କଳାହାଣ୍ଡି: ହଜି ଯାଇଛି ମାନବିକତା, ମରି ଯାଇଛି ମଣିଷପଣିଆ। କୋରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ପରେ ଛୁଇଁଲେନି ଗ୍ରାମବାସୀ କିମ୍ବା ପରିବାର। ଏମିତି କିଛି ଦୃଶ୍ୟ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ସାହାଜପାଟି ଗାଁରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଜନୈକ ବ୍ୟକ୍ତିଙ୍କ କୋରୋନା (Coronavirus) ରେ ମୃତ୍ୟୁ ହେବା ପରେ ସମ୍ପୃକ୍ତ ମୃତକର ଅନ୍ତିମ ସଂସ୍କାର କରିବାକୁ କେହି ରାଜି ହୋଇନଥିଲେ। ଏପରିକି ପରିବାର ଲୋକେ ମଧ୍ୟ ଛୁଇଁ ନଥିଲେ। ପରିଶେଷରେ କେସିଙ୍ଗା ବିଡ଼ିଓ (Kesinga BDO) ପ୍ରଫୁଲ୍ଲ କୁମାର ଓଡୁ, ସ୍ବର୍ଗଦ୍ବାର ସେବା ସଂଗଠନରକୁ ଫୋନ କରି ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ।


Also Read: କୋରୋନା କାଳେ ମହଙ୍ଗା 'ଆହାର'; ଖାଦ୍ୟ ୫, ଖଲି ୫


ଖବର ପାଇ ସ୍ବର୍ଗଦ୍ବାର ସେବା ସଂଗଠନ (Sargadwara Seva Sanghathan) ର କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚିଥିଲେ। ପିପିଇ କିଟ୍ ପିନ୍ଧି ସେମାନେ ଘରୁ ମୃତଦେହ ବାହାର କରି ଶ୍ମଶାନକୁ ନେଇ ବିଧି ପୂର୍ବକ ଶବ ସତ୍କାର କରିଥିଲେ। ଏହି ସମୟରେ କେସିଙ୍ଗା ତହସିଲଦାର (Kesinga Tahsildar) ଜ୍ୟୋର୍ତିମୟ କର, ପଲମ ଫାଣ୍ଡି ଏଏସଆଇ ଅସିତ କୁମାର ପଣ୍ଡା ଉପସ୍ଥିତ ଥିଲେ।