Navaratri: ସମ୍ବଲପୁର (ଅଜୟ କୁମାର ନାଥ): ଧବଳମୁଖୀ ବେଶ ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମନ୍ଦିରକୁ ନୂତନ ରଙ୍ଗ କରାଯାଇଥିବା ବେଳେ ଭଲ ଭାବରେ ସଫା ସୁତୁରା କରାଯାଇଛି । ଏଥି ସହ ମାଆ ଙ୍କର ଅଳଙ୍କାର ଗୁଡିକୁ ମଧ୍ୟ ସଫା କରାଯାଇଛି । ତେବେ କୋରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଭକ୍ତମାନେ ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରି ନଥିଲେ । କିନ୍ତୁ ଏ ବର୍ଷ କୋରୋନା କଟକଣା ନ ଥିବାରୁ ଭକ୍ତମାନେ କିପରି ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରିବେ ସେଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ସୁବିଧା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ମହାଳୟାରେ ଅନୁଷ୍ଠିତ ହେବ ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ। ବର୍ଷ ତମାମ ମାତା ସିନ୍ଦୁର ବର୍ଣ୍ଣରେ ପୂଜା ପାଉଥିବା ମାଆ ସମଲେଶ୍ବରୀ କେବଳ ମହାଳୟାରେ ଶ୍ବେତ ବର୍ଣ୍ଣରେ ଦର୍ଶନ ଦେଇଥାନ୍ତି । ସେଥି ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମନ୍ଦିରକୁ ନୂତନ ରଙ୍ଗ କରାଯାଇଥିବା ବେଳେ ଭଲ ଭାବରେ ସଫା ସୁତୁରା କରାଯାଉଛି। ଏଥି ସହ ଧବଳମୁଖୀ ବେଶ ପାଇଁ ମାଆ ଙ୍କର ଅଳଙ୍କାର ଗୁଡିକୁ ମଧ୍ୟ ସଫା କରାଯାଇଛି। ମହାଳୟା ଦିନ ଭୋର ୪ଟାରେ ମାଆ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶ କରାଯାଇ ଆଳତୀ କରାଯିବ। ଏହା ପରେ ମାଆଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ  ମନ୍ଦିର ଭିତରକୁ ଛଡା ଯିବ ବୋଲି ମୁଖ୍ୟ ପୂଜକ କହିଛନ୍ତି । 


ତେବେ କୋରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଭକ୍ତମାନେ ମଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରି ନଥିଲେ । କିନ୍ତୁ ଏ ବର୍ଷ କୋରୋନା କଟକଣା ନ ଥିବାରୁ ଭକ୍ତମାନେ କିପରି ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ସୁରୁଖୁରୁରେ ଦେଖି ପାରିବେ ସେଥି ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ସୁବିଧା କରାଯିବା ସହ ମାନଶିକ ଦୀପ ପ୍ରଜ୍ବଳନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।  ଏଥି ସହିତ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଟିଙ୍ଗ କରାଯିବା ସହ ପୋଲିସର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡର ସଭାପତି କହିଛନ୍ତି  । ତେବେ ଦୀର୍ଘ ଦୁଇ ବର୍ଷ ପରେ ମାଆ ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଭକ୍ତମାନେ ବେଶ ଖୁସି ପ୍ରକଟ କରିଛନ୍ତି ।


ଆସନ୍ତା ୨୫ ତାରିଖ ମହାଳୟା ଦିନ ରୁ ଅଢେଇ ଦିନ ପର୍ଯ୍ୟନ୍ତ  ମାଆ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଧବଳମୁଖି ବେଶ ଦର୍ଶନ ରେ ଗଙ୍ଗା ଦର୍ଶନ ର ପୁଣ୍ୟ ମିଳେ ବୋଲି କୁହାଯାଏ।


ଅଧିକ ପଢନ୍ତୁ: ଭୟ ନା ଭକ୍ତି? ପାଞ୍ଚ ବର୍ଷ ପରେ ବିଦାୟ ନେଲେ ନାଗ-ନାଗୁଣୀ, ଗାଁ କମ୍ପାଇଲା ଶଙ୍ଖ ନାଦ ସହ ହୁଳହୁଳି


ଅଧିକ ପଢନ୍ତୁ: ଓଡ଼ିଶାକୁ NGT ଛାଟ: ବାଲିଯାତ୍ରାକୁ ନେଇ ଶୁଣାଇଲେ ଏଭଳି କଡ଼ା ଶବ୍ଦ, ବାଦ ପଡ଼ିଲାନି ପଞ୍ଜାବ