Howrah-Puri Vande Bharat express inaugration date: ଅପେକ୍ଷାର ଘଟିବ ଅନ୍ତ । ଓଡ଼ିଶା ମାଟିରେ ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) । ମଇ ୧୫ ତାରିଖରୁ ରାଜ୍ୟରେ ପ୍ରଥମ ଥର ହାୱାଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ (Puri Howrah vande bharat) ଚଳାଚଳ କରିବା ନେଇ ସୂଚନା ମିଳିଛି। ଅନଲାଇନରେ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ପୁରୀ ରେଳ ଷ୍ଟେସନରୁ ଏହି ସେମି ହାଇ ସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ। ଏହି ସମାରୋହରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଧ୍ୟ ଉପସ୍ଥିତ ରହିବେ। ତେବେ ଏନେଇ ପୂର୍ବଟତ ରେଳ କର୍ତ୍ତୃପକ୍ଷ କୌଣସି ସରକାରୀ ଘୋଷଣା କରିନାହାଁନ୍ତି। ପ୍ରକାଶ ଥାଉ କି,  ଏନେଇ ଗତ ମାସରେ ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) କରାଯାଇଥିଲା। ଟ୍ରାଏଲ ରନ୍‌ ପାଇଁ ହାୱାଡାରୁ (Howrah to Puri) ପୁରୀ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍  ଖଡ଼ଗପୁର,ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଲା। କିଛି ସମୟ ପୁରୀରେ (puri) ରହିବା ପରେ ଅପରାହ୍ନ ୧ଟା ୫୦ ମିନିଟ୍ ରେ ଏହା ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିଥିଲା । ତେବେ, ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) ସଫଳ ହେଲା ପରେ ମଇ ମାସ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ବନ୍ଦେ ଭାରତର ସେବା ରାଜ୍ୟବାସୀ ପାଇପାରିବେ ବୋଲି ସୂଚନା ମିଳିଥିଲା। 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat Express) ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ(Vande Bharat Express)  ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ ରହିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ (Vande Bharat Express )ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଗତ ବର୍ଷ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଥିଲେ ଯେ, ରାଜ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) ଗଡିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ଏହି ଟ୍ରେନ୍ ସର୍ବାଧିକ ୧୮୦ କିଲୋମିଟର ବେଗରେ ଚାଲିପାରିବ ।


(Vande Bharat Express) ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ (Odisha Tourism) କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଏ-ହି ପ୍ରକଳ୍ପ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ନିର୍ମିତ କୋଚମାନଙ୍କୁ ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ କୋଲକାତା ପଠାଯାଇଛି । ଏହି କୋଚମାନେ ଉଦଘାଟନ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ରକ୍ଷଣାବେକ୍ଷଣ ପାଇଁ ଓଡିଶାକୁ ଆସିବେ ।


ଏହା ମଧ୍ୟ ପଢନ୍ତୁ-Jharsuguda by-election 2023: ଭୋଟ ଦେଉଛି ଝାରସୁଗୁଡ଼ା, ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା


ଏହା ମଧ୍ୟ ପଢନ୍ତୁ-Heavy Rain: ସାମାନ୍ୟ ବର୍ଷାରେ ଭୁଶୁଡିଲା କୁକୁଡ଼ା ଫାର୍ମ , ଅଳ୍ପକେ ବର୍ତିଲେ କୁକୁଡ଼ା ଚାଷୀ