Odisha High Court Order To Lodge FIR Against MLA Bhagirathi Sethy: କେଉଁଝର ଜିଲ୍ଲାର ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ବିରୋରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏବେ ସରଗରମ ହୋଇଉଠିଛି ଆନନ୍ଦପୁର ରାଜନୀତି। ଆନନ୍ଦପୁର ପଞ୍ଚାୟତ ସମିତି ବୈଠକ ବେଳେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ଗତ ବର୍ଷ ଅଗଷ୍ଟ ୩୦ ତାରିଖରେ ହୋଇଥିଲା ଆନନ୍ଦପୁର ପଞ୍ଚାୟତ ସମିତି ବୈଠକ। ଏହି ବୈଠକ ଚାଲିଥିବା ସମୟରେ ଆନନ୍ଦପୁର ବ୍ଳକରେ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରସ୍ତାବିତ ହୋଇଥିଲା ତାହା କେତେ କାର୍ଯ୍ୟକାରୀ ହୋଇଛି ସେ ସେ ସମ୍ପର୍କରେ ପଚାରିଥିଲେ କେନ୍ଦୁଝର ଜିଲ୍ଲା ପରିଷଦର ୩ ନମ୍ବର ଜୋନ ସଭ୍ୟା ଅସୀମା ମିଶ୍ର। ଜିଲ୍ଲା ପରିଷଦ ସଦସ୍ୟଙ୍କ ପକ୍ଷରୁ ପଚାରା ଯାଇଥିବା ପ୍ରଶ୍ନ ଶୁଣି ତାତି ଉଠିଥିଲେ ଆନନ୍ଦପୁର ବିଧାୟକ ଭାଗିରଥୀ 6ସଠୀ। ଉତକ୍ଷିପ୍ତ ହେଇ ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। 


ଏହି ଘଟଣାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ବିରୋଧରେ ଆନନ୍ଦପୁର ଥାନାରେ ହୋଇଥିଲା ଅଭିଯୋଗ। ହେଲେ ସ୍ଥାନୀୟ ନେତାଙ୍କ ଚାପରେ ମାମଲା ରୁଜୁ କରିନଥିଲା ପୋଲିସ। ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ରଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଅଶାଳୀନ ବ୍ୟବହାର କରିଥିବା ନେଇ ହୋଇଥିଲା ଅଭିଯୋଗ। ହେଲେ ଆନନ୍ଦପୁର ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା। ପରେ ଅସୀମା ମିଶ୍ର କେନ୍ଦୁଝର ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ନିଜର ଅଭିଯୋଗ ସମ୍ପର୍କରେ ଜଣାଇଥିଲେ। ତଥାପି ପୋଲିସ ମାମଲା ରୁଜୁ କରିନଥିଲା। 


ଏହା ବିରୋଧରେ ଜିଲ୍ଲାପରିଷଦ ସଭ୍ୟା ଅଶିମା ମିଶ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଭାଗୀରଥୀ ସେଠୀ ଶାସକ ଦଳର ବିଧାୟକ ହୋଇଥିବାରୁ ଆନ୍ଦପୁର ପୋଲିସ ଚାପରେ ଆସି ମାମଲା ରୁଜୁ କରିନଥିବା ଅଭିଯୋଗ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟା। ଏହା ଉପରେ ବିଚାର କରି ହାଇକୋର୍ଟ ବିଜେଡି ବିଧାୟକ ଭାଗିରଥି ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫେବୃଆରୀ ୬ ତାରିଖ ସୋମବାର ବିଧାୟକଙ୍କ ବିରୋଧରରେ ମାମଲା ରୁଜୁ କରାଯାଇଥିବା ନେଇ ଜଣାଇଛନ୍ତି ଆନନ୍ଦପୁର ଥାନା ଅଧିକାରୀ ଦେବକୀ ନାଇକ। ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏହାକୁ ନେଇ ସରଗରମ ହୋଇଉଠିଛି ଅନନ୍ଦପୁର ରାଜନୀତି।