ପାରାଦୀପ(ନାରାୟଣ ବେହେରା): ଜଣେ ନାବାଳିକାକୁ ଅପହରଣ କରି ଦିର୍ଘ ୪ ଦିନ ଧରି ପାଶବିକ ଅତ୍ୟାଚାର ଭଳି ଘଟଣା ସାମ୍ନାକୁ ଆସିଛି। ପାରାଦ୍ଵୀପ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତ ଗଣେଶ ପୂଜା ଦିନ ଅପରାହ୍ନରେ ନାବାଳିକା ଜଣଙ୍କ ନିଜ ମାମୁଁ ଘରକୁ ଯିବା ସମୟରେ ଜଣେ ସ୍କୁଲ ଗାଡ଼ି ଡ୍ରାଇଭର ତାଙ୍କୁ ଅପହରଣ କରି ଦିର୍ଘ ୪ ଦିନ ଧରି ତାଙ୍କୁ ବଳାତ୍କାର କରିଥିବା ପୀଡ଼ିତା ପାରାଦ୍ଵୀପ ଲକ୍ ଥାନାରେ ଏତଲା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମା ଦେଇଥିବା ୫ଶହ ଟଙ୍କା କୁ ପୀଡ଼ିତା ଜଣଙ୍କ ଚତୁରତାର ସହିତ ସ୍କୁଲ ରେ ପାଠ ପଢୁଥିବା ଜଣେ ଝିଅ ହାତରେ ସମ୍ପର୍କୀୟ ଭଉଣୀକୁ ଦେବାରୁ ସାମ୍ନା ଆସିଛି ଘଟଣା। ୪ ଦିନ ପରେ ନିଜ ବାପା, ମା ଓ ମହିଳା ସଂଗଠନ ଦ୍ବାରା ଉଦ୍ଧାର ହୋଇଛନ୍ତି ନାବାଳିକା ଝିଅ। ଅନିଲ ନାୟକ (ଚିନୁ) ଏକ ସ୍କୁଲ ର ଟାଟା ଏସି ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଅଭିଯୋଗ ଅନୁଯାୟୀ ଡ୍ରାଇଭର ଅନିଲ୍ କୁ ଲକ୍ ଥାନା ପୋଲିସ ଗିରଫ କରିଥିବା ବେଳେ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ମେଡ଼ିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ।