ଝାରସୁଗୁଡ଼ା (ମୁକେଶ ପ୍ରଧାନ): ସରକାରୀ ସ୍ତରରେ ପାଠ ପଢିବାକୁ ହେଲେ ଅଙ୍ଗନବାଡ଼ି ରୁ ହୁଏ ପାଠ ପଢା ଆରମ୍ଭ। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରକୁ ସରସ, ସୁନ୍ଦର, ଆକର୍ଷଣ ଏବଂ ସମାଜର ସମସ୍ତଙ୍କର ଗ୍ରହଣୀୟ କରିବା ପାଇଁ ଅଙ୍ଗନବାଡ଼ି ରେ ଅନେକ ଯୋଜନା ଏବଂ ଭିନ୍ନ ଭିନ୍ନ ଉପାୟ କରି ଏଡ଼ିରୁ ଚୋଟୀ ର ଦମ ଲଗାଇ ଦେଉଛନ୍ତି ସରକାର। ହେଲେ ଅନେକ ସମୟରେ ଏହା ବାଟମାରଣା ହେଉଛି। ୨୦୧୧ ମସିହାରେ ବ୍ରଜରାଜନଗର ୱାର୍ଡ ନଂ ୨୨ ରେ ନିର୍ମାଣ ହେଲା ଅଙ୍ଗନବାଡ଼ି କେନ୍ଦ୍ର। ନିର୍ମାଣ ହେବା କ୍ଷଣି ଅଙ୍ଗନବାଡ଼ି କେନ୍ଦ୍ର ରେ ଝୁଲୁଚି ତାଲା। କାରଣ ଅଙ୍ଗନବାଡ଼ି ର ଜମି କାହାର ନେଇ ତୁଟୁନାହିଁ ବିବାଦ।


COMMERCIAL BREAK
SCROLL TO CONTINUE READING

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ୨୨ ନମ୍ବର ୱାର୍ଡ ଖଲିଆମାଳ ଗାଁରେ ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ ହୋଇଛି ଏକ ଅଙ୍ଗନବାଡି କେନ୍ଦ୍ର। ତେବେ ଏହି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେବା ପରେ ୨୦୧୧ ମସିହାରୁ ତାଲା ପଡିଛି। କାରଣ ଏହି ଅଙ୍ଗନବାଡି କେନ୍ଦ୍ର ସରକାରୀ ଜମିରେ ନିର୍ମାଣ ହୋଇଛି ନା ଗ୍ରାମର ଜଣେ ବ୍ୟକ୍ତିଙ୍କ ଜମିରେ ତାହା ସମାଧାନ ହୋଇ ପାରିନାହିଁ। ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଲା ସମୟରେ ଖଲିଆମାଲ ଗ୍ରାମର ସନ୍ତୋଷ ପ୍ରଧାନ ଏହା ତାଙ୍କର ବ୍ୟକ୍ତିଗତ ଜମି ବୋଲି କହିବା ସହ ଅଙ୍ଗନବାଡି କେନ୍ଦ୍ର ଏହି ସ୍ଥାନରେ ନିର୍ମାଣ ନକରି ଜମିର ଏକ କୋଣରେ ତିଆରି କରିବା ପାଇଁ କହିଥିଲେ । ତେଵେ ଜମିଟି ସରକାରୀ ଥିବା ଦର୍ଶାଇ ବ୍ରଜରାଜନଗର ପୌରପରିଷଦ ପ୍ରାୟ ୧୧ ବର୍ଷ ପୂର୍ବେ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲା । ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେବା ପରେ ସନ୍ତୋଷ ପ୍ରଧାନ କୋର୍ଟ ର ଦ୍ୱାରସ୍ତ ହୋଇଥିଲେ । ଏହାପରେ ଏହି ମାମଲାଟି କୋର୍ଟରେ ବିଚାରାଧୀନ ରହିଛି ଏବଂ ବର୍ଷ ପରେ ବର୍ଷ ବିତି ଚାଲିଛି। ଗାଁର କୁନିକୁନି ପିଲାମାନଙ୍କ ପାଇଁ ନିର୍ମାଣ ହୋଇଥିବାରୁ ଅଙ୍ଗନବାଡି ରେ ତାଲା ପଡିଥିବା ବେଳେ ସେମାନେ କେବେ ଗାଁ ଦାଣ୍ଡରେ ତ କେବେ କାହା ବାରଣ୍ଡାରେ ବସି ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି l


