Sub Registrar Office Ceiling Collapse: ସବ-ରେଜିଷ୍ଟ୍ରାର ଅଫିସ୍ (Sub Registrar Office) ଛାତର ସିଲିଂ ଖସିଯିବାରୁ ସେଠାରେ କାର୍ଯ୍ୟରତ PO  ଏବଂ ଡାଟା ଏଣ୍ଟ୍ରି ଅପରେଟର ଆହତ (Injured) ହୋଇଛନ୍ତି। ଖସିଥିବା ସିଲିଂ ଦ୍ବାରା  POଙ୍କ ମୁଣ୍ଡରେ ମାଡ ହେବା ସହିତ ଡାଟା ଏଣ୍ଟ୍ରି ଅପରେଟରଙ୍କ ପିଠି ଏବଂ ହାତଗୋଡ଼ରେ ଆଘାତ ହୋଇଛି। ସକାଳୁ ସକାଳୁ ଅଫିସ ଖୋଲି କାର୍ଯ୍ୟ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ହେଲେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଘଟିଲା ଏପରି ଅଘଟଣ। 
 
ବର୍ଷା (Rain) ଯୋଗୁଁ ଛାତର ଏଭଳି ଅବସ୍ଥା ନେଇ ଆଗରୁ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ତାହାକୁ ବିଭାଗ ବାରମ୍ବାର ଅଣଦେଖା କରିଚାଲିଥିଲେ। ଚାରି ବର୍ଷ ପୂର୍ବେ ଏହି କୋଠାର ଉଦଘାଟନ ହୋଇଥିଲା, ହେଲେ ଏହାର ଅବସ୍ଥା ଏପରି ହୋଇଥିଲା ଯେ ତାର ମରାମତି କରିବାର ଆବଶ୍ୟକତା ପଡିଥିଲା। ହେଲେ ସେହି କୋଠାର ମରାମତି ପାଇଁ କାହାର ବି ଦୃଷ୍ଟି ପଡିନଥିଲା। ଏଠାରେ ପ୍ରଶ୍ନ ଉଠେ ଯେ, ସବ-ରେଜିଷ୍ଟ୍ରାର ଅଫିସରେ ଥିବା ଆବଶ୍ୟକୀୟ ଦସ୍ତାବେଜର ସୁରକ୍ଷାକୁ ନେଇ ବିଭାଗୀୟ ଅଧିକାରୀଙ୍କର ଏତେ ଖାମଖିଆଳି ମନୋବୃତ୍ତି କାହିଁକି? ଏଭଳି ପ୍ରଶ୍ନ ଏବେ ସାଧାରଣରେ ମୁଣ୍ଡ ଟେକିଲାଣି। 


COMMERCIAL BREAK
SCROLL TO CONTINUE READING

ଘଟଣା ଅନୁସାରେ, ଆଜି ଝାରସୁଗୁଡା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସିଲିଂ ଖସିବା ଦ୍ବାରା ଦୁଇ ଜଣ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର, ଚାରି ବର୍ଷ ଓ ତିନି ମାସର କୋଠାର ସିଲିଂ ଏତେ ଦୁର୍ବଳ ହୋଇପଡ଼ିଲା ଯେ ମରାମତି ପୂର୍ବରୁ ଏହା ଭୁଷୁଡି ପଡିଲା। ଝାରସୁଗୁଡ଼ା ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର କମ୍ପ୍ୟୁଟର ବିଭାଗ କୋଠା ଯାହାକୁ ୨୦୧୮ ମସିହାରେ ତତ୍କାଳୀନ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକ ଉଦଘାଟନ କରିଥିଲେ। ଛାତରୁ ବର୍ଷା ସମୟରେ ସିପେଜ୍ ହେବାରୁ ଏହା ଦୁର୍ବଳ ହୋଇଯାଇଥିଲା ଏବଂ ପରେ ଏପରି ଅଘଟଣ ଘଟିବା ନେଇ ଅନୁମାନ କରାଯାଉଥିଲା । ଏପରିକି ଏହି କାର୍ଯ୍ୟାଳୟର ଅନ୍ୟ ବିଭାଗର ପ୍ରକୋଷ୍ଠର ଛାତ ଉପରେ ସିପେଜ୍ ହୋଇ ପାଣି ଝରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଏଠାରେ ରହିଥିବା ସତ୍ତ୍ୱେ ସୁରକ୍ଷା ପ୍ରତି ପ୍ରଶାସନର ନଜର ନଥିବା ସ୍ୱଷ୍ଟ ଜଣା ପଡ଼ୁଛି।