କୋରୋନାକୁ ଦୃଷ୍ଟିରେ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ?
ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୦,୫୭,୮୭୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: COVID-19 Guidelines in Odisha: ରାଜ୍ୟ ସମେତ ସାରା ଦେଶରେ କୋରୋନା ମାମଲା (Coronavirus Cases) ରେ ହଠାତ୍ ବୃଦ୍ଧି ଘଟିବାରେ ଲାଗିଛି । ଏହାସହ କୋରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ (Corona New Variant Omicron) ମଧ୍ୟ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ କୋରୋନାକୁ ନେଇ ନୂଆ ଗାଇଡଲାଇନ୍ ସବୁ ସାମ୍ନାକୁ ଆସୁଛି । ଏହି କ୍ରମରେ ଓଡ଼ିଶା ସରକାର (Odisha Government) ମଧ୍ୟ କୋରୋନାକୁ ନେଇ ନୂଆ ଗାଇଡଲାଇନ୍ (COVID-19 Guidelines) ଜାରି କଲେ ।
କୋଭିଡ ଗାଇଡଲାଇନ-
୧-ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ ।
୨- ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ।
୩-ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ।
୪- ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ ।
୫- କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢା ଚାଲୁ ରହିବ ।
୬-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ।
୭- ହାଟ ବଜାରରେ ଭିଡ଼ ହ୍ରାସ ଉପରେ ଗୁରୁତ୍ୱ ।
୮- ଭିଡ଼ ହେଲେ ମଲ, ଦୋକାନ ମାଲିକ ଦାୟୀ ରହିବେ ଓ ୭ ଦିନ ଯାଏ ବନ୍ଦ କରାଯିବ ।
୯- ରାଜନୈତିକ, ଶୈକ୍ଷିକ ସମାବେଶରେ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ରହିବ ।
୧୦- ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି ରହିବ ।
ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କର ପାନ୍ କାର୍ଡ ଅଛି ଓ ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ, ତେବେ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଏହା ବି ପଢ଼ନ୍ତୁ:-ଟାର୍ଗେଟରେ ଔଷଧ ଦୋକାନ, ୧୫ ଦିନରେ ୫ ଥର ଲୁଟ୍
ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୫୮ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ୫୩୪ ସଂକ୍ରମିତ
୧୧- ପର୍ଯ୍ୟଟନ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
୧୨- କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବେନି ।
୧୩- ସ୍କୁଲ, କଲେଜ ପିକନିକ, ଏସକର୍ସନ ସମ୍ପୂର୍ଣ୍ଣଭାବେ ବାରଣ ।
୧୪- ହୋଟେଲ, ବାର ରାତି ୯ଟା ଯାଏ ଖୋଲା, ୫୦% କ୍ଷମତାରେ ଚାଲିବ ।
୧୫- ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ, ସର୍ବାଧିକ ୫ ଜଣ ଗ୍ରାହକ ରହିବେ ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୦,୫୭,୮୭୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮,୪୬୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୧୦,୪୫,୫୧୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩,୮୪୩ ସକ୍ରିୟ ସଂକ୍ରମିତ ମାମଲା ରହିଛି ।