ମସିହା ପର୍ଯ୍ୟନ୍ତ କାଳିଆ ଟଙ୍କା ଉଠାଇଥିଲେ। ଚାଷୀମାନେ କାଳିଆ ଟଙ୍କା ପାଇବା ପାଇଁ ଏସବିଆଇ କିଓସ୍କ ବ୍ୟାଙ୍କରେ ଏକାଉଣ୍ଟ ଖୋଲିଥିଲେ। ୨୦୧୯ ମସିହା ପରଠାରୁ ସେମାନଙ୍କ ଏକାଉଣ୍ଟକୁ ଆଉ କାଳିଆ ଟଙ୍କା ଯାଇନଥିଲା। କରୋନା ସମୟରେ ଟଙ୍କା ଆସିନଥିବ ଭାବି ଚୁପ୍ ରହିଥିବା ବେଳେ ଏବେ କାହିଁକି କାଳିଆ ଟଙ୍କା ଆସୁନି ସେମାନେ ଜାଣିବା ପାଇଁ ଉଦ୍ୟମ କରିଥିଲେ। ସେମାନେ କାଳିଆ ଟଙ୍କାର ତଥ୍ୟ ବାହାର କରିବାରୁ ଜଣାପଡିଲା ଯେ ତାଙ୍କ କାଳିଆ ଯୋଜନାର ଅର୍ଥ ଏକ ଘରୋଇ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ସେହି ଟଙ୍କା ବି ଉଠା ସରିଛି। ଉକ୍ତ ବ୍ୟାଙ୍କରେ ସେମାନେ ଖାତା ଖୋଲିନଥିବା ବେଳେ ସେମାନଙ୍କ ଏହି ଏକାଉଣ୍ଟକୁ କିପରି କାଳିଆ ଅର୍ଥ ଗଲା ଏବଂ ଟଙ୍କା ବି ଉଠିଲା ବୋଲି ଦାବି କରିବା ସହ ଏହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ଚାଷୀମାନେ ଏନେଇ ପ୍ରଥମେ କୋଷାଗୁମୁଡା ବ୍ଲକ ବିଡ଼ିଓଙ୍କ ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଲେ ସେମାନଙ୍କ କାଳିଆ ଅର୍ଥ ଏକ ଘରୋଇ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଆଧାର କାର୍ଡ ବି ଉକ୍ତ ଘରୋଇ ବ୍ୟାଙ୍କ ଆକାଉଣ୍ଟ ସହିତ ବି ଲିଙ୍କ ହୋଇଛି ଏବଂ ଟଙ୍କା ବି ଉଠିଛି। ତେବେ ଚାଷୀ ଅଭିଯୋଗ କରିଛନ୍ତି ସେମାନେ ଉକ୍ତ ଘରୋଇ ବ୍ୟାଙ୍କରେ ଖାତା ଖୋଲିନାହାନ୍ତି କିମ୍ବା କିଏ ଖୋଲିଛି ତାହା ବି ଜାଣି ନାହାନ୍ତି। ତେବେ ଉକ୍ତ ଘରୋଇ ବ୍ୟାଙ୍କ ଆକାଉଣ୍ଟକୁ କିପରି ଭାବେ ଟଙ୍କା ଗଲା। ଏପରି ସେହି ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଅର୍ଥ ୩ ବର୍ଷ ହେବ ହେରଫର ହୋଇଥିବା ଅଭିଯୋଗ ସାମନାକୁ ଆସିଛି। ତେବେ କିଏ ଏହି ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛି ଏବଂ ଟଙ୍କା ଉଠାଉଛି ସେନେଇ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିବା ପାଇଁ କୋଡ଼ିଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳାମାନେ ।
ତେବେ ଏଠି ପ୍ରଶ୍ନ ଉଠୁଛି ଚାଷୀ ନଜାଣୁନୁ କିପରି ଭାବେ ବ୍ୟାଙ୍କ ରେ ଖାତା ଖୋଲାଯାଉଛି ଏବଂ ଟଙ୍କା ବି ଉଠୁଛି ସେ ନେଇ ଏବେ ଲୋକେ ଚିନ୍ତାରେ ରହିଛନ୍ତି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି।