ଜଗନ୍ନାଥ ସାଗରର ବିକାଶ ନେଇ ସମୀକ୍ଷା କଲେ କୋରାପୁଟ ଜିଲାପାଳ
ଐତିହାସିକ ଜଗନ୍ନାଥ ସାଗରର ବିକାଶ ହେବାକୁ ଯାଉଛି।
ପବନ ପାଣିଗ୍ରାହୀ,ଜୟପୁର: ଜୟପୁରବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବାକୁ ଯାଉଛି। ଐତିହାସିକ ଜଗନ୍ନାଥ ସାଗରର ବିକାଶ ହେବାକୁ ଯାଉଛି। ଏହାର ବିକାଶ ପାଇଁ ଚୁକ୍ତିନାମା କରାଯାଇଛି। କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜୟପୁର ପୌରପାଳିକା କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ଏବଂ ହାଲ ଏକ୍ଜିକ୍ୟୁଟିଭ ଡାଇରେକ୍ଟର ପ୍ରମୋଦ କୁମାରଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଛି। ବୁଧବାର କୋରାପୁଟ ଜିଲାପାଳ ମହମ୍ମଦ ଅବଦୁଲ ଅଖତର ଜଗନ୍ନାଥ ସାଗର ଠାରେ ପହଞ୍ଚି ଏହାର ବିକାଶ ନେଇ ସମୀକ୍ଷା କରିଛନ୍ତି।
ପଞ୍ଚାନନ ମନ୍ଦିର ନିକଟରେ ସାଗରର ପୂର୍ବ ଦିଗରେ ବିକାଶ ପାଇ ଆଲୋଚନା କରିଛନ୍ତି। ପାର୍କ, ବସିବା ପାଇ ଚେୟାର, ପୁଟପାଥ, କାଫେ ଆଦି ହେବ। ଏନେଇ ତୁରନ୍ତ ଅଟ୍ଟକଳ କରିବାକୁ ଜୟପୁର ପୌରପାଳିକ କାଯ୍ୟନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଗନ୍ନାଥ ସାଗରର ଗୋଟିଏ ପାର୍ଶ୍ୱର ବିକାଶ ପାଇ ୭ କୋଟି ଟଙ୍କା ୩ ବର୍ଷ ମଧ୍ୟରେ ପର୍ଯ୍ୟୟ କ୍ରମେ ଖର୍ଚ୍ଚ ଦେବ। ଏହି ଟଙ୍କାରେ ମୁଖ୍ୟ ଗେଟ ନିର୍ମାଣ, ପିଲାଙ୍କ ପାଇ ଚିତ୍ତବିନୋଦନ କେନ୍ଦ୍ର, ବରିଷ୍ଠ ନାଗରିକଙ୍କ ଲାଗି ବସିବା ସ୍ଥାନ, ଓପନ ଥିଏଟର, ଷ୍ଟେଜ, ଚଲା ପଥ, ସାଗର ମଧ୍ୟକୁ ପଶୁଥିବା ଦୂଷିତ ପାଣିକୁ ବନ୍ଦ କରିବା ପାଇ ଡ୍ରେନ ବ୍ୟବସ୍ଥା କରାଯିବ। ହାଲ୍ ପକ୍ଷରୁ ୨୦୨୨-୨୩ ବର୍ଷରେ ୧ କୋଟି, ଦ୍ୱିତୀୟ ବର୍ଷ ୩ କୋଟି ୫୦ଲକ୍ଷ, ତୃତୀୟ ବର୍ଷ ୨ କୋଟି ୫୦ ଦେବା ନେଇ ସ୍ଥିର ହୋଇଛି।
ଜୟପୁରବାସୀଙ୍କ ବହୁ ଦିନରେ ଦାବି ରହିଥିବାରୁ ଗତ ଦିନରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜଗନ୍ନାଥ ସାଗର ବିକାଶ ପାଇଁ ଶହେ କୋଟି ଟଙ୍କା ବିନିଯୋଗ କରାଯିବ ନେଇ ସୂଚନା ଦେଇଥିଲେ। ବିଧାୟକ ସାଗରର ବିକାଶ ପାଇଁ ବାରବାର ବିଧାନସଭାରେ ଦାବି କରିଥିଲେ। ସାଗରର ବିକାଶ ନିଶ୍ଚୟ ହେବ ବୋଲି ସେ ଜୟପୁରବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଏହାକୁ ଗୁରୁତର ସହ ନେଇ ଗତ ସପ୍ତାହରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏହାର ବିକାଶ ବାବଦରେ ସମୀକ୍ଷା କରିଥିଲେ। ଏହା ପରେ ରାଜ୍ୟ ସରକାର ଜଗନ୍ନାଥ ସାଗରର ବିକାଶ ଲାଗି ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଧିରେ ଧିରେ ଜଗନ୍ନାଥ ସାଗରର ରୁପ ରେଖ ବଦଳିବା ସହ ପଯ୍ୟଟନସ୍ଥଳୀ ଭାବେ ଉଭା ହେବ।
ସାଗରର ବିକାଶ ପାଇ ଟଙ୍କାର ଅଭାବ ରହିବ ନାହିଁ ବୋଲି ଗତ ଦିନରେ କହିଥିଲେ ଜୟପୁର ବିଧାୟକ। ଅତ୍ୟାଧୁନିକ ରୁପେ ସାଗରକୁ ପୁନଃ ଉଦ୍ଧାର କରାଯାଇ ନିର୍ମାଣ ହେବ। ଯାହାକି ରାଜ୍ୟର ଏକ ପ୍ରମୁଖ ପଯ୍ୟଟନସ୍ଥଳୀ ହେବ। ଏହା ଦ୍ୱାରା ଜୟପୁରର ମଧ୍ୟ ବିକାଶ ହେବ। ସାଗରରେ ଦଳ ପଙ୍କ ଭର୍ତ୍ତି ହୋଇ ରହିବା ସହ ସହରର ଦୂଷିତ ପାଣି ସାଗରକୁ ପ୍ରବେଶ କରୁଛି। ଦଳ ପଙ୍କ କିଛି ମାତ୍ରାରେ ବାହାର କରାଯାଉଛି। ଏହାକୁ ପୁନରୁଦ୍ଧାର କରିବା ପାଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା। ଦୂଷିତ ପାଣି ସାଗରକୁ ଯେପରି ନ ପସେ ସେଥିପାଇଁ ସର୍ଭେ କରାଯାଉଛି। ଖୁବ ଶୀଘ୍ର ସାଗର ପୁନରୁଦ୍ଧାର କାଯ୍ୟ କରାଯିବ। ଜିଲ୍ଲାପାଳଙ୍କ ସମୀକ୍ଷା ସମୟରେ ଜୟପୁର ପୌରପାଳିକ କାଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।