Dead Body Entered Into Temple After Death: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସ କବଳରୁ ମୁକ୍ତ ହୋଇ ପାରୁନାହିଁ ଉନ୍ନତ ଏବଂ ସଭ୍ୟ ମାନବ ସମାଜ। ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ବିଭିନ୍ନ  ସମୟରେ ମଣିଷ ଏପରି କାମ କରୁଛି ଯାହା ଚର୍ଚ୍ଚାର ବିଷୟ ପାଲଟୁଛି। ସଦ୍ୟ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରପରିଷଦ ଅଧିନସ୍ଥ ଫକିରପୂର ଗ୍ରାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଘଟିଛି।


COMMERCIAL BREAK
SCROLL TO CONTINUE READING

ମୃତ୍ୟୁ ପରେ ମନ୍ଦିର ଭିତରକୁ ଗଲା ଶବ। ଶତ ଚେଷ୍ଟା ପରେ ମଧ୍ୟ ଫେରି ପାରିଲା ନାହିଁ ଜୀବନ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଘଟିଥିଲା। ଗ୍ରାମର ସୁଦାମ ଦାସଙ୍କ ସ୍ତ୍ରୀ ସସ୍ମିତାଙ୍କର ଟ୍ୟୁମର କାରଣରୁ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ପରୀକ୍ଷା ପରେ ଘରକୁ ଫେରାଇ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ସସ୍ମିତାଙ୍କ ମୃତଦେହ ଶ୍ମଶାନ ପରିବର୍ତ୍ତେ ଗ୍ରାମରେ ଅବସ୍ଥିତ ରହିଥିବା ବାଲୁଙ୍କେଶ୍ବର ମନ୍ଦିର ନିକଟକୁ ନିଆ ଯାଇଥିଲା। 


ଗ୍ରାମର ଜଣେ ମହିଳାଙ୍କ ଦେହରେ ମଙ୍ଗଳା ଆସୁଥିବା ନେଇ ଗାଁ ଲୋକ କୁହା ହେଉଥିଲେ। ସସ୍ମିତାଙ୍କ ଶରୀରରେ ଜୀବନ ଅଛି ଏବଂ ତାଙ୍କର ମୃତ୍ୟୁ ହୋଇନାହିଁ।  ସେ ତାଙ୍କୁ ବଞ୍ଚାଇ ଦେବେ ବୋଲି ସମ୍ପୃକ୍ତ ମହିଳା ଜଣଙ୍କ ଦୃଢୋକ୍ତି ପ୍ରକାଶ କରିଥିଲେ। ବୁଡି ଯାଉଥିବା ସମୟରେ କୁଟାଖିଅକୁ ଆଶ୍ରୟ କରିବା ଭଳି ପରିବାର ଲୋକେ ସସ୍ମିତାଙ୍କ ମୃତଦେହକୁ ନେଇ ମନ୍ଦିର ସାମ୍ନାରେ ଜଗି ବସିଥିଲେ। ଆଉ ସେହି ମହିଳା ଯାହା ଦେହରେ ମଙ୍ଗଳା ଆସୁଛନ୍ତି, ସେ ମନ୍ଦିର ଭିତରେ ଯାଇ ଅଧିଆ ପଡ଼ିଥିଲେ। ଖବର ପାଇ ଆନନ୍ଦପୁର ପୋଲିସ ମନ୍ଦିର ନିକଟରେ ପହଁଚି ମୃତଦେହକୁ ଜବତ କରିବା ସହିତ ପରିବାର ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ଶ୍ମଶାନ ନେଇଥିଲା।