Election News in Odia: ନୂଆଦିଲ୍ଲୀ: ବାଜିଲା ଉପନିର୍ବାଚନ ବିଗୁଲ (Jharsuguda Bypoll)। ସାଧାରଣ ନିର୍ବାଚନକୁ (General News) ବର୍ଷକରୁ କମ ସମୟ ରହିଥିବା ବେଳେ ମେ ମାସରେ ହେବ ଝାରସୁଗୁଡ଼ା ଉପନିର୍ବାଚନ (Jharsuguda Bypoll)। ଆସନ୍ତା ମେ ୧୦ ତାରିଖରେ ଏହି ଉପନିର୍ବାଚନ ହେବା ନେଇ ଆଜି ନିର୍ବାଚନ କମିଶନର (Chief Election Commissioner) ରାଜୀବ କୁମାର (Rajiv Kumar) ଘୋଷଣା କରିଛନ୍ତି। ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ବାହାରିବ ବୋଲି ରାଜୀବ କୁମାର ସୂଚନା ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ନିର୍ବାଚନ କମିଶନର (Election Commissioner) ରାଜୀବ କୁମାର (Rajiv Kumar) କହିଛନ୍ତି କି ଏପ୍ରିଲ ୨୦ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ ହେବ। ୨୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚର ଶେଷ ଦିନ ରହିଛି। ସେହିପରି ୨୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଛି। ଜାନୁଆରି ୨୯ ତାରିଖରେ ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ଦାସ। ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟର ରହିଛନ୍ତି । ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି। ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ  । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ।


ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଝାରସୁଗୁଡ଼ାର ଦୁଇ ଯୁବ ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବାପାଙ୍କ ଅନ୍ତେ ବିଜେଡ଼ି ଟିକଟରେ ଦୀପାଳି ଦାସ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ନବ ଥିବା ସମୟରେ ଦୀପାଳିଙ୍କୁ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳୁଥିଲା। ବିଭିନ୍ନ ସଭା ସମିତିରେ ନବଙ୍କ ସହିତ ଦୀପାଳିଙ୍କୁ ଦେଖିବାକୁ ମିଳୁଥିଲା। ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ମଧ୍ୟ ଦୀପାଳି ନିଜକୁ ବେଶ ସକ୍ରିୟ ଭାବେ ସାମିଲ କରାଉଥିଲେ। ତେବେ ନବଙ୍କ ମୃତ୍ୟୁ ପରେ ଝିଅ ଦୀପାଳି ଏବେ ନିର୍ବାଚନୀ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ଦୀପାଳି ଅନୁକମ୍ପା ମୂଳକ ଭୋଟ ପାଇବାରେ ସମର୍ଥ ହେବେ ବୋଲି ରାଜନୈତିକ ମାହୋଲରେ ବେଶ ଆଲୋଚନା ହେଉଛି।


ସେପଟେ ଦୀପାଳିଙ୍କୁ ଚ୍ୟାଲେଞ୍ଜ କରିବାକୁ ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥି କରାଇବା ନେଇ ଆଲୋଚନା ହେଉଛି। ଝାରସୁଗୁଡ଼ାରେ ଟଙ୍କଧର ମଧ୍ୟ ବେଶ ସକ୍ରିୟ ରାଜନୀତିରେ ନିଜକୁ ସାମିଲ କରାଇଛନ୍ତି। ଟଙ୍କଧର ପୂର୍ବରୁ ବିଜେପିର ଛାତ୍ର ଦଳର ନେତା ରହିସାରିଥିବା ବେଳେ ଏବିଭିପିର ଜଏଣ୍ଟ ସେକ୍ରେଟାରୀ ମଧ୍ୟ ରହିସାରିଛନ୍ତି। ତେବେ ବିଜେପି ଟିକେଟରେ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ସାଧାରଣ ନିର୍ବାଚନକୁ ଆଉ ଖୁବ ଅଳ୍ପଦିନ ବାକି ରହିଥିବା ବେଳେ ଏହି ନିର୍ବାଚନ ଉଭୟ ଦଳ ପାଇଁ ବେଶ ମହତ୍ତ୍ୱ ରଖିବ ବୋଲି ରାଜନୈତିକ ମାହୋଲରେ ବେଶ ଚର୍ଚ୍ଚା ହେଉଛି।