Khordha News: ବିପର୍ଯ୍ୟସ୍ତ ଖୋର୍ଦ୍ଧା! ଖୋଲୁନି ପ୍ଲବିକ୍ ଟଏଲେଟ୍, ଭାରି ପଡୁଛି ରାସ୍ତା ଓ ଡ୍ରେନଜ ସମସ୍ୟା
khordha news: ସହରରେ ଦିନକୁ ଦିନ ମୁଣ୍ତ ଟେକୁଛି ରାସ୍ତାଘାଟ, ଡ୍ରେନ ଓ ପରିମଳ ବ୍ୟବସ୍ଥା। ରାସ୍ତା ସାରା ଖାଲଖମା ଯୋଗୁଁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏହି ଗୋଟିଏ ରାସ୍ତା ନୁହେଁ ସହରର ଗଳି କନ୍ଦି ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳୁଛି ।
khordha news: ଖୋର୍ଦ୍ଧା ସହରରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି ରାସ୍ତାଘାଟ (Road problem), ଡ୍ରେନ (Drainage problem) ଓ ପରିମଳ ବ୍ୟବସ୍ଥା। ସ୍ଥାନୀୟ ପୋଷ୍ଟ ଅଫିସ ଛକ ଓ ଡାକ୍ତରସ ଲେନ ଦେଇ ଗୁରୁଜଙ୍ଗକୁ ସଂଯୋଗ କରୁଥିବା ରାସ୍ତା ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି । ପୋଷ୍ଟ ଅଫିସ ଠାରୁ ଇଲେକ୍ଟ୍ରି ସବଷ୍ଟେସନ ମଧ୍ୟରେ ବଡ଼ ବଡ଼ ଖାଲଖମା ଓ ଗାତ ସୃଷ୍ଟି ହୋଇଥିବା ବେଳେ ଗୁରୁଜଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ସମ୍ପର୍ଣ୍ଣ ବିପର୍ଯ୍ୟସ୍ତ (Road problem) ହୋଇପଡିଛି । ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି ସ୍ଥାନୀୟ ଲୋକେ। ଏହି ରାସ୍ତା ଦେଇ ଖୋର୍ଦ୍ଧା ଗୁରୁଜଙ୍ଗ (khordha gurujanga) ବାସିନ୍ଦା ସମେତ କେରଙ୍ଗ, କୁମାରବସ୍ତ, ଟାଙ୍ଗିଆପଡ଼ା, ମଲ୍ଲିପୁର, ହଳଦିଆ, ବାଙ୍କୀ ସହ ପ୍ରାୟ ୧୫ଟି ପଂଚାୟତର ଲୋକେ ଯାତାୟତ କରିଥାଆନ୍ତି । ଖାଲି ଏତିକି ନୁହେଁ ଏହି ରାସ୍ତା ଦେଇ ଅନେକ ଭାରୀଯାନବ ମଧ୍ଯ ପ୍ରତ୍ୟେକ ଦିନ ଯାତାୟତ କରିଥାଏ । ସେପଟେ ସକାଳୁ ରାତି ପର୍ଯ୍ୟନ୍ତ ଏହି ରାସ୍ତାରେ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ । ରାସ୍ତା ସାରା ଖାଲଖମା ଯୋଗୁଁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏହି ଗୋଟିଏ ରାସ୍ତା ନୁହେଁ ସହରର ଗଳି କନ୍ଦି ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳୁଛି ।
ରାସ୍ତା ସମସ୍ୟାରେ ଉପରେ ଭାରି ପଡ଼ିଛ ଡ୍ରେନ ସମସ୍ୟା (Drainage problem)। ସହରର୍ ଥିବା ଡ୍ରେନ ଗୁଡି଼କ ଦୀର୍ଘ ବର୍ଷ ହେବ ସଫା କରାଯାଇନାହିଁ । ଏମିତି କି ଅଧିକାଂଶ ଡ୍ରେନ ଭାଙ୍ଗି ମଧ୍ୟ ଗଲାଣି । ଡ୍ରେନ (Drainage) ସଫା ହେଉନଥିବାରୁ ପୂର୍ତ୍ତିଗନ୍ଧମୟରେ ପରିଣତ ହୋଇଛି । ଦୀପ ତଳ ଅନ୍ଧାର ଭଳି ପୌର କାର୍ଯ୍ୟାଳୟ ନିକଟରେ ଥିବା ଡ୍ରେନ ପୋତି ହୋଇପଡିଥିବା ବେଳେ ଅନେକ ଡ୍ରେନରେ ଅଳିଆ ଆବର୍ଜନା ପଚିସଢି ଦୁଗର୍ନ୍ଦମୟ ହେଲାଣି । ସହରର ଅଧିକାଂଶ ଡ୍ରେନ ମୁକୁଲା ପଡିଥିବା ବେଳେ ଏହା ଉପରେ ସ୍ଳାବ ପକାଯାଉନାହିଁ । ଯେପରି କୌଣସି ଏକ ବଡ ଅଘଟଣକୁ ପୌର ପ୍ରଶାସନ ଅପେକ୍ଷା କରିଛି ପରିସ୍ଥିତି ଏମିତି ହୋଇଛି ଯେ ସକାଳ ୯ଟା ପର୍ଯ୍ୟନ୍ତ ସହରର ଅଳିଆ ହଟୁନି । ଲକ୍ଷାଧିକ ଟଙ୍କାରେ କିଣାଯାଇଥିବା ଅଳିଆ ବୁହା ବ୍ୟାଟେରୀ ଗାଡି଼ ଅଚଳ ହୋଇପଡିଛି । ସ୍ୱଚ୍ଛତା ଓ ପରିମଳ ଆଳରେ ଲକ୍ଷାଧିକ ଟଙ୍କା ଅର୍ଥ ଶ୍ରାଦ୍ଧ କରାଯାଉଛି । ବିନା ଟେଣ୍ଡରରେ ଠିକାଦାରଙ୍କୁ କାମ ଦିଆଯାଇ ଟଙ୍କା ହରିଲୁଟ ଚାଲିଛି । ସେପଟେ ବହୁ ପ୍ରକଳ୍ପ ଅଧପନ୍ତରିଆ ହୋଇରହିଥିବା ବେଳେ ନୂତନ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ଅନ୍ୟପଟେ ମୁକ୍ତା ଯୋଜନାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ(Mahila swayam sahayata gosti) ଆଳରେ ଠିକାଦାର ପୋଷା ଚାଲିଛି । ସହରରେ ଗତ ୩ ବର୍ଷ ହେବ ପ୍ଲବିକ୍ ଟଏଲେଟ (Public Toilet) ବନ୍ଦ ପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୨୦୨୦ ମସିହାରୁ ନିର୍ମାଣ ଚାଲିଥିବା ଟିଏଲସି ସ୍ମାର୍ଟ ଶଶ୍ମାନ, ବରୁଣେଇ ସ୍ମାର୍ଟ ପାର୍କ, ସାମନ୍ତରାପୁରସ୍ଥିତ ଖଣି ପୋଖରୀରେ ଚାଲିଥିବା ବୋଟିଂ ନିର୍ମାଣ କାମ ସରୁନି । ସହରରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ପ୍ଲବିକ ଶୌଚାଳୟ(ଲୁ)ରେ ଉଦ୍ଘାଟନ ପରଠାରୁ ତାଲା ଝୁଲୁଛି । ଆଉ ଯାହା ଖୋଲା ରହିଛି ତାହାର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । କେଉଁଠି ପାଣି ଟ୍ୟାପ ନାହିଁ ତ ଆଉ କେଉଁଠି ହାତ ଧୋଇବା ବେସିନକୁ ଦୃର୍ବୁତ୍ତମାନେ ତାଡି ନେଇଗଲେଣି ।
ଅନ୍ୟପଟେ ବିଭିନ୍ନ ବିଭାଗ ପକ୍ଷରୁ ପାଇପ ଲାଇନ ବିଛାଇବା ପାଇଁ ରାସ୍ତାକୁ ବାରମ୍ବାର ଖୋଳା ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ମରାମତି ନକରି ସେଭଳି ଛାଡି ଦିଆଯାଉଛି । ରାସ୍ତା ଉପରେ ଦୀର୍ଘଦିନ ଗୋଡି଼ ବାଲି ପଡିରହୁଛି । କାମ ତ୍ୱରାନ୍ୱିତ କରାଯାଉନଥିବା ବେଳେ ରାସ୍ତା ଅବରୋଧ ଯୋଗୁଁ ଦୁର୍ଘଟଣା ଘଟୁଛି । ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପୌର ପ୍ରଶାସନ ଫେଲ ମାରିଥିବା ନେଇ ଜନ ଜାଗରଣ ପରିବାର ଆବାହକ ଅଭିଯୋଗ କରିଛନ୍ତି । ତେବେ ଏହି ସମସ୍ୟା ନେଇ ପୌର ପ୍ରଶାସନ ଓ ପୂର୍ତ୍ତ ବିଭାଗ ନିକଟରେ ବିଭିନ୍ନ ୱାର୍ଡ଼ ଓ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାନସର ନିନ୍ଦ ଭାଙ୍ଗୁଛି ।