Odisha News: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ଦେବୀ ନଦୀରେ (Jagatsinghpur Devi River) ଅଘଟଣ । ନଦୀରେ ଗାଧୋଇବା ବେଳେ ବୁଡି଼ ଗଲେ ତିନି ସାଙ୍ଗ। ତେବେ ଦୁଇ ଜଣଙ୍କୁ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯାଗ୍ୟ, ଆଜି ଦେବୀ ନଦୀକୁ ଶାନ୍ତନୁ ନାୟକ, ବିଶ୍ୱଜିତ୍ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତିନି ଜଣ ସାଙ୍ଗ ଗଭୀର ନଦୀ ଭିତରକୁ ପଶି ଆଉ ବାହାରି ପାରି ନଥିଲେ। ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅଭିଜିତଙ୍କୁ ବିଳମ୍ବରେ ଉଦ୍ଧାର କରାଯାଇ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ଅଭିଜିତଙ୍କୁ ମୃତ ଘୋଷାଣ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ଲାଗି ପଠାଇଛି। କେମିତି ଏହି ଅଘଟଣ ଘଟିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ମାଲକାନଗିରି ବାଲିମେଳା ଜଳଭଣ୍ତାରରେ (Balimela Reservoir) ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ଚିତ୍ରକୋଣ୍ତା ଅପରେଟର କଲୋନୀର ପଦ୍ମନୀ କାନ୍ଦୁଲିଆ । ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ନିଜ ଆଇ ଘର ଦୋରାଘାଟକୁ ନିଜ ପରିବାର ସହ ବୁଲିବାକୁ ଆସିଥିଲେ । ଦୋରାଘାଟରେ ଦୁଇ ଜଣ ସାଙ୍ଗଙ୍କ ସହ ପଦ୍ମନୀ ନଦୀରେ ଗାଧୋଇବା ସମୟରେ ହଠାତ୍ ନଦୀରେ ବୁଡିଯାଇଥିଲେ । ସାଙ୍ଗରେ ଥିବା ଦୁଇ ସାଙ୍କ ଗାଁକୁ ଦୌଡ଼ି ଘଟଣା ବିଷୟରେ ଜଣାଇବା ପରେ ଖୋଜା ଖୋଜି ଆରମ୍ଭ ହୋଇଥିଲା। ବହୁ ଖୋଜା ଖୋଜି ପରେ ନଦୀରୁ ନାବାଳିକାଙ୍କ ମୃତଦେହ ଜବତ କରାଯାଇଛି । ଏହି ଅଘଟଣ ନେଇ ଖବର ପାଇବା ପରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ପହଁଞ୍ଚି ତଦନ୍ତ କରିଥିଲେ । ସେହିପରି ନିକଟରେ ଆଳି ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ଘଟଣାରେ ଜଣେ ୧୬ ବର୍ଷ ନାବାଳକ ସହ ନାଉରିଆ ମୃତ୍ୟୁ ହୋଇଥିଲା ।