Odisha News: କୋରାପୁଟ (ନିରୋଜ ଶତପଥି): କୋରାପୁଟରୁ (Koraput) ଛାତି ଥରାଇଲା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ସାମାନ୍ୟ ମାଛ ପାଇଁ ଏକ ବଡ଼ଧରଣର ହତ୍ୟାକାଣ୍ଡ ଘଟିଯାଇଛି। ନିଜ ବଡ଼ ଭାଇକୁ ହତ୍ୟା କରିଛି ସାନ ଭାଇ। ସେପଟେ ଅଭିଯୁକ୍ତକୁ ଗିରଫ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡର ମୂଳ କାରଣ ମାଛ ବ୍ୟବସାୟ ବୋଲି ମୃତକଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ସେପଟେ ମୃତକଙ୍କ ନାଁ ବିରଙ୍ଗା ମୁଦୁଲି ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଧନେଶ୍ୱର ମୁଦୁଲି ଓ ମୃତକ ବିରଙ୍ଗା ମୁଦୁଲିଙ୍କ ମଧ୍ୟରେ ମାଛ ବ୍ୟବସାୟକୁନେଇ ପୂର୍ବରୁ ତିକ୍ତତା ରହିଆସିଥିଲା।   ପୋଖରୀରୁ ମାଛ ଧରିବା ପରେ ମାଛ ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏପରିକି ବଡ ଭାଇ ଅଧିକ ମାଛ ନେଉ ଥିବାରୁ ସାନ ଭାଇ ଅସନ୍ତୋଷ ହୋଇଥିଲା। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଧୀରେ ଧୀରେ ବଚସା ଉଗ୍ର ରୂପ ଧାରଣ କରିଥିଲା। ବଚସା ଚାଲିଥିବା ସମୟରେ ସାନ ଭାଇ ଉତ୍ୟକ୍ତ ହୋଇ ବଡ଼ ଭାଇ କୁ ବଟକରା ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ଦ୍ଵାରା ଘଟଣା ସ୍ଥଳରେ ବଡ ଭାଇ ର ମୃତ୍ୟୁ ଘତିଥିଲା। ଏହି ହତ୍ୟାକାଣ୍ଡ କୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବା ଗୁଡା ପଞ୍ଚାୟତ ଅଧିନସ୍ଥ ବଡ଼ ବାଗ୍ରି ଗାଁରେ। 


 



ମୃତ ବ୍ୟକ୍ତି ଜଣକ ହେଲେ ବିରଙ୍ଗା ମୁଦୁଲି, (୬୦) ଅନ୍ୟ ପକ୍ଷେ ଅଭିଯୁକ୍ତ ଧନେଶ୍ଵର ମୁଦୁଲି ହତ୍ୟା କରିବା ପରେ ଫେରାର ଥିବା ଜଣାପଡିଛି। ଏ ନେଇ ପରିବାର ଲୋକେ ଧନେଶ୍ଵର ଙ୍କ ନାମ ରେ ହତ୍ୟା କରି ଥିବା ନେଇ ଦଶମନ୍ତପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା କୁ ଭିତ୍ତି କରି ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରି ଛନ୍ତି।


ସେହିପରି ଭଉଣୀ ଭଉଣୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା ଘଟିଛି। ଗାଁର ଉଲ୍ଲା ହୋଙ୍କ ବଡ଼ଭାଇଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଉଲ୍ଲାଙ୍କ ତିନି ଝିଅ ଓ ତାଙ୍କ ବଡ଼ ଭାଇଙ୍କ ଦୁଇ ଝିଅ ଘରେ ଥିଲେ। ଛୋଟ କଥାକୁ ନେଇ ଭଉଣୀଙ୍କ ମଧ୍ୟରେ ବଚସା ଲାଗିଥିଲା ଯାହାର ସମାଧାନ ନିମନ୍ତେ ଉଲ୍ଲାଙ୍କ ବଡ଼ ଝିଅ ତାଙ୍କୁ ଡାକିଥିଲା। ଉଲ୍ଲା ଆସିବା ବେଳକୁ ଟିକିଏ ଡେରି ହେବାରୁ ନାବାଳିକା ଝିଅଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାକୁ ମେଡ଼ିକାଲ୍ ଆଣିବା ପରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ମେଡ଼ିକାଲ୍ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Also Read: Khorda Power Cut: ଅଘୋଷିତ ବିଦ୍ୟୁତକାଟକୁ ନେଇ ବଢୁଛି ଅସନ୍ତୋଷ


Also Read: ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ


Also Read: Summer Fruits: ଖରାଦିନେ ଏହି ୬ଟି ଫଳ ସାଜିଥାନ୍ତି ରାମବାଣ, ଶରୀରକୁ ରଖିଥାନ୍ତି ସୁସ୍ଥ