Odisha 5kg Rice Scheme: ଓମିକ୍ରନ୍ ସବ୍-ଭ୍ୟାରିଆଣ୍ଟସ୍ ଦ୍ୱାରା ସୃଷ୍ଟି ହୋଇଥିବା କୋଭିଡ୍ ପରବର୍ତ୍ତୀସ୍ଥିତିକୁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ କିଲୋଗ୍ରାମ ଚାଉଳ ଯୋଜନାକୁ ଆହୁରି ବର୍ଷେ ପାଇଁ ବୃଦ୍ଧି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଜାନୁଆରୀ ୩ ତାରିଖ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ କୁହାଯାଇଛି ଆହୁରି ବର୍ଷେ ହିତାଧିକାରୀଙ୍କୁ ମାଗଣାରେ ୫ କିଲୋଗ୍ରାମ ଚାଉଳ ପ୍ରତି ମାସରେ  ଯୋଗାଇ ଦିଆଯିବ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (State Food Security Scheme) ଅଧୀନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ୫ କିଲୋଗ୍ରାମ ଚାଉଳ ଚଳିତ ବର୍ଷ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ୧୨ ମାସ ପାଇଁ ପ୍ରଦାନ କରାଯିବ। ଚାଉଳ ପ୍ରଦାନ ପାଇଁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (Odisha Chief Minister Office) ସୂତ୍ରରୁ ପ୍ରକାଶ। 


ଗତ ୨୦୧୮ ଅକ୍ଟୋବରରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଓଡ଼ିଶା ସରକାର (Govt of Odisha) ମାସିକ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରୁଛନ୍ତି। କୋରୋନା ମହାମାରୀ (Corona Pandemic) ହେତୁ ରାଜ୍ୟରେ ବିଗତ ୨୮ ମାସ ଧରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ପ୍ରତ୍ୟେକ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Act) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୦୦୦ ଟଙ୍କା ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।