Pregnant Women Raped: ସ୍ବାମୀ ଉପରେ ରାଗ ସୁଝେଇବାକୁ ୫ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅଞ୍ଚଳରେ। ଖାଲି ଏତିକି ନୁହେଁ ଗର୍ଭବତୀଙ୍କୁ ଦୁର୍ଷ୍କମ ବେଳର ଭିଡ଼ିଓ ରେକର୍ଡ଼ କରୁଥିଲେ ଅଭିଯୁକ୍ତର ସ୍ତ୍ରୀ । ଭିଡ଼ିଓ ରେର୍କଡ଼ କରିବା ସହ ଏହାକୁ ସୋସିଆଲ ମିଡ଼ିଆରେ ସେୟାର ମଧ୍ଯ କରିଥିଲେ । ଭିଡ଼ିଓକୁ ସେୟାର କରି ପ୍ରତିଶୋଧ ପୂରା ହୋଇଥିବା ଲେଖିଥି଼ଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ଓ ତା ସ୍ତ୍ରୀକୁ ବାନ୍ଧିଛି ପୋଲିସ ।


COMMERCIAL BREAK
SCROLL TO CONTINUE READING

ସ୍ବାମୀ ଉପରେ ରାଗ ସୁଝାଇବାକୁ ଗର୍ଭବତୀ ସ୍ତ୍ରୀକୁ ଦୁଷ୍କର୍ମ। ଏପରି ଏକ ସ୍ପର୍ଶକାତର ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅଞ୍ଚଳରେ। ଏପରି କାଣ୍ତ ଘଟାଇଥିବା ୩୮ ବର୍ଷିୟ ଅଭିଯୁକ୍ତ ପେଶାରେ ଜଣେ ରାଜମିସ୍ତ୍ରୀ ଅଟନ୍ତି । ଅଭିଯୁକ୍ତ ଜଣକଙ୍କ ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଖାଲି ଏତିକି ନୁହେଁ ଏହି ଅମାନବୀୟ କାଣ୍ତ ବେଳେ ଅଭିଯୁକ୍ତର ସ୍ତ୍ରୀଙ୍କ ଭିଡିଓ ରେକର୍ଡ଼ ମଧ୍ଯ କରିଥିଲା । ପ୍ରକାଶଥାଉ କି, ଏହି ଅଭିଯୁକ୍ତ ଜଣଙ୍କ ଗର୍ଭବତୀ ମହିଳାଙ୍କ ପଡ଼ୋଶୀ ଅଟନ୍ତି । ଦୀର୍ଘ ଦିନରୁ ମହିଳାଙ୍କ ସ୍ବାମୀ ଓ ଅଭିଯୁକ୍ତଙ୍କ ମଧ୍ଯରେ ବିବାଦ ଲାଗି ରହିଥିଲା । ଏନେଇ ଅଭିଯୁକ୍ତ ପ୍ରତିଶୋଧ ନେବା ଲାଗି ସୁଯୋଗ ଖୋଜୁଥିଲେ । ପୀଡ଼ିତା ମହିଳାଙ୍କ ସ୍ବାମୀ ଉପରେ ଥିବା ରାଗ ସୁଝେଇବା ପାଇଁ ସେମାନେ ଗର୍ଭବତୀଙ୍କ ସ୍ବାସ୍ଥ୍ୟା ପରୀକ୍ଷା ଆଳରେ ଜିଲ୍ଲା ମୁଖ୍ୟ ଚିକିସାଳୟକୁ ନେବା ଲାଗି ଘରକୁ ଡ଼ାକିଥିଲେ । ମହିଳା ଜଣଙ୍କ ଘରକୁ ଆସିବା ପରେ ସେମାନେ ଯୋଜନା ମୁତାବାକ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ବରଗାଁ ଛକରୁ ନବରଙ୍ଗପୁର ଅଭିମୁଖେ ନେଇଯାଇଥିଲେ । ଏହାପରେ ଅଭିଯୁକ୍ତ ଜଣକ ଗର୍ଭବତୀଙ୍କୁ ନିଜ ମାଉସୀ ଘରକୁ ନେଇ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଆଶ୍ଟର୍ଯ୍ୟର କଥା ଦୁଷ୍କର୍ମ କରିବା ନେଇ ଅଭିଯୁକ୍ତର ସ୍ତ୍ରୀ ତାଙ୍କୁ ପ୍ରବର୍ତ୍ତାଇଥିଲା । ଖାଲି ସେତିକି ନୁହେଁ ସ୍ବାମୀ ଦୁଷ୍କର୍ମ କରିବା ସମୟରେ ଅଭିଯୁକ୍ତର ସ୍ତ୍ରୀ ଏହାକୁ ମୋବାଇଲରେ ରେର୍କଡ଼ କରିଥିଲା । ଏହାପରେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ପ୍ରତିଶୋଧ ପୂରଣ ହୋଇଥିବା ଲେଖିଥିଲେ ।


Also Read-Viral News: ରାପିଡ଼ୋ ବୁକ୍ କଲେ ଯୁବତୀ, ମେସେଜ ଆସିଲା ‘ମତେ ଭାଇ ଡ଼ାକ ନାହିଁ, ମୁଁ ତୁମ ଭାଇ ନୁହେଁ


ପୋଲିସର ସୂଚନା ଅନୁଯାୟୀ,  ଏହି ଘଟଣାଟି ଗତ ମାସ ଫେବୃଆରୀ ମାସ ୨୮ ତାରିଖର ଅଟେ । ଘଟଣା ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଏନେଇ ପୋଲିସକୁ ସୂଚନା ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ମାନସିକ ଚାପରେ ରହୁଥିଲେ ପୀଡି଼ତା । ପରେ କାହାକୁ କିଛି ନକହି ଆତ୍ମହତ୍ୟା ନେଇ ଉଦ୍ୟମ କରିଥିଲେ, କିନ୍ତୁ ଶାଶୁଘର ଲୋକଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଥିଲା । ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଇବା ସହ ଗତକାଲି ଖାତିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ମହିଳା । ମାମଲା ରୁଜୁ ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛି ପୋଲିସ ।