Kendujhar News: ଝୁଲନ୍ତା ଅବସ୍ଥାରେ ମିଳିଲେ ନିଖୋଜ ଛାତ୍ର
କେନ୍ଦୁଝର: ମିଳିଲା ମାସେ ତଳୁ ହଯିଥିବା ଛାତ୍ରଙ୍କ ମୃତଦେହ। ଜଙ୍ଗଲ ଭିତର ଏକ ଗଛରେ ଓହଳିଥିବା ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍। ଆନନ୍ଦପୁର ଥାନା ଯୋଗିଆବନ୍ଧ ଗାଁରେ ଫେବୃଆରୀ ମାସରେ ସୋରେନ୍ ମହାନ୍ତିଙ୍କ ପୁଅ ସୌମ୍ୟରଞ୍ଜନ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିପାରି ନଥିଲା। ଯାହାକୁ ନେଇ ପରିବ
Kendujhar News: କେନ୍ଦୁଝର: ମିଳିଲା ମାସେ ତଳୁ ହଯିଥିବା ଛାତ୍ରଙ୍କ ମୃତଦେହ। ଜଙ୍ଗଲ ଭିତର ଏକ ଗଛରେ ଓହଳିଥିବା ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍। ଆନନ୍ଦପୁର ଥାନା ଯୋଗିଆବନ୍ଧ ଗାଁରେ ଫେବୃଆରୀ ମାସରେ ସୋରେନ୍ ମହାନ୍ତିଙ୍କ ପୁଅ ସୌମ୍ୟରଞ୍ଜନ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିପାରି ନଥିଲା। ଯାହାକୁ ନେଇ ପରିବାର ଲୋକେ ଅଧର୍ଯ୍ୟ ହୋଇ ପଡ଼ିଥିଲେ।
ପୋଲିସ୍ ମଧ୍ୟ ଘଟଣାକୁ ନେଇ ଛାନଭିନ ଜାରି ରଖିଥିଲେ ମଧ୍ୟ ପତ୍ତା ପାଇନଥିଲା ତେବେ ଆଜି ସକାଳୁ ଚକ୍ରତୀର୍ଥ ନିକଟବର୍ତ୍ତୀ ଜଙ୍ଗଲର ଏକ ଗଛରେ ଗଳିତ ମୃତଦେହ ଓହଳି ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ୍ ଓ ପରିବାର ଲୋକେ ପହଞ୍ଚି ପାରିପାର୍ଶ୍ୱିକ ପରିସ୍ଥିତି ଜୋତା ଓ ଡ୍ରେସକୁ ଦେଖି ମୃତଦେହଟି ସୌମ୍ୟଙ୍କର ବୋଲି ଚିହ୍ନଟ କରିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତି ରେ ସୌମ୍ୟ ଏଠାରେ ଝୁଲି ପଡିଛନ୍ତି ତାର ତଦନ୍ତ ଚଳାଇଛି ପୋଲିସ୍।
ଖବର ଅପଡେଟ ହେଉଛି।