Liquor: କାଲିଠୁ ରାଜ୍ୟରେ ମହଙ୍ଗା ହେବ ମଦ, ସମୁଦ୍ରକୂଳରେ ବିକ୍ରି ନେଇ ସରକାରଙ୍କ ମଞ୍ଜୁରୀ
Liquor: କାଲିଠାରୁ ରାଜ୍ୟରେ ମହଙ୍ଗା ହେବ ମଦ। ମଦ ଉତ୍ପାଦନକାରୀ, ଯୋଗାଣକାରୀ, ଖୁଚୁରା ବ୍ୟବସାୟୀଙ୍କ ଲାଇସେନ୍ସ ଓ ଆବେଦନ ଶୁଳ୍କ ବୃଦ୍ଧି ଯୋଗୁଁ ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିବ ବୋଲି ଆଶା କରାଯାଉଛି । ସେପଟେ ପର୍ଯ୍ୟଟନ ମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ବେଳାଭୂମିରେ ମଧ୍ୟ ମଦ ବିକ୍ରି ନେଇ ମିଳିଛି ଅନୁମତି ।
Liquor: ଆସନ୍ତା ମାସ ଏପ୍ରିଲ ୧ ତାରିଖରୁ ରାଜ୍ୟରେ ବଢ଼ିବ ମଦ ଦର । ମଦ ଉତ୍ପାଦନକାରୀ, ଯୋଗାଣକାରୀ, ଖୁଚୁରା ବ୍ୟବସାୟୀଙ୍କ ଲାଇସେନ୍ସ ଓ ଆବେଦନ ଶୁଳ୍କ ବୃଦ୍ଧି ଯୋଗୁଁ ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିବ ବୋଲି ଆଶା କରାଯାଉଛି । ଗୁରୁବାର ଦିନ ୨୦୨୩-୨୪ ପାଇଁ ଘୋଷଣା କରାଯାଇଥିବା ନୂତନ ଅବକାରୀ ନୀତିରେ ଭାରତୀୟ ନିର୍ମିତ ବିଦେଶୀ ମଦ( IMFL) ଓ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା(MGQ) ପାଇଁ ଉତ୍ପାଦ ଶୁଳ୍କରେ ସାମାନ୍ୟ ବୃଦ୍ଧି ଖୁଚୁରା ମଦ ଦର ଉପରେ ପ୍ରଭାବ ପକାଇବ । ଏହାସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟର ବେଳାଭୂମିରେ ମଦ ବିକ୍ରିକୁ ଅବକାରୀ ନିୟମ ଅନୁଯାୟୀ ଅନୁମତି ଦିଆଯାଇଛି । ତେବେ ଏଠାରେ ମଦ ବିକ୍ରି ପାଇଁ କେବଳ କେବଳ ଓଡ଼ିଶା ପର୍ଯ୍ୟଟନ ଉନ୍ନୟମ ନିଗମକୁ ହିଁ ଅନୁମତି ଦିଆଯିବ । ଏହି କ୍ଷେତ୍ରରେ କୌଣସି ଘରୋଇ ଅପରେଟରଙ୍କୁ ଏନେଇ ଅନୁମତି ଦିଆଯିବ ନାହିଁ ।
ତେବେ ଏହି ନିୟମ ଅନୁଯାୟୀ, ବେଳାଭୂମି ବ୍ୟତୀତ ନଦୀ,ହ୍ରଦ ଓ ଡ୍ୟାମ୍ ନିକଟରେ ଏହି ମଦ ବିକ୍ରି ନେଇ ଅନୁମତି ଦିଆଯିବ। ଏଥିପାଇଁ ବାର୍ଷିକ ଲାଇସେନ୍ସ ଫି ୫୦ ହଜାର ଟଙ୍କା ହେବ । ବିଚ୍ ସ୍ୟାକ୍ସ ଲାଇସେନ୍ସକୁ ରେସ୍ତୋରାଁ ଏନ ଲାଇସେନ୍ସର ସ୍ବତନ୍ତ୍ର ବର୍ଗ ଭାବେ ବିବେଚନା କରାଯିବ। ଲାଇସେନ୍ସଧାରୀ ମାନଙ୍କୁ ଓଟିଡ଼ିସିର(OTDC) ସମସ୍ତ ନିୟମର ଅନୁପାଳନ କରିବାକୁ ପଡ଼ିବ। ନୂଆ ନୀତି ଅନୁୟାୟୀ, ବର୍ଷକ ମଧ୍ୟରେ ମଦ ଦୋକାନ ( FL Shops) ଖୋଲିବା ପାଇଁ ଲାଇସେନ୍ସ ମିଳିବ ନାହିଁ। କିନ୍ତୁ ବର୍ତ୍ତମାନ ଥିବା ମଦ ଦୋକାନ ଗୁଡ଼ିକର ଲାଇସେନ୍ସକୁ ନବୀକରଣକୁ ଅନୁମତି ଦିଆଯିବ। ଏହାବ୍ୟତୀତ ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବା ନେଇ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।
ଫି' ବାବଦରେ 'ଓଏଫ୍ଏଫ୍ ଦୋକାନ'ର ନୂତନ କିମ୍ବା ନବୀକରଣ ପାଇଁ ଆବେଦନ ଫି' ୧.୧ ଲକ୍ଷରୁ ୧.୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏମ୍ଜିଜେଡ୍ ଓ ରିଟେଲର ଫି' ମଧ୍ୟ ବୃଦ୍ଧି କରାଯାଇଥିବା ବେଳେ ଏଫ୍ଏଲ୍ ଓଏଫ୍ଏଫ୍ ଦୋକାନ ପାଇଁ ବାର୍ଷିକ କମ୍ପୋଜିଟ୍ ଲେବଲ୍ ରେଜିଷ୍ଟ୍ରେସନ୍ ଫି' ଓ ସମସ୍ତ ବ୍ରାଣ୍ଡ ବିକ୍ରି ପାଇଁ ଏଫ୍ଏଲ୍ ଓଏନ୍ ଦୋକାନ ପାଇଁ ବାର୍ଷିକ କମ୍ପୋଜିଟ୍ ଲେବଲ୍ ରେଜିଷ୍ଟ୍ରେସନ୍ ଫି' ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହାକି ପୂର୍ବରୁ ୪୦ ହଜାର ଟଙ୍କା ଥିଲା। ଏହି ନୀତିରେ ଘୋଷଣା କରାଯାଇଥିଲା ଯେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ୫-ଟି ଆକ୍ସନ ପ୍ଲାନ୍ ଅନୁୟାୟୀ ପରମିଟ୍, ପାସ୍, ଲାଇସେନ୍ସ୍ ଓ ଦେୟ ପ୍ରଦାନ ଭଳି ବିଭିନ୍ନ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯିବ।
ଏହାମଧ୍ଯ ପଢନ୍ତୁ-Indian currency: ୧୦୦୦ ଟଙ୍କିଆ ନୋଟକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁଣି ପକେଟକୁ ଫେରିବ ଏହି ନୋଟ୍!
ଏହାମଧ୍ଯ ପଢନ୍ତୁ- Weather Update: ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ନେଇ ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି