Sawfish catches in Paradeep, ଜଗତସିଂହପୁର: ପାରାଦୀପ ଅଞ୍ଚଳର ଗଭୀର ସମୁଦ୍ରରୁ ଏକ ବିରଳ ମାଛ ଧରାପଡିଛି। ମତ୍ସ୍ୟଜୀବୀଙ୍କ ଜାଲରେ ବିଲୁପ୍ତପ୍ରାୟ ଚିରୁଣି ଫାଳିଆ ବୃହତ ମାଛ ଲାଗିଛି। ଦିଘା ମାଛ ବଜାରରେ ଏହି ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ପରେ ଏହି ଚିରୁଣି ଫାଳିଆ ମାଛ ଧରାପଡିଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନାନୁସାରେ, ରବିବାର ସକାଳେ ପାରାଦୀପ ଅଞ୍ଚଳ ସମୁଦ୍ରରୁ ଏକ ବିରଳ ଚିରୁଣି ଫାଳିଆ ମାଛ ଧରାଯାଇଥିଲା। ମାଛର ଦେଖିବାକୁ ବିଚିତ୍ର ଥିବା ବେଳେ ତାହାର ଓଜନ ପ୍ରାୟ ପାଞ୍ଚ କୁଇଣ୍ଟାଲ ସତୁରୀ କିଲୋଗ୍ରାମ ଥିଲା। ଏହି ବିରଳ ମାଛକୁ ପଶ୍ଚିମବଙ୍ଗର ଦୀଘା ମାଛ ବଜାରରେ ନିଲାମ କରାଯାଇଛି। ଜଣେ ବ୍ୟବସାୟୀ ଏହାକୁ ଲକ୍ଷାଧିକ ଟଙ୍କାରେ କିଣି ନେଇଥିବା ସୂଚନା ମିଳିଛି। ତେବେ ମାଛଟିକୁ ଦେଖିବା ପାଇଁ ବଜାରରେ ବେଶ ଭିଡ଼ ଜମିଥିଲା। 


Also Read: Odisha Teachers: ସତେଇଶିରେ ସଂଗ୍ରାମ, ରାଜଧାନୀରେ ପୁଣି ଗର୍ଜିବେ ଶିକ୍ଷକ


 


ମାଛର ମୁହଁ ଫାଳିଆ ହୋଇ ସେଥିରେ ଚିରୁଣି ଵା ପାନିଆ ପରି ଧାଡ଼ି ଧାଡି ହୋଇ କଣ୍ଟା ଥିବାରୁ ତାହାର ନାମ ଚିରୁଣି ଫାଳିଆ ବୋଲି ରଖାଯାଇଥିବା ଜଣାପଡ଼ିଛି। ଏକ ବିଦେଶୀ ଔଷଧ କମ୍ପାନୀ ମାଛଟିକୁ କିଣି ଥିବା ବେଳେ, ଏହି ମାଛର ବିଭିନ୍ନ ଅଙ୍ଗରୁ ଜୀବନ ରକ୍ଷାକାରୀ ଔଷଧ ତିଆରି ହେବ ବୋଲି ସୂଚନା ମିଳିଛି। ଏହି ବିରଳ ପ୍ରଜାତିର ମାଛ ଗଭୀର ସମୁଦ୍ରରେ ମିଳେ, କିନ୍ତୁ ଏବେ ଏହା ଖୁବ କମ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ବ୍ୟବସାୟୀମାନେ ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ, ଚିରୁଣି ଫାଳିଆ ମାଛକୁ ଇଂରାଜୀରେ Sawfish ବୋଲି କୁହାଯାଏ। ମୁହଁଟି କରତ ଭଳି ଦେଖାଯାଉଥିବାରୁ ଏଭଳି ନାମକରଣ କରାଯାଇଛି। ବିଶ୍ୱର ପ୍ରାୟ ସମସ୍ତ ଉଷ୍ମଜଳବାୟୁ ବିଶିଷ୍ଟ ସମୁଦ୍ରରେ Sawfish ଦେଖିବାକୁ ମିଳେ। ଉଭୟ ଲୁଣିଆ ଓ ନଦୀ ଜଳରେ ଏହି ମାଛ ବଞ୍ଚିପାରେ। Sawfishର ଲମ୍ବ ୨୩ରୁ ୨୫ ଫୁଟ ପର୍ଯ୍ୟନ୍ତ ହୋଇପାରେ। ମାଛର ଦାନ୍ତ, ପର ଓ କରତ ସଦୃଶ ମୁହଁ ପାଇଁ ଶିକାର କରାଯାଏ। ମାଛ ଏହି ସବୁ ଅଙ୍ଗରୁ ପାରମ୍ପରିକ ଔଷଧ ତିଆରି ହୋଇଥାଏ।