National Youth Day:  ଭୁବନେଶ୍ୱର: ଜାତୀୟ ଯୁବ ଦିବସ ୧୨ ଜାନୁଆରୀରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନରେ ପାଳନ କରାଯାଏ | ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଏ । ଏନେଇ ତମାମ ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ଏହି ଜାତୀୟ ଯୁବ ଦିବସକୁ ପାଳନ କରାଯାଇଛି। ଏହି କ୍ରମରେ ଏଜେଓ ଉଚ୍ଚ ବିଦ୍ୟାଳୟ, କନ୍ଧମାଳରେ ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନେହରୁ ଯୁବ କେନ୍ଦ୍ର, ପିରାମଲ ଫାଉଣ୍ଡେସନର କର୍ମକର୍ତ୍ତା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ପିରାମଲ ଫାଉଣ୍ଡେସନର କର୍ମକର୍ତ୍ତା ଦେବାଶିଷ ଘୋଷ୍, ପ୍ରାର୍ଥନା ଥାପ୍ପା, ଆରତି ନିଗମ, ସିଦ୍ଧାର୍ଥ, ବନ୍ଦିନୀ ଏବଂ ମିଥିଲେସ ଉପସ୍ଥିତ ରହି ଦେଶ କୁ ଆଗକୁ ନେବାରେ ଯୁବ ସମାଜର ଭୂମିକା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ଯଦି ଇତିହାସକୁ ଖେଳାଯାଏ ତେବେ ୧୯୮୪ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ପାଳନ କରିବାକୁ ଭାରତ ସରକାରଙ୍କ ଏକ ନିଷ୍ପତ୍ତି ଥିଲା, ଯଥା ୧୨ ଜାନୁଆରୀ, ପ୍ରତିବର୍ଷ ଜାତୀୟ ଯୁବ ଦିବସ ଭାବରେ। ଭାରତ ସରକାର ଉଦ୍ଧୃତ କରିଛନ୍ତି ଯେ ସ୍ୱାମୀଜୀଙ୍କ ଦର୍ଶନ ଏବଂ ଯେଉଁ ଆଦର୍ଶ ପାଇଁ ସେ ରହୁଥିଲେ ଏବଂ କାର୍ଯ୍ୟ କରିଥିଲେ ତାହା ଭାରତୀୟ ଯୁବ ଦିବସ ପାଇଁ ଏକ ପ୍ରେରଣାଦାୟକ ଉତ୍ସ ହୋଇପାରେ।'ସେହିପରି ବିବେକାନନ୍ଦଙ୍କ ବାଣୀ ପ୍ରତିଟି ଯୁବବର୍ଗକୁ ବେଶ ପ୍ରଭାବିତ କରିଥାଏ। ଜୀବନକୁ ସଠିକ ମାର୍ଗରେ ନେବା ପାଇଁ ବହୁ ପ୍ରେରଣା ଯୋଗାଇଥାଏ।