ଖଲିଆମାଳ ଗ୍ରାମର ଅଙ୍ଗନବାଡ଼ିରେ ପଢ଼ୁଥିବା କୁନି ଛୁଆ ମାନଙ୍କର ଅଙ୍ଗନବାଡ଼ି ଠିକଣା ଏବେ ଅସ୍ୱଷ୍ଟ ଏବଂ ଅସ୍ଥାୟୀ। କେତେବେଳେ କାହା ବାରଣ୍ଡା ରେ ପାଠପଢ଼ା ହେବ ତାହା ସଠିକ ନୁହଁ। କେତେବେଳେ ଗେରେଜ ସମ୍ମୁଖରେ ପାଠ ପଢୁଛନ୍ତି ଏହି କୁନି କୁନି ଛୁଆ। ଛୁଆ ମାନେ ପଢୁଥିବା ଏହି ସ୍ଥାନଟି ସମ୍ପୂର୍ଣ ଅସୁରକ୍ଷିତ ମଧ୍ୟ l କେତେବେଳେ ଯେ କୌଣସି ଯାନ ବାହାନ ଯୋଗୁଁ ଦୁର୍ଘଟଣା ହେବ ତାହା କହି ହେବ ନାହିଁ l ଅଙ୍ଗନ ବାଡ଼ି ଘର ନଥିବାରୁ ଶିଶୁଙ୍କ ପାଇଁ ଖାଦ୍ୟ ତିଆରି କରିବା ପାଇଁ ମଧ୍ୟ ରୋଷେୟା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି l ଏହି ପରି ସମସ୍ୟା ଯୋଗୁଁ ନିଜ ଛୁଆଙ୍କୁ ଅଭିଭାବକ ମାନେ ଅଙ୍ଗନବାଡିକୁ ପଠାଇବା ପାଇଁ ଇଚ୍ଛା କରୁନାହାନ୍ତି l କିଏ ନିଜ ଛୁଆକୁ ଘରୋଇ ସ୍କୁଲ ପଠାଉଥିବାବେଳେ କିଏ ସିଧାସଳଖ ପ୍ରଥମ ଶ୍ରେଣୀରେ ନା ଲେଖାଉଛି l ଯାହାଫଳରେ ଗାଁରେ ଅନେକ ଛୁଆ ଥିବା ସତ୍ୱେ ଅଙ୍ଗନବାଡିକୁ କେବଳ ସାତ ଆଠ ଜଣ ଶିଶୁ ଆସୁଛନ୍ତି l ଗାଁ ଅଙ୍ଗନବାଡ଼ିରେ ଏହି ସମସ୍ୟା ନେଇ ପୌର କାର୍ଯ୍ୟଳୟଠୁ ନେଇ ଜିଲ୍ଲାପାଳ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ଗାଁବାସୀ।


ହେଲେ ମିଳୁନାହିଁ ସମାଧାନ ର ବାଟ। ଏବଂ ଶୀଘ୍ର ସେମାନଙ୍କ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ର ଯୋଗାଇ ଦିଆଯାଉବୋଲି କହିଛନ୍ତି । ଏ ବାବଦରେ କିନ୍ତୁ DSWO ପଚାରିବାରୁ ଆଶ୍ଚର୍ଯ୍ୟ ଉତ୍ତର ଦେଇଛନ୍ତି DSWO ମେଡମ। ଖଲିଆମାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ବିଷୟରେ ଜାଣି ନଥିଲେ ଏବେ ଜାଣିଲି l କିନ୍ତୁ କୋର୍ଟରେ ଏହି ମାମଲା ରହିଥିବାରୁ ଶୀଘ୍ର ଯାହା ଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ଏବଂ କୋର୍ଟର ନିଷ୍ପତି ଆସିବା ପୂର୍ବରୁ କୌଣସି ବିକଳ୍ପ ପନ୍ଥା ଗ୍ରହଣ କରାଯିବ କହିଛନ୍ତି DSWO । କିନ୍ତୁ ସେତେବେଳେ ଅଭିଯୋଗ କରିଥିବା ସୁରେଶ ପ୍ରଧାନ ଙ୍କର ପୁଅ ଜଣାଇଛନ୍ତି ଯେ ଅଙ୍ଗନବାଡ଼ି ନିର୍ମାଣ ନେଇ ଆମେ ଅନ୍ୟ ସ୍ଥାନରେ ଜମି ଦେଉଥିଲୁ। ଏବଂ ଏହା ଆମ ଜମି ବୋଲି ସେତେବେଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣେଇଥିଲୁ କିନ୍ତୁ ସରକାରୀ ଅଧିକାରୀ ବୋଲି ମାନମାନି କଲେ ମାନନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଲି କହିଛନ୍ତି ସୁବାଷ ପ୍ରଧାନ। ତେବେ ଏବେ କୋର୍ଟ ବିଚାରାଧୀନ ଥିବାରୁ ଏହାର ଯାହା ନିଷ୍ପତି ଆସିବ ଆମେ ମାନିବୁ ବୋଲି ସୁବାସ ପ୍ରଧାନ କହିଛନ୍ତି।


ତେବେ ଅଙ୍ଗନବାଡ଼ି ର ଜମି ମାମଲା ୨୦୧୧ ମସିହାର ସିଭିଲ ମାମଲା DSWO ଙ୍କୁ ଅଜଣା। କୋଉ ଅଧିକାରୀ ଯାଇଥିଲେ ସେତେବେଳେ ଜମି ଚିହ୍ନଟ ପାଇଁ। କୋଉ ଅଧିକାରୀ ଙ୍କ ଭୁଲ ର ପ୍ରାୟଶ୍ଚିତ କରୁଛନ୍ତି ଏହି କୁନି କୁନି ଅଙ୍ଗନବାଡ଼ି ଶିଶୁ। ଏହାର ତଦନ୍ତ ହେବାର ଆବଶ୍ୟକ ସହିତ ଛାତ୍ରଛାତ୍ରୀ ଙ୍କର ଅଙ୍ଗନବାଡ଼ି ମିଳିବା ସେତେ ଆବଶ୍ୟକ। କେବେ ମିକୁଛି ହକ କୁନି କୁନି ଶିଶୁ ଙ୍କୁ ତାହା ମାନନୀୟ କୋର୍ଟ ହିଁ ନିଷ୍ପତି ଦେଇପାରିବେ।