Meru Jatra news in Odia: ଖୋର୍ଦ୍ଧା: ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମେରୁଯାତ୍ରା (Meru Jatra) ଅନ୍ୟତମ। ମେରୁଯାତ୍ରା (Meru Jatra) ଉପଲକ୍ଷେ ଖୋର୍ଦ୍ଧା (Khorda) ଉପରସାହି କାମନା ମନ୍ଦିର ଠାରେ ୪୦ରୁ ଊର୍ଦ୍ଧ୍ୱ ମାନସିକଧାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ଏହି ପର୍ବକୁ ପାଳନ କରିଥାନ୍ତି। ବିଶେଷ କରି ଏଠାକାର ଦଣ୍ଡୁଆମାନଙ୍କ ଧୂଳିଦଣ୍ଡ, କଣ୍ଟାଗଡ଼ ଓ ନିଆଁରେ ଝୁଲିବାର ଦୃଶ୍ୟ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ। ସେହିପରି ଅପରାହ୍ନରେ ହୋଇଥାଏ ଓଘରତୋପ। ଯାହାକି ଉତପ୍ତ ନିଆଁରେ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଝୁଲିଥାନ୍ତି ଦଣ୍ଡପାଟୁଆମାନେ। ଆଉ ଏହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚଳିତ ବର୍ଷର ମେରୁ ଉତ୍ସବ ପାଳିତ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ଚାଲିଛି ପାଟଦଣ୍ଡୁଆମାନଙ୍କ ଦଣ୍ଡଯାତ୍ରା। ଦଣ୍ଡୁଆମାନେ କେତେବେଳେ ଉତପ୍ତ ବାଲି ତ ଆଉ କେବେବେଳେ କଣ୍ଟା ଉପରେ ଗଡ଼ି ନିଜକୁ ଭଗବାନଙ୍କ ପାଖରେ ସମର୍ପି ଦେଉଛନ୍ତି। ଖୋର୍ଦ୍ଧା ସହରର ଉପରସାହି କାମନା ମନ୍ଦିର ନିକଟରେ ମେରୁଯାତ୍ରା ପାଇଁ ମାନସିକଧାରୀମାନଙ୍କର ଏହା ହେଉଛି ଭଗବାନଙ୍କ ନିକଟରେ ନିଜ ଶରୀରର ସମର୍ପଣର ଦୃଶ୍ୟ। ଉତପ୍ତ ବାଲି ଉପରେ ଗଡ଼ିବା ଠାରୁ ଆରମ୍ଭ କରି କୋଇଲେଖା କଣ୍ଟା ଉପରେ ଖାଲି ଦେହରେ ଗଡ଼ିଥାନ୍ତି ଦଣ୍ଡୁଆମାନେ। ୨୦୨୦ ଓ ୨୦୨୧ ମସିହାରେ କେବଳ ପରମ୍ପରା ପାଳନ ହେଉଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଥିଲା। କିନ୍ତୁ ଗତବର୍ଷ ଓ ଚଳିତ ବର୍ଷ କରୋନା କଟକଣା ହଟି ଯାଇଥିବା ଯୋଗୁ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା ମା’ଙ୍କ ପୀଠରେ। ବିଶ୍ୱାସ ଓ ନିଷ୍ଠା ଯୋଗୁ ବାଲିଦଣ୍ଡ କିମ୍ବା କଣ୍ଟାରେ ଗଡ଼ିବା ଦ୍ୱାରା ଶରୀରକୁ ଯନ୍ତ୍ରଣା ହୋଇନଥାଏ ବୋଲି କହିଛନ୍ତି ଦଣ୍ଡ ପାଟୁଆମାନେ। 


Also Read: Prithvi Shaw Selfie Row: ଆଇପିଏଲ୍-୨୦୨୩ ମଝିରେ ପୃଥ୍ୱୀ ଶ'ଙ୍କୁ ନୋଟିସ୍ ପଠାଇଲେ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା


ପ୍ରତିବର୍ଷ ମେରୁ ସମୟରେ ମାନସିକଧାରୀ ଦଣ୍ଡୁପାଟୁଆମାନେ ଉପବାସ କରି ନିଷ୍ଠାର ସହିତ ଏହି ସମସ୍ତ ନୀତିକ୍ରିୟା ସଂପାଦନ କରିଥାନ୍ତି । ମାସାଧିକ କାଳ ଅରୁଆ ଖାଇ ଦଣ୍ଡୁଆମାନେ ନିଷ୍ଠାର ସହ ରହିଥାନ୍ତି। ଆଉ ଶେଷ ୭ ଦିନ କେବଳ ଗୋଟିଏ ଓଳି ପଣା ପାଇ ମନ୍ଦିର ପରିସରରେ ରାତ୍ରୀଯାପନ କରିଥାନ୍ତି । ଏଭଳି କରିବା ଦ୍ୱାରା ସେମାନଙ୍କର ମାନସିକ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଉ ଯେଉଁମାନଙ୍କର ମଧ୍ୟ ମାନସିକ ପୁରଣ ହୋଇଥାଏ, ସେମାନେ ମଧ୍ୟ ୭ବର୍ଷ/୧୦ବର୍ଷ ଧରି ଉତପ୍ତ ବାଲି ଓ କଂଟାରେ ଗଡ଼ି ନିଜ ଶରୀରକୁ କଷ୍ଟ ଦେଇଥାନ୍ତି । ଅନୁରୂପ ଭାବେ ସଂଧ୍ୟା ସମୟରେ ନିଆଁକୁଣ୍ଡ ଉପରେ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଝୁଲିଥାନ୍ତି ଏହି ଦଣ୍ଡ ପାଟୁଆମାନେ । 


ବିଶ୍ୱାସର ପର୍ବ ମେରୁଯାତ୍ରା  ଆମ ସଂସ୍କୃତି ଓ ପରମ୍ପରାକୁ ଆଜି ବି ଉଦ୍‌ଜୀବିତ ରଖି ପାରିଛି । ଶରୀରକୁ କଷ୍ଟ ଦେଇ ନିଜର ମାନସିକ ପୂରଣ ପାଇଁ ଏହି ମାଧ୍ୟମ ହିଁ ସୂଚାଇ ଦେଇଥାଏ ଆମ ବିଶ୍ୱାସ ଓ ପରମ୍ପରା ପ୍ରୀତି । ପ୍ରଚଣ୍ଡ ରୌଦ୍ରତାପ ସମୟରେ ହଜାର ହଜାର ଭକ୍ତଙ୍କ ସମାଙ୍ଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଘୋଳଦହି ଓ ଥଣ୍ଡାପାଣିର ବ୍ୟବସ୍ଥା କରାଯାଇଥିଲା । ସେହିପରି ଶାନ୍ତିଶୃଙ୍ଖଳାର ସହ ମେରୁଯାତ୍ରା ସମାପନ ପାଇଁ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।


Also Read: Horoscope Today: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?