ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ରଜ ପରିପ୍ରେକ୍ଷୀରେ ଯେଉଁଠି ସାଧାରଣ ଜନତା ଘରେ ରହି ଏହାକୁ ପାଳନ କରୁଛନ୍ତି। ଅନ୍ୟ ପକ୍ଷରେ ଧଳା ଜହର ବିକ୍ରି କରିବାର ବ୍ରାଉନ ସୁଗାର ବେପାରୀଙ୍କ ପାଇଁ ସତେ ଯେମିତି ଏହା ଏକ ସୁଯୋଗ ପାଲଟିଛି। ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମ ନନ୍ଦ ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। 


COMMERCIAL BREAK
SCROLL TO CONTINUE READING

ଖବର ମିଳିବା ପରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ତତ୍ତ୍ୱବଧାନରେ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା। ଚଢ଼ାଉ ସମୟରେ ପୋଲିସ ୨୧ ଗ୍ରାମ ବ୍ରାଉନ ସୁଗାର, ନଗଦ ୨୫ ହଜାର ୫୨୦ ଟଙ୍କା ଏବଂ ଏକ ସ୍କୁଟି ଜବତ କରିବା ସହ ଅଭିଯୁକ୍ତ ନୃସିଂହ ସିଂହ  ଏବଂ ଆକାଂକ୍ଷା ମହାପାତ୍ରଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।