Odisha Matric Result 2023 News In Odia: ମାଟ୍ରିକ୍ ପରୀକ୍ଷା ଶେଷ ହୋଇଥିବା ବେଳେ ରେଜଲ୍ଟ କୁ (Odisha Matric Result 2023) ନେଇ ଏକ ବଡ ଅପଡଟ୍ ଆସିଛି । ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ ବୋଲି କଟକ ବୋର୍ଡ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ । www.bseodisha.ac.in ଏବଂ sms ଜରିଆରେ ଛାତ୍ରଛାତ୍ର ମାନେ ନିଜ ନିଜ ରୋଲ ନଂ ଜରିଆରେ ଫଳାଫଳ ଜାଣିପାରିବେ।  


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ମାଟ୍ରିକ୍‌ ପରୀକ୍ଷା (Odisha Matric Exam 2023) ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା।  ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ଶେଷ ହୋଇଥିଲା । ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଚଳିତ ଥର ପରୀକ୍ଷା ଦେଇଛନ୍ତି । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଥିଲା  । ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଥିଲା । 


Also Read: Weather Update: ଆଜିଠୁ ଆହୁରି ବଢିବ ତାତି! ସତର୍କ କରାଇଲା ପାଣିପାଗ ବିଭାଗ,୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି...


Also Read: Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ


କପି ରୋକିବାକୁ ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଥିଲା । ୫୭ଟି ସେଂଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିଥିଲେ ଓ ପରୀକ୍ଷା ସମ୍ପର୍କରେ ବୁଝିବାର ବ୍ୟବସ୍ଥା ହୋଇଥିଲା । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା  ମଧ୍ୟ କରାଯାଇଥିଲା। କଡା ବ୍ୟବସ୍ଥା ସତ୍ତ୍ବେ, ନବରଙ୍ଗପୁରରେ ମାଟ୍ରିକ୍ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି, ମୁଦ୍ରଣଜନିତ ତ୍ରୁଟି ଥିଲା । ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବା ପରେ, ଅପ୍ରିଲ ୩ ଠାରୁ ଖାତାଦେଖା ଆରମ୍ଭ ହୋଇଥିଲା। ଏଥିରେ ୧୩ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ହୋଇଥିଲେ। ଚଳିତବର୍ଷ ୫୬ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖାଯାଉଥିଲା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। 


Also Read: Mangal Gochar 2023: ଆଜିଠୁ ଏହି ସବୁ ରାଶିର ଖୋଲିଲା ଭାଗ୍ୟର ତାଲା, ମାଟି ଧରିଲେ ହେବ ସୁନା!


Also Read: Grah Gochar 2023: ଆଜିଠୁ ଏହି ୫ ରାଶିରେ ଲାଗିଲା ଲଟେରୀ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ!


Also Read:  Gold Rate: ମୁଣ୍ଡ ବିନ୍ଧାଇଲାଣି ସୁନା ଦର, ପୁଣି ଥରେ ବଢିଲା ଏତିକି ଟଙ୍କା ଭରି ପ୍ରତି ମୂଲ୍ୟ


Also Read: Cucumber: ସକାଳୁ ଉଠିବା ପରେ ଦୁର୍ବଳ ଲାଗୁଛି କି, ଦୈନିକ ଖାଦ୍ୟରେ ସାମିଲ କରନ୍ତୁ କାକୁଡ଼ି, ମିଳିବ ଏସବୁ ଲାଭ